ଭୁବନେଶ୍ୱର,୨।୧୧ : ଭରତପୁର ଥାନାରେ ପୋଲିସ –ମେଜର ବିବାଦ ଘଟଣାର ପୋଲିସ ଡିଜି ୱାଇ. ବି ଖୁରାନିଆ ଶନିବାର ସମୀକ୍ଷା କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଓ ଦୁଇ ତଦନ୍ତକାରୀ ଅଧିକାରି ବୈଠକ ରେ ଉପସ୍ଥିତ ଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ପୋଲିସ ଡିଜି ।
ସେପଟେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡିତାଙ୍କ ହୋଇଛି ବୟାନ ରେକର୍ଡ । BNS ଧାରା ୧୮୩ରେ ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି। ଘଟଣା ଦିନ କଣ ଘଟିଥିଲା ସେ ସମ୍ପର୍କରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡିତା କହିଥିବା ଜଣାପଡିଛି ।
ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ପୀଡ଼ିତାଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଘଟଣାର ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରୀ ରଖିଛି ।