ବୌଦ୍ଧ,୧୫/୬(ଆପ୍ର):ବୌଦ୍ଧ ଜିଲ୍ଲା ପୁଲିସ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ହୃଦାନନ୍ଦ ବେହେରାଙ୍କ ଘରେ ପୁଲିସ ଚଢଉ କରିଛି । ହୃଦାନନ୍ଦ ବେହେରାଙ୍କ ବୌଦ୍ଧ ସହର ସ୍ଥିତ ପୋଡ଼ାପୋଡ଼ା ବାସଭାବନରେ ବୌଦ୍ଧ ପୁଲିସ ଚଢଉ କରିଛି ।
ବୌଦ୍ଧ ଏସପି ରାହୁଲ ଗୋଏଲ,ଅତିରିକ୍ତ ଏସପି ସାର୍ଥକ ରାୟ, ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ ମୁନି ପ୍ରମୁଖ ଅଧିକାରୀ କନେଷ୍ଟବଳଙ୍କ ବାସ ଭବନରେ ପହଞ୍ଚି ଘଟଣା ଅନୁଧ୍ୟାନ କରିଛନ୍ତି। ଏନେଇ ଏସପି ରାହୁଲ ଗୋଏଲଙ୍କୁ ପଚାରିବାରୁ ତାଙ୍କ ବିରୁଦ୍ଧରେ ଏକ ଅଭିଯୋଗ ହୋଇଛି । ଏହାର ତଦନ୍ତ ଚାଲିଛି । ସୋମବାର ସମ୍ପୂର୍ଣ ତଥ୍ୟ ଦିଆ ଯିବ ବୋଲି କହିଛନ୍ତି ।