ତିଗିରିଆ,୧୯/୦୫: ଡେଙ୍ଗୁରା ପିଟି ପଳାତକ ଘୋଷଣା କଲା ପୁଲିସ । ଆଠଗଡ ତିଗିରିଆ ଥାନା ପଙ୍କାଳ ଗାଁର ଅବଦୁଲ୍ ରହିମ୍ ଖାନଙ୍କ ନାଁରେ ବଡ଼ମ୍ବା ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ହାଜର ହେବାକୁ କୋର୍ଟ ପକ୍ଷରୁ ବାରମ୍ବାର ନୋଟିସ୍ କରାଯାଇଥିଲେ ମଧ୍ୟ ଅବଦୁଲ୍ କୋର୍ଟରେ ହାଜର ହୋଇନଥିଲେ।

ଆହୁରି ପଢନ୍ତୁ-Cabinet Expansion : ମୋହନଙ୍କ ମନ୍ତ୍ରିମଣ୍ଡଳର ହେବ ସଂପ୍ରସାରଣ, ସ୍ଥାନ ପାଇବେ ନୂଆ ମୁହଁ

ଫଳରେ ଅଦାଲତ ଅବଦୁଲ୍ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଥିଲେ । ତଥାପି ସେ ଅଦାଲତରେ ହାଜର ହୋଇନଥିଲେ। ତେଣୁ ଅଦାଲତ ଅବଦୁଲ୍ କୁ ପଳାତକ ଘୋଷଣା କରିଛନ୍ତି। ପୋଲିସ ପଙ୍କାଳରେ ପହଞ୍ଚି ଡେଙ୍ଗୁରା ପିଟି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅବଦୁଲକୁ ପଳାତକ ଘୋଷଣା କରିଛନ୍ତି । ଯଦି ଆସନ୍ତା ୧୫ ଦିନ ମଧ୍ୟରେ ସେ ଅଦାଲତରେ ହାଜର ନ ହୁଅନ୍ତି ତେବେ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତି ହେବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।