ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଜନସଂଖ୍ୟା ବୃଦ୍ଧି ନେଇ ଜାତିସଂଘର ପୂର୍ବାନୁମାନ; ୨୦୫୦ ସୁଦ୍ଧା ହଜାରେ କୋଟି ଛୁଇଁବା ଆଶଙ୍କା

Published By : Harapriya Sethi | July 24, 2025 3:18 PM

ନୂଆଦିଲ୍ଲୀ,୨୪/୦୭: ୨୦୧୧ ମସିହାରେ ବିଶ୍ୱର ମୋଟ୍ ଜନସଂଖ୍ୟା ୭ ଶହ କୋଟି ଥିଲା । ମାତ୍ର ୧୪ ବର୍ଷ ମଧ୍ୟରେ ଏହି ସଂଖ୍ୟା ଆହୁରି ଶହେ କୋଟି ବୃଦ୍ଧି ପାଇଛି । ଜାତିସଂଘ ଆକଳନ କରିଛି ଯେ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଜାତିସଂଘ ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮.୬ ଅରବ ବା ୮ଶହ ୬୦ କୋଟିରେ ପହଞ୍ଚିବ । ୨୦୫୦ ବେଳେ ଏହି ସଂଖ୍ୟା ୯.୮ ଅରବରେ ପହଞ୍ଚିପାରେ । ୨୧୦୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୧୧.୨ ଅରବରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ଜନସଂଖ୍ୟା ହ୍ରାସ ପାଉଥିବା ଦେଶ-

ବିଶ୍ୱରେ କିଛି ଦେଶ ଅଛି ଯେଉଁମାନଙ୍କର ଜନସଂଖ୍ୟା ହ୍ରାସ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ୟୁକ୍ରେନରେ, ୨୦୨୨ରୁ ୨୦୨୩ ମଧ୍ୟରେ ଅର୍ଥାତ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୮.୧୦ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି । ଜନସଂଖ୍ୟାରେ ଏହି ହ୍ରାସ ପଛରେ ମୁଖ୍ୟ କାରଣ ହେଉଛି ଦେଶରେ ଚାଲିଥିବା ଯୁଦ୍ଧ, ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ବହୁ ସଂଖ୍ୟକ ନାଗରିକ ଅନ୍ୟ ଦେଶକୁ ଚାଲିଯାଇଥିଲେ।

ଜାପାନର ଜନସଂଖ୍ୟା ମଧ୍ୟ ୦.୫୦ ପ୍ରତିଶତ ହ୍ରାସ ପାଇଛି। ହେଲେ ଏଠାରେ ପରିସ୍ଥିତି ସାମାନ୍ୟ ଭିନ୍ନ । ଅନ୍ୟ ଦେଶରେ ପ୍ରବାସ ଏବଂ ଯୁଦ୍ଧ ଜନସଂଖ୍ୟା ହ୍ରାସର କାରଣ ହୋଇଥିବା ବେଳେ, ଜାପାନରେ କେବଳ କନ୍ ଜନ୍ମହାର ଜନସଂଖ୍ୟା ହ୍ରାସର କାରଣ । ସରକାରଙ୍କ ଦ୍ୱାରା ଅନେକ ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଛି, କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ସନ୍ତାନ ଜନ୍ମ କରିବାରେ ଆଗ୍ରହ ଦେଖାଉ ନାହାଁନ୍ତି। 

ୟୁରୋପୀୟ ଦେଶ ଗ୍ରୀସରେ ମଧ୍ୟ ଜନସଂଖ୍ୟା ହ୍ରାସ ରେକର୍ଡ କରାଯାଇଛି। ଗୋଟିଏ ଦିନରେ ସେଠାରେ ୧.୬୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ସେହିପରି ସୈନ ମାରିନୋର ଜନସଂଖ୍ୟାରେ ୧.୧୦ ପ୍ରତିଶତ, କୋସୋବୋର ଜନସଂଖ୍ୟାରେ ୧ ପ୍ରତିଶତ ଏବଂ ବେଲାରୁସର ଜନସଂଖ୍ୟାରେ ୦.୬୦ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। ବେଲାରୁସ ସହିତ, ବୋସନିଆ ଏବଂ ଆଲବାନିଆରେ ମଧ୍ୟ ସମାନ ହ୍ରାସ ପରିଲକ୍ଷିତ ହୋଇଛି।

ଯୁଦ୍ଧ ଏବଂ ପ୍ରବାସ ଦ୍ୱାରା ସର୍ବାଧିକ ପ୍ରଭାବିତ ୟୁକ୍ରେନ-

ୟୁକ୍ରେନ ଏବେ ବିଶ୍ୱର ଏପରି ଏକ ଦେଶ ପାଲଟିଛି ଯେଉଁଠାରେ ଜନସଂଖ୍ୟା ସବୁଠାରୁ ଦ୍ରୁତ ହାରରେ ହ୍ରାସ ପାଉଛି। ଯୁଦ୍ଧ ଯୋଗୁଁ ସେଠାରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ବହୁ ସଂଖ୍ୟକ ନାଗରିକ ଆଶ୍ରୟ ନେବାକୁ ଅନ୍ୟ ଦେଶକୁ ଯାଇଛନ୍ତି। ଏହି କାରଣରୁ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏଠାକାର ଜନସଂଖ୍ୟା ୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

ଜାପାନର ପରିସ୍ଥିତି ଅନ୍ୟ ଦେଶଠାରୁ ଭିନ୍ନ କାରଣ ଏଠାରେ ଜନ୍ମହାର କମ୍-

ଏଠାରେ ନା ଯୁଦ୍ଧ ଅଛି ନା ପ୍ରବାସର କୌଣସି ବଡ଼ ସମସ୍ୟା ଅଛି । ଏହା ସତ୍ତ୍ୱେ ଏଠାରେ ପ୍ରତିବର୍ଷ ଜନସଂଖ୍ୟା ହ୍ରାସ ପାଉଛି। କାରଣ ହେଉଛି ସେଠାକାର ଲୋକଙ୍କ ଜୀବନଶୈଳୀ ଏବଂ ଚିନ୍ତାଧାରା। ଯୁବକମାନେ ବିବାହ କରିବା ଏବଂ ସନ୍ତାନ ଜନ୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।  ସରକାରଙ୍କ ଦ୍ୱାରା ସମସ୍ତ ସୁବିଧା ଏବଂ ପ୍ରୋତ୍ସାହନ ଯୋଗାଇବା ପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ  ଦେଖିବାକୁ ମୁଳୁନାହିଁ ।

ୟୁରୋପ୍‌ରେ କମୁଛି ଏବଂ ଏସିଆରେ ବଢୁଛି ଜନସଂଖ୍ୟା-

ଯଦି ମହାଦ୍ୱୀପ କଥା ରହିବା ତେବେ ୟରୋପ ଏପରି ଏକ ମହାଦ୍ୱୀପ ଯେଉଁଠାରେ ଜନସଂଖ୍ୟା କ୍ରମାଗତ ଭାବରେ କମିଚାଲିଛି । ଅନ୍ୟପଟେ ଏସିଆର ଜନସଂଖ୍ୟାର ଦ୍ରୁତଗତିରେ ବଢି ଚାଲିଛି । ଭାରତ, ଚୀନ୍, ପାକିସ୍ତାନ ଏବଂ ଇଣ୍ଡୋନେସିଆ ଭଳି ବଡ଼ ବଡ଼ ଦେଶଗୁଡ଼ିକ କାରଣରୁ ହିଁ ଏସିଆ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାଦ୍ୱୀପ ହୋଇପାରିଛି । 

ଭବିଷ୍ୟତରେ କେଉଁ ଦେଶଗୁଡ଼ିକପ ରହିଛି ଜନସଂଖ୍ୟା ସଂକଟ-

ଯୁକ୍ତରାଷ୍ଟ୍ର ଅନୁସାରେ, ବର୍ତ୍ତମାନ ଗ୍ରୀସ୍ର ଜନସଂଖ୍ୟା ୧୦ ମିଲିଅନ୍ (୧ କୋଟି) ରହିଛି । ହେଲେ ୨୧୦୦ ମସିହା ସୁଦ୍ଧା ଏହା ୯ମିଲିଅନ୍ (୯୦ ଲକ୍ଷ) ହୋଇପାରେ । ସେହିପରେ ରୁଷ୍, ଇଟାଲୀ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଗୁଡ଼ିକରେ ମଧ୍ୟ ଜନସମଖ୍ୟା ହ୍ରାସର ସମସ୍ୟା ଦେଖାଦେଉଛି । ଯଦି ଏହି ଦେଶ ଗୁଡ଼ିକରେ ଜନସଂଖ୍ୟାକୁ ସ୍ଥିର କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆ ନଯାଏ, ତେବେ ଭବିଷ୍ୟତରେ ଆର୍ଥିକ ଏବଂ ସାମାଜିକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.