ଚନ୍ଦନେଶ୍ଵର, ୧୦/୮(ଆ.ପ୍ର): ରାଜ୍ୟର ଅନ୍ୟତମ ପ୍ରମୁଖ ମନୋରମ ବାଲେଶ୍ଵର ଜିଲ୍ଲା ଭୋଗରାଇ ଉଦୟପୁର ବେଳାଭୂମିରେ ରବିବାର ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ଅଚାନକ ଚଢାଉ କରାଯାଇଥିଲା । ଏଥିରେ ପୁଲିସକୁ ବେଶ ଆଶାନୁରୂପକ ସଫଳତା ମିଳିଥିବା ବେଳେ ୩ ଜଣ ଅଭିଯୁକ୍ତ କିନ୍ତୁ ଚମ୍ପଟ ମାରିଛନ୍ତି । ଏନେଇ ସାମୁଦ୍ରିକ ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା କଥା ଥାନା ଅଧୁକାରିଣୀ ଚମ୍ପାବତୀ ସୋରେନ ପ୍ରକାଶ କରିଛନ୍ତି ।
ବିବରଣୀରୁ ପ୍ରକାଶ ଯେ, ରକ୍ଷୀ ପୂର୍ଣିମାର ପରଦିନ ତଥା ରବିବାର। ଏଥିପାଇଁ ଉଦୟପୁର ବେଳାଭୂମି ବେଶ ଚଳଚଚଂଳ ଥିଲା । ଏହାକୁ ଲକ୍ଷ୍ୟ କରି ବେଳାଭୂମିରେ ପସରା ମେଲାଇ ଥିବା ଉଠା ଦୋକାନୀ ମାନେ ପର୍ଯ୍ୟଟକଙ୍କୁ ମାଛ, କଙ୍କତାର ସୁସ୍ଵାଦୁ ତରକାରୀ ସହିତ ଦେଶୀ, ବିଦେଶୀ ମଦ ପରଶି ଚାଲିଥିଲେ । ହଠାତ ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ଆରମ୍ଭ ହେଲା ଚଢାଉ । ଏଥିରେ ପୁଲିସକୁ ବେଶ ଆଶାନୁରୂପକ ସଫଳତା ବି ମିଳିଲା। ପଶ୍ଚିମବଙ୍ଗ ମାର୍କା ୩୯୮ ଲିଟର ଦେଶୀ, ହିସ୍କି, ରମ ଏବଂ ବିଅର ଆଦି ଜବତ ହୋଇଥିଲା ।
ମାତ୍ର ଏହି ବେଆଇବ କାରବାର ଚଳାଉ ଥିବା ୩ଜଣ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ପଶ୍ଚିମବଙ୍ଗ ପଟକୁ ସାମୁଦ୍ରିକ ଥାନାର ପୁଲିସ ଚଢାଉ କରି ଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସଫଳ ହୋଇ ନଥିଲେ। ଏନେଇ ସାମୁଦ୍ରିକ ଥାନାରେ କେଶ ନଂ ୬୬୮୨୫,୬୭/୨୫ ଏବଂ ୬୮/୨୫ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ତେବେ ଏହି ଅଭିଯାନ ଲଗାତାର ଚାଲୁ ରହିବ । ବେଆଇନ କାରବାରକୁ କୌଣସି ପ୍ରକାରେ ପ୍ରଶୟ ଦିଆଯିବ ନାହିଁ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
ସୂଚନା ଥଉକି, ଗତ ଜୁଲାଇ ୧୩ତାରିଖରେ ଜିଲ୍ଲା ମୋବାଇଲ ଟିମ, ସେଟଲାଇଟ ୟୁନିଟ, ଜଳେଶ୍ଵର ଓ ଭୋଗରାଇ ଅବକାରୀ ବିଭାଗ ଏବଂ ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ଚଢାଉ କରାଯାଇଥିଲେ ମଧ୍ୟ ଆଶାନୁରୂପକ ସଫଳତା ମିଳିନଥିଲା l