ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ହାତୀ ଆକ୍ରମଣରେ ଆଳୁ ବ୍ୟବସାୟୀ ଗୁରୁତର

Published By : Prameya | January 24, 2025 7:02 PM

ବାଙ୍ଗିରିପୋଷି,୨୪/୧ : ହାତୀ ଶୁଣ୍ଡରେ ପେଲି ଦେବାରୁ ଜଣେ ଗୁରୁତର ଆହାତ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ଖଇରବଣି ଗ୍ରାମ ନିକଟରେ ଆଜି ଅଘଟଣ ଘଟି ଯାଇଛି। ଶୌଚ ହେବାକୁ ଯାଇଥିବାବେଳେ ଜଣେ ବ୍ୟକ୍ତି ହାତୀ ହାବୁଡରେ ପଡିଯାଇଥିଲେ । 

ହାତୀଟି ତାଙ୍କୁ ଶୁଣ୍ଡରେ ପେଲି ଦେଇଥିବାବେଳେ ଗୁରୁତର ହୋଇ ପଡିଛନ୍ତି । ବ୍ୟକ୍ତି ଜଣକ ହେଲେ ଶତ୍ରୁଘ୍ନ ପାତ୍ର । ତାଙ୍କ ଘର ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଅଞ୍ଚଳରେ । ସେ ଜଣେ ଆଳୁ ବ୍ୟବସାୟୀ। ଉକ୍ତ ଅଞ୍ଚଳରେ ଧଳା ଆଳୁ କ୍ଷେତରେ ଫସଲ ତୋଳାଯାଉଥିବାବେଳେ ସେ ଆଳୁ କିଣିବାକୁ ଆସିଥିଲେ । ତେବେ ଶୌଚ ଲାଗିବାରୁ ସେ ବିଲ ପଛପଟ ଜଂଗଲ ଆଡ଼କୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ।

ଶତ୍ରୁଘ୍ନଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ହେବ ୧୨ଟିକିଆ ହାତୀ ପୋଲ ବାଙ୍ଗିରିପୋଷି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.