ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

'ଅପରେସନ୍ ସିନ୍ଦୂର'; ଭାରତ ହମଲାରେ ପିଓକେର ଆତଙ୍କୀ ଆଡ୍ଡା ହୋଇଥିଲା ଛାରଖାର, ଆସିଲା ନୂଆ ସାଟେଲାଇଟ୍ ଚିତ୍ର

Published By : Ankita S | July 1, 2025 11:04 AM

ନୂଆଦିଲ୍ଲୀ,୦୧/ ୦୭: ପାକିସ୍ତାନ ଯେତେ ମୁହଁଟାଣ ଦେଖାଉଥିଲେ ବି ସତ କେବେ ଲୁଚି ରହିବନି । 'ଅପରେସନ୍ ସିନ୍ଦୂର' ଜରିଆରେ ଭାରତ ଆକ୍ରମଣ ପାକିସ୍ତାନର ଅଣ୍ଟା ଭାଙ୍ଗିଛି । ହେଲେ ସତକୁ ସ୍ୱୀକାର କରୁନାହିଁ ଆତଙ୍କୀସ୍ତାନ । ପହଲଗାମ ପ୍ରତିଶୋଧ ନେବାକୁ ଭାରତର ମେ ୬ ବିଳମ୍ବିତ ରାତିରେ ଅପରେସନ୍ ସିନ୍ଦୂର ଲଞ୍ଚ୍ କରିଥିଲା । ଏଥିରେ ପିଓକରେ ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଥିଲା । ଏହାର ନୂଆ ସାଟେଲାଇଟ ଚିତ୍ର ସାମ୍ନାକୁ ଆସିଛି ।

ଗତ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀର ପହଲଗାମ ବୈସନଘାଟିରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ନୀରିହ ଜୀବନ ଚାଲିଯାଇଥିଲା । ଏହି ଘଟଣା ଦେଶକୁ ସ୍ତବ୍ଧ କରିଦେଇଥିଲା । ପହଲଗାମ ପ୍ରତିଶୋଧ ନେବାକୁ ମେ' ୬ ବିଳମ୍ବିତ ରାତିରେ 'ଅପରେସନ୍ ସିନ୍ଦୂର' ଲଞ୍ଚ୍ କରିଥିଲା । ପିଓକେ ଓ ପାକ୍‌ର ୯ ଠିକଣାରେ ଆଟାକ୍ କରିଥିଲା ଭାରତ । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଭାରତ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣରେ ପାକିସ୍ତାନର ଅନେକ ଆତଙ୍କବାଦୀ ଶିବିର ଧ୍ୱଂସ ପାଇଥିଲା। ଏହା ପରେ, ଦୁଇ ଦେଶ ମଧ୍ୟରେ ୪ ଦିନ ଧରି ଯୁଦ୍ଧ ହୋଇଥିଲା। ଏହାପରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା । ଧ୍ୱଂସ ଆତଙ୍କୀ ଶିବିରର ନୂଆ ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି ।

ଆସିଥିବା ଦୁଇଟି ସାଟେଲାଇଟ୍ ଚିତ୍ର କାଶ୍ମୀରର ତଙ୍ଗଧାରରୁ ୩୬ କିଲୋମିଟର ଦୂରରେ ମୁଜାଫରାବାଦରେ ଥିବା ସୟଦନା ବିଲାଲ୍ ଶିବିରର । ଦ୍ୱିତୀୟ ଚିତ୍ରଟି ରାଜୌରୀରୁ ୪୦ କିଲୋମିଟର ପଶ୍ଚିମରେ ଥିବା କୋଟଲି ଗୁଲପୁର ଶିବିରର । ମେ' ୬ ଏବଂ ୭ ରାତିରେ ଉଭୟ ସ୍ଥାନରେ ଆକ୍ରମଣ କରାଯାଇଥିଲା। ପାକ୍ ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରାବାଦରେ ଥିବା ସୟଦନା ବିଲାଲ୍ ଶିବିର ଜୈଶ ସହିତ ଜଡିତ ଆତଙ୍କବାଦୀଙ୍କ ପାଇଁ ଏକ ବଡ଼ ଏବଂ ପ୍ରମୁଖ ଆଡ୍ଡା ଥିଲା । ଏହି ଶିବିରରେ ଆତଙ୍କବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ପରିଚାଳନା, ବିସ୍ଫୋରକ ଏବଂ ଗୋଳାବାରୁଦ ତିଆରି ଏବଂ ଜଙ୍ଗଲରେ ବଞ୍ଚିବା ପାଇଁ ତାଲିମ ଦିଆଯାଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.