ପ୍ରମୂଖ ଖବର
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସିନ୍ଧୁ ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ୧୬ ମୃତ

Published By : Anindita Ratha | November 13, 2024 8:32 AM

ନୂଆଦିଲ୍ଲୀ,୧୩/୧୧: ପାକିସ୍ତାନର ଅଧିକୃତ କାଶ୍ମୀରର ଗିଲଗିତ୍‌-ବାଲ୍ଟିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା ।  ସିନ୍ଧୁ ନଦୀକୁ ଖସିଲା ଯାତ୍ରୀବାହୀ ବସ୍। ଫଳରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ସମସ୍ତ ଯାତ୍ରୀ ଏକ ବିବାହ ସମାରୋହରେ ଯୋଗଦେବାକୁ ଯାଉଥିଲେ। 

ସୂଚନା ଅନୁଯାୟୀ, ବସଟି ଏସ୍ତୋରରୁ ପଞ୍ଜାବର ଚକୱାଲ ଜିଲ୍ଲା ଅଭିମୁଖେ ଯାଉଥିଲା। ହେଲେ ଯିବା ବାଟରେ ବସ୍‌ଟି ତେଲଚି ବ୍ରିଜରୁ ସିନ୍ଧୁ ନଦୀକୁ ଖସିପଡିଥିଲା।  ଯାହା ଫଳରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଆହତ ହୋଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି ଯେ, ଦୁର୍ଘଟଣା ସମୟରେ ବସ୍‌ରେ ବସିଥିବା ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ପାକିସ୍ତାନ ଅଧିକୃତ କାଶ୍ମୀର ପାହାଡ ଗିଲଗିତ-ବାଲ୍ଟିସ୍ତାନ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବସ୍‌ରେ ବସିଥିବା ଅନ୍ୟ ଲୋକଙ୍କୁ ଖୋଜା ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.