ଭୁବନେଶ୍ୱର,୧୧/୧୨: ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ବିହାରରୁ ଗିରଫ ହୋଇଥିବା ନିତୀଶ କୁମାରଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି ସିବିଆଇ । ନିତୀଶ ଶଙ୍କର ପୃଷ୍ଟିର ଅନ୍ୟତମ ଖାସ୍ ସହଯୋଗୀ ଥିଲା । ସିବିଆଇ ଅଫିସ୍‌ରେ ନିତୀଶଙ୍କୁ ମାରାଥନ୍ ଜେରା କରୁଛି । ଅନ୍ୟପଟେ ଆଜି ଅନ୍ୟ ୪ଜଣଙ୍କୁ ସାମ୍ନାସାମ୍ନି ଜେରା କରିପାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି।

ଗତକାଲି ସିବିଆଇ ନିତୀ ଗିରଫ କରିଥିଲା । ବୁଧବାର କୋର୍ଟରେ ହାଜର କରି ୩ ଦିନ ରିମାଣ୍ଡ ଅବେଦନ କରିଥିଲା ସିବିଆଇ । କୋର୍ଟ ୨ ଦିନ ମଞ୍ଜୁର କରିଥିଲେ । ଶଙ୍କର କଳା ଟଙ୍କାରୁ ଧଳା କରିବା କାମ ନିତୀଶ ଥିବା ସିବିଆଇ ଜାଣିବାକୁ ପାଇଛି । ସେପଟେ ପୂର୍ବରୁ ଗିରଫ ହୋଇ ଜେଲ୍ ଥିବା ଶଙ୍କର ଅନ୍ୟ ୪ ସହଯୋଗୀ ଦଲାଲ ମୁନା ମହାନ୍ତି, ପ୍ରିୟଦର୍ଶନୀ ସାମଲ, ଶ୍ରୀକାନ୍ତ ମହାରଣା ଓ ଏ ଅଭିମନ୍ୟୁ ଦୋରାଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ ହୋଇଥିଲା । କୋର୍ଟ ୨ ଦିନ ରିମାଣ୍ଡ୍ ମଞ୍ଜୁର କରିଛନ୍ତି । ଏହି ୪ ଜଣଙ୍କୁ ବୁଧବାର ଦିନ ଜେଲ୍‌ରୁ  ଆଣି ଜେରା କରିବ ସିବିଆଇ । ମୁନା ଓ ଅଭିମନ୍ୟୁଠାରୁ ଅଧିକ ତଥ୍ୟ ଆଦାୟର ଲକ୍ଷ୍ୟ ରଖିଛି ସିବିଆଇ ।