ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ଫିରିଙ୍ଗିଆରେ ଆମ୍ୱର ଅଭାବୀ ବିକ୍ରି; ଶୀତଳ ଭଣ୍ଡାର ନଥିବାରୁ ବଗିଚାରେ ପଡ଼ି ନଷ୍ଟ ହେଉଛି, ଚିନ୍ତାରେ ଚାଷୀ

Published By : Harapriya Sethi | June 18, 2025 2:06 PM

ଫିରିଙ୍ଗିଆ,୧୮/୦୬ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତର ତଳପଡ଼ା ଗାଁର ସଫଳ ଆମ୍ବ ଚାଷୀ ଏବେ ବିକ୍ରି ବଟାର ଅସୁବିଧାରୁ ବହୁ ଅସୁବିଧା ହେବା ସହ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ କ୍ଷତି ହେବାକୁ ବସିଛି । ବିକ୍ରି ହେଉନଥିବାରୁ ଆମ୍ବ ଗଛରୁ ତଳେ ପଡ଼ି ବହୁ କ୍ଷତି ହେଉଥିବା କହିଛନ୍ତି ତୁମ୍ବେଶ୍ୱର । ସେ ଗତ ୨୦୧୭ ମସିହାରେ ଉଦ୍ୟାନ ବିଭାଗର ସହାୟତାରେ ନିଜର ୫ ହେକ୍ଟର ଜାଗାରେ ଆମ୍ବ ଚାଷ କରିଥିଲେ । ଏଥି ସହିତ ନିଜ ବାଡିରେ କଦଳୀ, ବିଭିନ୍ନ ଫଳ ଗଛ ସହ ଗୋଲମରିଚ ମଧ୍ୟ ଲଗାଇଛନ୍ତି ।

କେବଳ ଏତିକି ନୁହେଁ, ବାଡିରେ ଅନ୍ୟାନ୍ୟ ପରିବା ଚାଷ ମଧ୍ୟ କରିବା ସହ ଷ୍ଟ୍ରବେରୀ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ଲାଭ ମଧ୍ୟ ପାଇଛନ୍ତି । କିନ୍ତୁ ପୂର୍ବ ବର୍ଷ ମାନଙ୍କରେ ଆମ୍ବରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଭଲ ରୋଜଗାର ସହ ନିଜର ପରିବାର ଚଳେଇ ଟଙ୍କା ମଧ୍ୟ ସଞ୍ଚୟ କରିଛନ୍ତି । ହେଲେ ଚଳିତ ବର୍ଷ ଅଧିକ ଆମ୍ବ ଫଳିଥିବା ବେଳେ କେହି ବେପାରୀ ଆସୁନଥିବାରୁ ବହୁ ଅସୁବିଧା ହେବା ସହ ଆମ୍ବଗୁଡିକ ଗଛ ତଳେ ପଡ଼ି ନଷ୍ଟ ହେଉଥିବା କହିଛନ୍ତି ତୁମ୍ବେଶ୍ୱର । ପୂର୍ବ ବର୍ଷ ମାନଙ୍କରେ ଭଞ୍ଜନଗର, ବ୍ରହ୍ମପୁର, ନୟାଗଡ ଅଞ୍ଚଳରୁ ଆମ୍ବ ବେପାରୀ ଆସି ଆମ୍ବ କିଣି ନେଉଥିବା ବେଳେ ଚଳିତ ବର୍ଷ ଆମ୍ବ ପ୍ରଚୁର ଫଳିଥିବା ବେଳେ ବିକ୍ରି ନହୋଇ ପଡ଼ି ନଷ୍ଟ ହେଉଥିବାରୁ ପରିବାର ଚିନ୍ତାରେ ପଡ଼ିଥିବା ବେଳେ ବହୁ କ୍ଷତି ହେବ ବୋଲି କହିଛନ୍ତି ତୁମ୍ବେଶ୍ୱର କହଁର ।  

ଉଦ୍ୟାନ ବିଭାଗ ତରଫରୁ ସମସ୍ତ ସୁବିଧା କରାଯାଇଥିବା ସତ୍ତ୍ୱେ ପ୍ରଚୁର ଆମ୍ବ ଫଳିଥିବାରୁ ଗଛରୁ ପଡ଼ି ନଷ୍ଟ ହେଉଥିବା ବେଳେ ଶୀତଳ ଭଣ୍ଡାର ବ୍ୟବସ୍ଥା ନଥିବାରୁ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ ପଚି ନଷ୍ଟ ହେଉଛି । ବର୍ତ୍ତମାନ ଆମ୍ବ କିଲୋ ଦଶ ଟଙ୍କାରେ ମଧ୍ୟ କେହି ନେବାକୁ ରାଜି ହେଉ ନାହାନ୍ତି । ଯାହାଦ୍ୱାରା ଆଗାମୀ ଦିନରେ ଫିରିଙ୍ଗିଆ ବ୍ଲକରେ ଏକ ଶୀତଳ ଭଣ୍ଡାର ସ୍ଥାପନ କିମ୍ବା କାର୍ଯ୍ୟକ୍ଷମ କଲେ ଫଳ ଓ ପରିବା ସୁରକ୍ଷିତ ରହିବା ସହ ଚାଷୀମାନଙ୍କର ମଧ୍ୟ କ୍ଷତି ନହେବା ସହ ସରକାର ମଧ୍ୟ କିଛି ଟିକସ ପାଇବେ ବୋଲି କହିଛନ୍ତି ସଫଳ ଚାଷୀ ତୁମ୍ବେଶ୍ୱର । ପୂର୍ବରୁ ବହୁ ଥର ସଫଳ ଚାଷୀ ହିସାବରେ ସରକାରଙ୍କ ତରଫରୁ ପୁରସ୍କୃତ ହେବା ସହ ମାନପତ୍ର ମଧ୍ୟ ପାଇ ଚାଷ ପ୍ରତି ଆଗ୍ରହ ବଢିଥିବା ବେଳେ ବର୍ତ୍ତମାନ ଯେଉଁ ଭଳି କ୍ଷତି ହେଉଛି ସେଥି ଯୋଗୁଁ ଚାଷୀମାନେ ମୁହଁ ଫେରାଉଥିବା କହିଛନ୍ତି ତୁମ୍ବେଶ୍ୱର । ସରକାରଙ୍କ ତରଫରୁ ଆମ୍ବ, ପରିବା ଅନ୍ୟାନ୍ୟ ଫଳକୁ ସରଳ ଭାବରେ ବିକ୍ରି ବ୍ୟବସ୍ଥା ମଣ୍ଡି ବ୍ୟବସ୍ଥା କରିବା ସହ ଶୀତଳ ଭଣ୍ଡାର ନିର୍ମାଣ କରି ଚାଷୀଙ୍କ ଦାୟିତ୍ୱରେ ଦେଲେ ଚାଷୀମାନେ ଭଲ ରୋଜଗାର ସହ କୌଣସି କ୍ଷତି ହେବ ନାହିଁ ବୋଲି କହିବା ସହ ଏଥିପ୍ରତି ସରକାର ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.