ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯୁବତୀ ଅପହରଣ ମାମଲା : ବାବାଙ୍କୁ ଉଠାଇ ନେଲା ପୋଲିସ୍

Published By : Suraj Kumar | October 12, 2024 4:22 PM

ତିଗିରିଆ, ୧୨।୧୨ : ଯୁବତୀ ଅପହରଣ ମାମଲାରେ ବାବାଙ୍କୁ ଉଠାଇ ନେଇଛି ଢେ଼ଙ୍କାନାଳ ପୋଲିସ୍। କଟକ ତିଗିରିଆ ଥାନା ଅନ୍ତର୍ଗତ ସୋମପଡ଼ାର ଏକ ଆଶ୍ରମରୁ ବାବା କୈବଲ୍ୟ ଜାନିଙ୍କୁ ଉଠାଇ ନେଇଛି ଢେଙ୍କାନାଳ ପୋଲିସ୍ ।

ଗତ ୭ ତାରିଖରେ ଅପହୃତା ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଜାରୀ ରଖିଥିଲା ପୋଲିସ୍ । ଆଜି ଘଟଣାସ୍ଥଳରେ ଢେଙ୍କାନାଳ ସଦର ଏସଡିପିଓଙ୍କ ସମେତ ଢେଙ୍କାନାଳ ଓ ତିଗିରିଆ ପୁଲିସ ସହାୟତାରେ ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲ୍ଲା ସୁତୀକ୍ଷ୍ଣ୍ ଆଶ୍ରମରେ ଚଡାଉ କରିଥିଲା। ବାବା କୈବଲ୍ୟ ଜାନିଙ୍କୁ ଗିରଫ କରିବା ସହ ତାଙ୍କ କାରକୁ ମଧ୍ୟ ଜବତ କରିଛି । ଚଡାଉ ସମୟରେ ବାବାଙ୍କ କାରରୁ ଆପତ୍ତିଜନକ ସାମଗ୍ରୀ ସହିତ ଯୁବତୀଙ୍କ ସହିତ କିଛି ଅନ୍ତରଙ୍ଗ ଫଟୋ ଓ ଜିନସ ପ୍ୟାଣ୍ଟ ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.