ଝାରସୁଗୁଡ଼ା, ୪।୧୦: ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଝାରସୁଗୁଡ଼ା ଜେଲ୍‌ରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ବିଡ଼ି, ଭାଙ୍ଗ, ଦିଆସିଲି ଖୋଳ ଭଳି ସାମଗ୍ରୀ ଉଦ୍ଧାର କରାଯିବା ସହ ଜବତ ସାମଗ୍ରୀଗୁଡ଼ିକୁ ନଷ୍ଟ କରାଯାଇଛି । ଚଢ଼ାଉ ସମୟରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଜେଏସଜି ଟାଉନ୍, ସଦର, ବିମାନବନ୍ଦରର ଏସ୍‌ଡିପିଓ, ଆଇଏସଆଇସି ଏବଂ ଦୁଇ ପ୍ଲାଟୁନ୍ ଫୋର୍ସ ସାମିଲ ଥିଲେ ।