ରାୟଗଡ଼ା ୨୪/୦୫: ସେକ୍ସ ରାକେଟ ସନ୍ଦେହରେ ପୁଲିସର ବଡ଼ ଧରଣର ଚଢାଉ । ସୁବର୍ଣ୍ଣପୁର ସହରର ଏକ ଘରୋଇ ହୋଟେଲରେ ଚଢାଉ। ରେଡ୍‌ ବେଳେ ୭ ଜଣ ଯୁବକ ଓ ୫ ଜଣ ଯୁବତୀଙ୍କୁ ଉଠାଇ ନେଲା ପୁଲିସ। 

ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ସୋନପୁର ଥାନା ଅଞ୍ଚଳ ଏକ ହୋଟେଲରେ ସେକ୍ସ୍ ରାକେଟ ଚାଲିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ପୁଲିସ ସନ୍ଦେହ କରି  ହୋଟେଲରେ ଚଢାଉ କରି ୧୨ ଜଣକୁ ଉଠାଇ ଆଣିଥିଲା । ୭ ଯୁବକ ଓ ୫ ଯୁବତୀଙ୍କୁ ଥାନାରେ ଅଟକ ରଖିବା ସହିତ ପଚରା ଉଚରା କରୁଛି । ପ୍ରକୃତରେ ତାହା ସେକ୍ସ୍ ରାକେଟ କି ନୁହେଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡି ନାହିଁ। ତେବେ ପୁଲସ ତଦନ୍ତ ଚାଲିଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ :-  Teacher Education: ବଦଳିବ ବିଏଡ୍, ଏମ୍‌ଏଡ୍‌ ପାଠ୍ୟକ୍ରମ, ବାର୍ଷିକ ବଦଳରେ ହେବ ସେମିଷ୍ଟାର, ଚଳିତ ଶିକ୍ଷାବର୍ଷରୁ ଲାଗୁ ହୋଇପାରେ