ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

‘ଅପରେଶନ ସିନ୍ଦୁର’କୁ ନେଇ ଅଭିନେତା ପ୍ରକାଶ ରାଜ ରଖିଲେ ଏଭଳି ପ୍ରତିକ୍ରିୟା…

Published By : Gurupada Nath | May 7, 2025 4:27 PM

ନୂଆଦିଲ୍ଲୀ, ୭/୫ :   ଭାରତ ପାକିସ୍ତାନରେ ଥିବା ୯ଆତଙ୍କୀ ଠିକଣା ଉପରେ ଆକ୍ରମଣ କରି ପହଲଗାମ ଆତଙ୍କୀ ଆକ୍ରମଣର ଜବାବ ଦେଇଛି । ମଙ୍ଗଳବାର ରାତିରେ ଭାରତ ଏୟାରଷ୍ଟ୍ରାଇକ କରିଛି । ଏହି ମିଶନକୁ ‘ଅପରେଶନ ସିନ୍ଦୁର’ର ନାଁ ଦିଆଯାଇଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ ଅଭିନେତାଙ୍କୁ ଭାରତରେ ବ୍ୟାନ୍ କରି ଦିଆଯାଇଥିଲା । ପାକିସ୍ତାନୀ ଅଭିନେତାଙ୍କୁ ବ୍ୟାନ୍ କରିବା ପରେ ଅଭିନେତା ପ୍ରକାଶ ରାଜ ତାଙ୍କ ସପୋର୍ଟରେ ବାହାରିଥିଲେ । ଏ‌ବେ ଅପରେଶନ ସିନ୍ଦୁର ଉପରେ ପ୍ରକାଶ ରାଜ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତୁ ଜାଣିବା କିଭଳି ସେ ରିଆକ୍ଟ କରିଛନ୍ତି । 

ପ୍ରକାଶ ରାଜ ପ୍ରତିଟି ମୁଦ୍ଦା ଉପରେ ନିଜର ପ୍ରତିକ୍ରିୟା ରଖିବାକୁ ପଛକୁ ହଟିନଥାନ୍ତି । ଯେତେବେଳେ ଫବାଦ ଖାନଙ୍କ ଫିଲ୍ମକୁ ବ୍ୟାନ ଏବଂ କଳାକାରଙ୍କ ଉପରେ ରୋକ ଲଗାଇବାକୁ ଦାବି ଉଠିଥିଲା ସେତେବେଳେ ପ୍ରକାଶ ରାଜ ଏହାକୁ ଭୁଲ୍ ବୋଲି କହିଥିଲେ । ସେ ଅଭିନେତାଙ୍କୁ ବ୍ୟାନ୍ କରିବାର ସପୋର୍ଟରେ ନ ଥିଲେ ।

ଅପରେଶନ ସିନ୍ଦୁରକୁ ପ୍ରକାଶ ରାଜ ପ୍ରଶଂସା କରିଛନ୍ତି । ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।  ପ୍ରକାଶ ରାଜ ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରେସ ରିଲିଜକୁ ସେୟାର କରି ଲେଖିଛନ୍ତି କି, ଭାରତୀୟ ସଶସ୍ତ୍ର ବଳକୁ ସଲାମ… ଭାରତ କେବେ ବି ଆତଙ୍କବାଦକୁ ସହ୍ୟ କରିବ ନାହିଁ…’ ପ୍ରକାଶ ରାଜଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରକାଶ ରାଜଙ୍କ ପୋଷ୍ଟ ଉପରେ ଲୋକେ ବହୁ କମେଣ୍ଟ କରିବାରେ ଲାଗିଛନ୍ତି । ଜଣେ ଲେଖିଛନ୍ତି କି, ଜୟ ହିନ୍ଦ । ଅନ୍ୟ ଜଣେ ଲେଖିଛନ୍ତି କି ଜୟ ହିନ୍ଦ, ଜୟ ହିନ୍ଦ ସେନା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.