ପ୍ରମୂଖ ଖବର
  • ପାରିବାରିକ କଳହ : ଫ୍ୟାନରେ ଝୁଲି ବାପ-ପୁଅଙ୍କ ଆତ୍ମହତ୍ୟା
  • ||
  • ମହୁଆରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ତେଜ ପ୍ରତାପ ଯାଦବ
  • ||
  • ଟ୍ରମ୍ପ ପ୍ରଶାସନର ମନମାନୀ, ବାଧ୍ୟ ହୋଇ ନାସାରୁ ଚାକିରି ଛାଡ଼ିବେ ୩୮୭୦ କର୍ମଚାରୀ
  • ||
  • ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଲାଗି ବିଜେପିର ଦାବି
  • ||
  • ଯୁଯୁମୁରା ଦେବଝରଣ ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ
  • ||
  • ଗୟାଜୀରେ ଗ୍ୟାଙ୍ଗରେପ୍ ! ହୋମଗାର୍ଡ ଆଶାୟୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ
  • ||
  • କଟକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବାକୁ କହି ଠକେଇ, ଜଣେ ଗିରଫ
  • ||
  • ସଫେଇ କର୍ମଚାରୀଙ୍କୁ ବଡ଼ ଭେଟି : ୧୦ ଲକ୍ଷର ଜୀବନବୀମା, କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ
  • ||
  • ଦୁଇ ଦଶନ୍ଧି ପରେ ଚିନ୍ତାର କାରଣ ପାଲଟିଛି ଚିକନଗୁନିଆ, ଭାରତ ପାଇଁ କେତେ ବିପଦ ?
  • ||
  • ବିଜେଡ଼ି ଆଣିବ ଅନାସ୍ଥା ପ୍ରସ୍ତାବ ! ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ଅରୁଣ ସାହୁ
  • ||
  • ଟେଷ୍ଟରୁ ସନ୍ନ୍ୟାସ ନେଇପାରନ୍ତି ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ
  • ||
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଗତ ୬ ବର୍ଷରେ କେତେ ଲୋକ ଛାଡ଼ିଲେଣି ଭାରତର ନାଗରିକତା? ସଂସଦରେ ସୂଚନା ଦେଲେ ସରକାର

Published By : Soubhagya Ranjan | July 25, 2025 9:27 PM

Image source: Jagran

ନୂଆଦିଲ୍ଲୀ,୨୫/୦୭: ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ସେମାନଙ୍କର ନାଗରିକତା ଛାଡ଼ି ଅନ୍ୟ ଦେଶରେ ବସତି ସ୍ଥାପନ କରୁଛନ୍ତି। ଏତିକି ବେଳେ କେନ୍ଦ୍ର ସରକାର ସଂସଦରେ କହିଛନ୍ତି ଯେ ୨୦୨୪ରେ ମଧ୍ୟ ଦୁଇ ଲକ୍ଷରୁ ଅଧିକ ଲୋକ ଭାରତର ନାଗରିକତା ଛାଡ଼ିଛନ୍ତି। ତଥାପି, ଏହି ସଂଖ୍ୟା ୨୦୨୩ ବର୍ଷ ତୁଳନାରେ କମ୍। ସୂଚନାଥାଉକି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ସଂଖ୍ୟା ବିଷୟରେ ସୂଚନା ଦେବା ସମୟରେ ସରକାର କହିଛନ୍ତି ଯେ ଏହି ସଂଖ୍ୟାରେ ଗତ ଛଅ ବର୍ଷର ତଥ୍ୟ ଅନ୍ତର୍ଭୁକ୍ତ। ତଥ୍ୟ ଦର୍ଶାଉଛି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ନାଗରିକତା ଛାଡ଼ିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।

ସୂଚନା ଦେଲେ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ:

ସୂଚନାଥାଉକି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ରାଜ୍ୟସଭାରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ ୨୦୨୪ ମସିହାରେ ୨ ଲକ୍ଷ ୬ ହଜାର ଲୋକ ଭାରତୀୟ ନାଗରିକତା ଛାଡିଛନ୍ତି, ୨୦୨୩ ରେ ୨ ଲକ୍ଷ ୧୬ ହଜାର ୨୧୯ ଜଣ ଭାରତୀୟ ନାଗରିକତା ଛାଡ଼ିଛନ୍ତି। ଏହା ବ୍ୟତୀତ ୨୦୨୨ ମସିହାରେ ମୋଟ ୨ ଲକ୍ଷ ୨୫ ହଜାର ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି। 

ଏହା ବ୍ୟତୀତ ୨୦୨୧ ରେ ୧ ଲକ୍ଷ ୬୩ ହଜାରରୁ ଅଧିକ ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି। ୨୦୨୦ରେ ୮୫ ହଜାର ଲୋକ ନାଗରିକତା ଛାଡ଼ିଛନ୍ତି ଏବଂ ୨୦୧୯ ରେ ମୋଟ ୧ ଲକ୍ଷ ୪୪ ହଜାର ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି। ରାଜ୍ୟସଭାରେ ଉପସ୍ଥାପିତ ତଥ୍ୟରେ କୁହାଯାଇଛି ଯେ ୨୦୨୩ ତୁଳନାରେ ୨୦୨୪ ମସିହାରେ ସାମାନ୍ୟ ହ୍ରାସ ଘଟିଛି। ସେହିପରି ଗତ ତିନି ବର୍ଷ ମଧ୍ୟରେ ଏହି ସଂଖ୍ୟା ଦୁଇ ଲକ୍ଷ ଉପରେ ରହିଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.