ପ୍ରମୂଖ ଖବର
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ପୋଲିସ ହାତରେ ଧରାପଡିଲେ ୮ ମୋବାଇଲ ଲୁଟେରା : ୧୮ ମୋବାଇଲ ଫୋନ, ୨ ସାଇକେଲ ଜବତ

ମାଲକାନଗିରି /କୋରକୁଣ୍ଡା, ୩୦/୧୧(ଆପ୍ର ) ;  ବିଭିନ୍ନ ସ୍ଥାନରୁ ମୋବାଇଲ ଫୋନ ଚୋରି କରୁଥିବା ଅଭିଯୋଗରେ ଓରକେଲ ପୋଲିସ ହାତରେ ୮ ଜଣ ମୋବାଇଲ ଲୁଟେରା ଧରା ପଡିଛନ୍ତି।  ସେମାନଙ୍କ ମଧ୍ୟରେ   ୪ ଜଣ ନାବାଳକ ରହିଛନ୍ତି।  ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଇଥିବା ବେଳେ ନାବାଳକମାନଙ୍କୁ  ମାଲକାନଗିରି ସ୍ଥିତ ସ୍ୱଧାର ଗୃହକୁ ପୋଲିସ ପଠାଇଛି । କୋର୍ଟ ଚାଲାଣ ହୋଇଥିବା ୪ ଯୁବକ ଙ୍କ ମଧ୍ୟରୁ ୩ ଜଣ ମେଡ଼ିକାଲ କଲୋନୀର ଗୋପୀ ଡଙ୍ଗରି, ସନ୍ତୋଷ ନାଗ ଏବଂ ଡାନିଏଲ ଖରା ହୋଇଥିବା ବେଳେ ଅନ୍ୟ ଜଣେ ଡ୍ରଗ ଲାଇନ ଅଞ୍ଚଳ ର ଶିବ ଖିଲ ବୋଲି ଓରକେଲ ଥାନା ପୋଲିସ ସୂଚନା ଦେଇଛି।

ମାଲକାନଗିରି ଜିଲ୍ଲା ଓରକେଲ ଥାନା ସ୍ଥ ବାଲିମେଳା ସହରରେ ଗତ କିଛି ମାସ ଧରି ବିଭିନ୍ନ ଗ୍ରାମରେ ହେଉଥିବା ଯାତ୍ରା ଠାରୁ ଆରମ୍ଭ କରି ସହରର ବିଭିନ୍ନ କଲୋନୀ ଘରୁ ସ୍ମାର୍ଟ ଫୋନ ଚୋରି ହେଉଥିବା ଥାନାରେ  ଅଭିଯୋଗ ହୋଇଥିଲା ।   ଗତ ଏପ୍ରିଲ ମାସରେ କର୍କଟପାଲ୍ଲୀ ଠାରେ ହେଉଥିବା ଯାତ୍ରାରେ ୨ ଝିଅ ଙ୍କ ଠାରୁ ବାଲିମେଳା ର ୨ ଲୁଟେରା ଫୋନ ଚୋରି କରି ଦୌଡ଼ି ଖସି ପଳାଇଥିଲେ। ସେହିପରି ବାଲିମେଳା ସହରର ଲେକଚର କଲୋନୀ ର ଜଣେ ବ୍ୟକ୍ତି ଙ୍କ ଘରେ ଦିନ ଦ୍ବୀପହରେ ପଶି ମୋବାଇଲ ଲୁଟ କରିଥିଲେ। ତେବେ ଏହି ମୋବାଇଲ ଲୁଟେରା ଗ୍ୟାଙ୍ଗ ଭିନ୍ନ ଭିନ୍ନ ସ୍ଥାନରୁ ଚୋରି କରିବା ନେଇ କିଛି ବ୍ୟକ୍ତି ଗତ କିଛି ମାସ ଧରି ଲଗାତାର ଓରକେଲ ଥାନା ରେ ଅଭିଯୋଗ କରି ଆସୁଥିଲେ। ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇ ଏହାର ତଦନ୍ତ କରିଥିଲା। ପୋଲିସ ହାତରେ ୮ ଜଣ ଧରାପଡିଥିଲେ। 

୪ ଜଣ ନାବାଳକଙ୍କୁ ସ୍ୱଧାର ଗୃହ ପଠାଯାଇଥିବା ବେଳେ ଅନ୍ୟ ୪ ଯୁବକ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ସର୍ବମୋଟ ୧୮ ଟି ମୋବାଇଲ ଏବଂ ୨ ଟି ସାଇକେଲ ଜବତ କରିଛି ଓରକେଲ ପୋଲିସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.