ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ

Published By : Harapriya Sethi | February 19, 2025 1:54 PM

ଭୁବନେଶ୍ୱର,୧୯/୦୨: କିଟ୍‌ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସର ଆବେଦନ । ତିନି ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କଲା ଇନଫୋସିଟି ଥାନା ପୋଲିସ । ରିମାଣ୍ଡ ବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ କେମିତି ଥିଲା, କାହିଁ ଝଗଡ଼ା ହୋଇଥିଲା ଏବଂ କାହିଁକି ଛାତ୍ରୀଙ୍କୁ ମାନସିକ ଚାପ ପକାଉଥିଲେ, ସେ ସମ୍ପର୍କରେ ପଚରାଉଚରା କରିବ ଇନଫୋସିଟି ଥାନା ପୋଲିସ । 

କହିରଖୁ କି, ବୁଧବାର ମୃତ ଛାତ୍ରୀଙ୍କ ସୁଇସାଇଡ୍ ନୋଟ୍ ପୋଲିସ ଜବତ କରିଥିଲା । ଜବତ ସୁଇସାଇଡ୍ ନୋଟ୍‌କୁ ହ୍ୟାଣ୍ଡ ରାଇଟିଂ ବ୍ୟରୋକୁ ପୋଲିସ ପଠାଇଛି । ଉକ୍ତ ସୁଇସାଇଡ୍ ନୋଟ୍ ନେପାଳୀ ଭାଷାରେ ଲେଖା ହୋଇଛି । ପୁରୁଷ ବନ୍ଧୁ କେମିତି ନିର୍ଯାତନା ଦେଉଥିଲେ, ସବୁ ଘଟଣା ସୁଇସାଇଡ୍ ନୋଟ୍‌ରେ ଲେଖାଅଛି । ସେପଟେ ମୃତ ଛାତ୍ରୀ ଓ ଗିରଫ ପୁରୁଷ ବନ୍ଧୁଙ୍କ ମୋବାଇଲ ଫୋନ ଓ ଲାପଟପ୍‌କୁ ଜବତ କରି ରାଜ୍ୟ ଫରେନସିକ୍‌କୁ ପଠାଇଛି ପୋଲିସ । 

ସେପଟେ ପ୍ରକୃତି ଲାମସାଲଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । AIIMSରେ ପୋଷ୍ଟମୋର୍ଟମ ପରେ ମୃତଦେହ ହସ୍ତାନ୍ତର କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ପରିବାର ଲୋକେ ଝିଅର ମୃତଦେହ ନେପାଳ ନେଇ ଯାଇଛନ୍ତି । ସେପଟେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର ହେଉଛି ଆନ୍ଦୋଳନ । ନବ ନିର୍ମାଣ ଛାତ୍ର ସଙ୍ଗଠନ ଅନଶନରେ ବସିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.