ମୁମ୍ୱାଇ,୨୯/୦୫: କଙ୍ଗନା ରଣାୱତଙ୍କ ନୂଆ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ର ପୋଷ୍ଟର ରିଲିଜ । ନିର୍ମାତା ଏହାର ଟାଇଟଲ୍ ଦେଇଛନ୍ତି ‘ଦ ଅନ୍ସିନ୍ ହିରୋଜ୍’ (ଅଦୃଶ୍ୟ ନାୟକମାନେ) । ଏହି ପୋଷ୍ଟର ଦେଶର ଅନାଲୋଚିତ ନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି, ଯେଉଁମାନେ ସର୍ବଦା ଆମ ସହିତ ଅଛନ୍ତି କିନ୍ତୁ ସେମାନଙ୍କୁ ଖୁବ୍ କମ୍ ସ୍ୱୀକୃତି ଦିଆଯାଏ । ନର୍ସ, ୱାର୍ଡ ବୟ, ସ୍ୱଚ୍ଛତା କର୍ମୀ, ଲିଫ୍ଟ ଅପରେଟର, ସିକ୍ୟୁରିଟି କର୍ମଚାରୀ ଏବଂ ପ୍ରଶାସନିକ କର୍ମଚାରୀଙ୍କୁ ଏହି ପୋଷ୍ଟର ସମ୍ମାନ ଜଣାଇଛି ଯେଉଁମାନେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ ।
ଆହୁରି ପଢନ୍ତୁ-ଶାହରୁଖଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କଲେ କରଣ ଜୋହର, ଜାଣନ୍ତୁ କାରଣ …
କଙ୍ଗନା କହିଛନ୍ତି, ‘ଭାରତ ଭାଗ୍ୟ ବିଧାତା’ ସେହି ଅଦୃଶ୍ୟ ଆତ୍ମାମାନଙ୍କୁ ସମ୍ମାନ ଜଣାଇଛି, ଯେଉଁମାନେ ସଙ୍କଟ ସମୟରେ ମାନବତା ଓ ସୌହାର୍ଦ୍ଦ୍ୟର ସର୍ବୋତ୍ତମ ପ୍ରାଚୀର ଭାବେ ସର୍ବଦା ସାମ୍ନାକୁ ଆସନ୍ତି । ବିପତ୍ତି ସମୟରେ ସଶସ୍ତ୍ର ବାହିନୀର ସମର୍ପଣ ବିଷୟରେ ଚର୍ଚ୍ଚା ହୁଏ । କିନ୍ତୁ ଏହି ଫିଲ୍ମ ସେହି ୟୁନିଫର୍ମକୁ ଶ୍ରଦ୍ଧାଞ୍ଜଳି ଦେଇଛି, ଯେଉଁମାନ ସମର୍ପଣକୁ ଭୟଙ୍କର ବିପତ୍ତି ଓ ରକ୍ତପାତ ସମୟରେ ବିଶ୍ୱ ଅଣଦେଖା କରେ । ବିଶ୍ୱ ସାମ୍ନାରେ ସେମାନଙ୍କ ସତକୁ ଉଜାଗର କରୁଥିବାରୁ ଫିଲ୍ମକୁ ନେଇ କଙ୍ଗନା ଖୁବ୍ ଗର୍ବ ଅନୁଭବ କରୁଥିବା କହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମନୋଜ ତପାଡ଼ିୟା । ଆସନ୍ତା ଜୁନ୍ ୧୨ ତାରିଖରେ ଏହା ଥିଏଟରକୁ ଆସିବ ।