ଭୁବନେଶ୍ୱର,୧୯/୦୨: କିଟ୍‌ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସର ଆବେଦନ । ତିନି ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କଲା ଇନଫୋସିଟି ଥାନା ପୋଲିସ । ରିମାଣ୍ଡ ବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ କେମିତି ଥିଲା, କାହିଁ ଝଗଡ଼ା ହୋଇଥିଲା ଏବଂ କାହିଁକି ଛାତ୍ରୀଙ୍କୁ ମାନସିକ ଚାପ ପକାଉଥିଲେ, ସେ ସମ୍ପର୍କରେ ପଚରାଉଚରା କରିବ ଇନଫୋସିଟି ଥାନା ପୋଲିସ । 

କହିରଖୁ କି, ବୁଧବାର ମୃତ ଛାତ୍ରୀଙ୍କ ସୁଇସାଇଡ୍ ନୋଟ୍ ପୋଲିସ ଜବତ କରିଥିଲା । ଜବତ ସୁଇସାଇଡ୍ ନୋଟ୍‌କୁ ହ୍ୟାଣ୍ଡ ରାଇଟିଂ ବ୍ୟରୋକୁ ପୋଲିସ ପଠାଇଛି । ଉକ୍ତ ସୁଇସାଇଡ୍ ନୋଟ୍ ନେପାଳୀ ଭାଷାରେ ଲେଖା ହୋଇଛି । ପୁରୁଷ ବନ୍ଧୁ କେମିତି ନିର୍ଯାତନା ଦେଉଥିଲେ, ସବୁ ଘଟଣା ସୁଇସାଇଡ୍ ନୋଟ୍‌ରେ ଲେଖାଅଛି । ସେପଟେ ମୃତ ଛାତ୍ରୀ ଓ ଗିରଫ ପୁରୁଷ ବନ୍ଧୁଙ୍କ ମୋବାଇଲ ଫୋନ ଓ ଲାପଟପ୍‌କୁ ଜବତ କରି ରାଜ୍ୟ ଫରେନସିକ୍‌କୁ ପଠାଇଛି ପୋଲିସ । 

ସେପଟେ ପ୍ରକୃତି ଲାମସାଲଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । AIIMSରେ ପୋଷ୍ଟମୋର୍ଟମ ପରେ ମୃତଦେହ ହସ୍ତାନ୍ତର କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ପରିବାର ଲୋକେ ଝିଅର ମୃତଦେହ ନେପାଳ ନେଇ ଯାଇଛନ୍ତି । ସେପଟେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର ହେଉଛି ଆନ୍ଦୋଳନ । ନବ ନିର୍ମାଣ ଛାତ୍ର ସଙ୍ଗଠନ ଅନଶନରେ ବସିଛି ।