ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଉ ନାହାନ୍ତି ପୋପ୍ ଫ୍ରାନସିସ୍; ୮୮ବର୍ଷରେ ପରଲୋକ, ଦୀର୍ଘ ଦିନ ହେବ ଥିଲେ ଅସୁସ୍ଥ

Published By : Ankita S | April 21, 2025 1:47 PM

ନୂଆଦିଲ୍ଲୀ,୨୧/୦୪: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସ୍‌ଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୋପ୍ । ଦୀର୍ଘ ଦିନ ହେବ ଫୁସ୍‌ଫୁସ୍ ଜନିତ ସମସ୍ୟା ସହ ନିମୋନିଆରେ ପୀଡ଼ିତ ଥିଲେ । ୫ ସପ୍ତାହ ହେବ ଚିକିତ୍ସାଧୀନ ଥିଲେ ପୋପ୍ ଫ୍ରାନସିସ୍ । ଇଷ୍ଟର ପର୍ବ ଚାଲିଥିବା ବେଳେ ପୋପ୍‌ଙ୍କ ବିୟୋଗ ହୋଇଛି । ଏ ନେଇ ଭାଟିକାନ୍‌ ସିଟି ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ଦେହାନ୍ତ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । 

ଭାଟିକାନ ସିଟି ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି କି, ଆଜି ସକାଳ ୭ଟା ୩୫ ମିନିଟରେ ପୋପ୍ ଫ୍ରାନସିସ୍‌ଙ୍କର ଦେହାନ୍ତ ହୋଇଛି । ଇଷ୍ଟର ସନଣ୍ଡେରେ ପୋପ୍ ଫ୍ରାନସିସ୍‌ ଲୋକଙ୍କୁ ସମ୍ବୋଧନ କରିବା ପରେ ତାଙ୍କର ଦେହାନ୍ତ ହୋଇଛି । ଇଷ୍ଟର ଶୁଭେଚ୍ଛା ଜଣାଇ ସେ କହିଥିଲେ, ଭାଇ ଓ ଭଉଣୀମାନେ ତୁମକୁ ଇଷ୍ଟରର ଅନେକ ଅନେକ ଶୁଭକାମନା । ଏହା ପରେ ପରେ ହିଁ ତାଙ୍କର ପରଲୋକ ହୋଇଥିଲା । ୧୯୩୬ରେ ଆର୍ଜେଣ୍ଟିନାରେ ଧର୍ମଗୁରୁ ପୋପ୍ ଫ୍ରାନ୍ସସିସ୍‌ ଜନ୍ମଗ୍ରହଣ କରିଥିଲେ  । ୨୦୧୩ରେ ପୋପ୍‌ ଫ୍ରାନସିସ୍ ପଦ ସମ୍ଭାଳିଥିଲେ । ପୋପ୍ ବେନଡକ୍ଟଙ୍କ ଇସ୍ତଫା ପରେ  ଅଣ ୟୁରୋପିୟ ଭାବେ କାର୍ଡିନିଲ ତାଙ୍କୁ ପୋପ୍‌ ରୂପେ ଚନୟ କରିଥିଲେ । ୫ ସପ୍ତାହ ଧରି ଚିକିତ୍ସାଧୀନ ଥିବା ପୋପ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ଅଚାନକ ବିଗିଡ଼ିଥିଲା । ଡାକ୍ତର ସତ ଚେଷ୍ଟା ସତ୍ତ୍ବେ ପୋପ୍ ଫ୍ରାନସିସ୍‌ଙ୍କୁ ବଞ୍ଚାଇ ପାରିନଥିଲେ । ପୋପ୍‌ଙ୍କୁ ହରାଇ ଶୋକରେ ବୁଡିଛନ୍ତି ୧.୪ ଅରବ କଥୋଲିକ  । 

ଗୋଟିଏ ଦିନ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କୁ ସାକ୍ଷାତ କରିଥିଲେ । ପୋପ୍ ଫ୍ରାନସିସ୍‌ଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଶୋକ ପ୍ରକାଶ କରିଛନ୍ତି । ପୋପ୍ ଫ୍ରାନସିସ୍‌ ସର୍ବଦା ଚାହୁଁଥିଲେ ଚର୍ଚ୍ଚ ଗରିବଙ୍କ ପାଇଁ ଆଶା ଓ ଖୁସି ଆଣୁ । ଏହା ଲୋକଙ୍କୁ ଏକାତରେ ବାନ୍ଧି ରଖେ । ଇଶ୍ୱର କରନ୍ତୁ ପୋପ୍‌ଙ୍କ ପରେ ବି ଏମିତି ଚିନ୍ତାଧାରା ଜାରି ରହୁ । ଏପରି ଦୁଃଖଦ ସମୟରେ ରୋମାନ୍ କାଥଲିକ୍ ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି କହିଛନ୍ତି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ।

ପୋପ୍ ଫ୍ରାନସିସ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପୋପ୍‌ ଫ୍ରାନସିସ୍‌ଙ୍କ ବିୟୋଗରେ ମୁଁ ଦୁଃଖିତ । କାଥୋଲିକ୍ ସମ୍ପ୍ରଦାୟକୁ ମୋର ସମବେଦନା ଜଣାଉଛି । କରୁଣା, ନମ୍ରତା ଓ ଆଧ୍ୟାତ୍ମିକତା ପାଇଁ ପୋପ୍‌ ଫ୍ରାନସିସ୍‌ ସର୍ବଦା ମନେ ରହିବେ । ଗତ ବର୍ଷ ଜି୭ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପୋପ୍‌ ଫ୍ରାନସିସ୍‌ଙ୍କର ସାକ୍ଷାତ ହୋଇଥିଲା । ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ପିଏମ୍ ମୋଦି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.