ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିବାହ ବନ୍ଧନରେ ବାନ୍ଧି ହେବା ହେଲା କାଳ, ୧୨ବର୍ଷ ପର୍ଯ୍ୟନ୍ତ ସାମାଜିକ ବାସନ୍ଦ ହେଲେ ପ୍ରଦୀପ ମାଝୀ

Published By : Gurupada Nath | March 14, 2025 10:27 PM

ଉମରକୋଟ,୧୪/୩ :‌ ନେତା ‌ହେଲେ ବାସନ୍ଦ । ନିଜ ସମାଜ ଆଜି ତାଙ୍କୁ ୧୨ବର୍ଷ ବାସନ୍ଦ କରିଛି । ଆମେ କହୁଛୁ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ କଥା । ସେ ଅନ୍ୟ ଜାତିରେ ବିବାହ କରି ହୋଇଛନ୍ତି ହଟହଟା । ନିଜ ସମାଜ ତାଙ୍କୁ ଗ୍ରହଣ କରିନି । ଆଉ ଏହାର ଫଳ ସୂରୁପ ସେ ସମାଜରୁ ବାସନ୍ଦ ହୋଇଛନ୍ତି । 

ସୂଚନା ଅନୁଯାୟୀ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ ଚଳିତ ମାସ ୧୧ତାରିଖରେ ଗୋଆଠାରେ କେନ୍ଦ୍ରାପଡା ଜିଲ୍ଲାର ସଂଗୀତା ସାହୁ ନାମକ ଯୁବତୀ ସହ ବହୁ ଆଡମ୍ବର ସାହିତ ବାହା ହୋଇଥିଲେ ।

କିନ୍ତୁ ଏହି ବିବାହଟି ତାଙ୍କ ଭତ୍ରା ସମାଜକୁ ପସନ୍ଦ ନାହିଁ । କାରଣ ସଂଗୀତା ସାହୁ ଅନ୍ୟ ସମାଜର ଅଟନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ଭତ୍ରା ସମାଜର ବରିଷ୍ଠ ବ୍ୟକ୍ତିମାନେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧାମନାଗୁଡାରେ ଥିବା ମାଁ ଦନ୍ତେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ସର୍ବସମ୍ମତି କ୍ରମେ ପ୍ରଦୀପ ମାଝୀ ଏବଂ ତାଙ୍କ ପିତା, ଭାଇ ଭଉଣୀ ସମସ୍ତ ପରିବାରକୁ ୧୨ବର୍ଷ ପର୍ଯ୍ୟନ୍ତ ଭତ୍ରା ସମାଜରୁ ବାସନ୍ଦ କରିଥିବା ନିଷ୍ପତ୍ତି ନିଆଯାଇଥିଲା । ୧୨ବର୍ଷ ପର୍ଯ୍ୟନ୍ତ ଭତ୍ରା ସମାଜର କୌଣସି ବ୍ୟକ୍ତି ପ୍ରଦୀପ ମାଝୀଙ୍କ ପରିବାରର ଦୁଃଖ ସୁଖରେ ସାମିଲ ହେବେ ନାହିଁ ବୋଲି କେନ୍ଦ୍ରୀୟ କମିଟିର ଉପସଭାପତି ଗୋପାଳ ପୂଜାରୀ ଏବଂ ଝରିଗାଁ ବ୍ଲକ ଭତ୍ରା ସମାଜର ସଭାପତି ଟିକଚନ୍ଦ ମାଝୀ କହିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.