ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଜୀବେ ଦୟା ଓ ମାନବୀୟ ସମ୍ବେଦନା

Published By : Rasmita Pradhan | August 20, 2025 11:24 AM

    ଈଶ୍ୱରଙ୍କ ସୃଷ୍ଟିରେ ସମଗ୍ର ପୃଥିବୀରେ କେବଳ ଯେ ମଣିଷ ତିଷ୍ଠି ରହିଛି ତାହା ନୁହେଁ, ବରଂ ପଶୁପକ୍ଷୀ, କୀଟପତଙ୍ଗ, ବୃକ୍ଷଲତା, ସ୍ଥାବର ଜଙ୍ଗମ ସମସ୍ତେ ରହିଛନ୍ତି । ପଶୁପକ୍ଷୀମାନେ ହସିପାରନ୍ତିନି, ମାତ୍ର ମଣିଷ ହସେ । ପଶୁପକ୍ଷୀଙ୍କ ଠାରୁ ମଣିଷର ବୁଦ୍ଧି, ବିବେକ ନିଶ୍ଚୟ ଅଧିକ, ତେଣୁ ମଣିଷ ଆଜି ଏତେ ଆଗରେ ପହଞ୍ଚିଛି । ଆହାର, ନିଦ୍ରା, ଭୟ ଓ ମୈଥୁନ ଏସବୁ ମଣିଷ ଓ ପଶୁପକ୍ଷୀ ମଧ୍ୟରେ ସମାନ ଥିଲେ ମଧ୍ୟ ମଣିଷର ବୁଦ୍ଧି, ବିଚାରଶକ୍ତି, ବିବେକ ତାକୁ ଉନ୍ନତିପଥରେ ଅଗ୍ରସର କରାଇ ଆଜି ଚରମ ସ୍ତରରେ ପହଞ୍ଚାଇ ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଦିନ ଥିଲା ଆଦିମାନବ ବଣଜଙ୍ଗଲ, ଗିରିକନ୍ଦରରେ ବାସ କରୁଥିଲା । ପଶୁପକ୍ଷୀଙ୍କୁ ଶିକାର କରି କଞ୍ଚାମାଂସ ଭକ୍ଷଣ କରି ଜୀବିକା ନିର୍ବାହ କରୁଥିଲା । କେତେବେଳେ ନିଜେ ମଧ୍ୟ ବଣ୍ୟ ପଶୁପକ୍ଷୀଙ୍କର ଆହାର ବା ଶିକାର ହେଉଥିଲା । କ୍ରମେ ସଭ୍ୟତାର କାଉଁରୀ ସ୍ପର୍ଶରେ ସେ ଗଛର ବଳ୍କଳ ପରିଧାନ କରିବା ସହ ମାଂସ ପୋଡ଼ି ଖାଇଶିଖିଲା । କୃଷିକାର୍ଯ୍ୟ କରି ଦଳବଦ୍ଧ ଭାବରେ ବାସ କଲା, ବିଭିନ୍ନ ଶବ୍ଦ ଦ୍ୱାରା ଭାବ ବିନିମୟ ଓ ଚିହ୍ନ ଦ୍ୱାରା ସଙ୍କେତ ପ୍ରଦାନ କରି ଭାଷା ଓ ଲିପିର ସୃଷ୍ଟି କଲା । କିନ୍ତୁ ଆଜି ସଭ୍ୟ ଶିକ୍ଷିତ ହୋଇ ମଧ୍ୟ, ଉନ୍ନତର ଚରମ ସୋପାନରେ ଉପନୀତ ହୋଇ ମଧ୍ୟ ମଣିଷ ପଶୁପକ୍ଷୀଙ୍କ ପ୍ରତି ଆଦିମ ବର୍ବରତା ଛାଡ଼ିପାରିନି । 

ଆଦିମାନବ ପୋକଜୋକ (ଅଖାଦ୍ୟ) ଖାଉଥିଲା କି ନାହିଁ ପ୍ରମାଣ ନାହିଁ, ମାତ୍ର ଏବେ ଚୀନ୍‌ ଭଳି କେତେକ ଦେଶରେ ପୋକଜୋକ ଖାଉଛନ୍ତି । କୋରିଆ ଇତ୍ୟାଦି ଦେଶରେ କୁକୁର ମାଂସ ଖାଉଛନ୍ତି । ସମୟ ଏପରି ହୋଇଛି ଯେ, ମଣିଷ ସାପ, ବେଙ୍ଗ, କୁମ୍ଭୀର ଏପରିକି ଯେକୌଣସି ସରୀସୃପ ଓ ପକ୍ଷୀଙ୍କୁ ମଧ୍ୟ ଛାଡୁନାହିଁ । ଏପରି ଆଚରଣ ମଣିଷଜାତି ଠାରୁ ଆଶା କରାଯାଏ କି? ଅତି ନିର୍ଦ୍ଦୟ ଭାବରେ ଘୁଷୁରୀ, ଗୋରୁ, ଓଟ, ଗଧ ଇତ୍ୟାଦିଙ୍କୁ ନିର୍ମମ ଭାବରେ ହତ୍ୟାକରି ଖାଦ୍ୟରୂପେ ବ୍ୟବହାର କରାଯାଉଛି । ଛେଳି, ମେଣ୍ଢା, କୁକୁଡ଼ା, ବତକ ଇତ୍ୟାଦି ତ ଅତି ସାଧାରଣ କଥା । ଗାଈମାନଙ୍କୁ ଜୀବନ୍ତ ପୋଡ଼ି ଖାଇବା, ଏପରିକି ଭ୍ରୂଣ (ଗାଈର ଭ୍ରୂଣ ଅବସ୍ଥାରେ) ହତ୍ୟା କରି ଜଘନ୍ୟ ଭାବରେ ଖାଇବାର ଭିଡିଓ ୟୁଟ୍ୟୁବ, ଇଣ୍ଟରନେଟ ଇତ୍ୟାଦିରେ ପ୍ରସାରିତ ହେଉଛି, ଯାହାକି ମଣିଷର ନିଷ୍ଠୁରତା ଓ କ୍ରୂରତାର ଚିତ୍ର ପ୍ରଦାନ କରୁଛି । କିଛିଦିନ ତଳେ ଚୀନ୍‌ଠାରୁ ଋଣ ନେଇଥିବା ପାକିସ୍ତାନ ଋଣ ପରିଶୋଧ କରିନପାରି ଚୀନ୍‌କୁ ଗଧ ରପ୍ତାନି କରିଥିଲା । ଏବେ ଋଣ ଯନ୍ତାରେ ପଡ଼ିଥିବା ଶ୍ରୀଲଙ୍କା ଚୀନ୍‌କୁ ଏକଲକ୍ଷ ମାଙ୍କଡ଼ ରପ୍ତାନି କରିବାକୁ ନିଷ୍ପତ୍ତି ନେଇଛି । ପଶୁମାନଙ୍କ ପ୍ରତି ଚୀନ୍‌, ପାକିସ୍ତାନ ଓ ଶ୍ରୀଲଙ୍କାର ଏହା ଆଉ ଏକ ନିର୍ଦ୍ଦୟତା ଓ ବର୍ବରତା । ବେଳେବେଳେ ମଣିଷକୁ ହତ୍ୟାକରି ମଣିଷ ଖାଉଥିବା ସମ୍ବାଦ ମଧ୍ୟ ଶୁଣିବାକୁ ମିଳୁଛି । (ସତ୍ୟ ହୋଇଥିଲେ ସାଂଘାତିକ) ତେଣୁ ମଣିଷକୁ ସର୍ବଭୁକ୍‌ କହିଲେ ଅତ୍ୟୁକ୍ତି ହେବନାହିଁ । 

ଭାରତବର୍ଷରେ ଅତୀତରେ ନରବଳି (ମେରିଆ) ପ୍ରଥା ଥିଲା । ଇଂରେଜ ଶାସନ ସମୟରେ ଆଇନ ହେବା ଯୋଗୁଁ ଏ କୁପ୍ରଥାର ବିଲୋପ ଘଟିଲା । ଆଜି ମଧ୍ୟ ବିଭିନ୍ନ ଶକ୍ତିପୀଠରେ ପଶୁପକ୍ଷୀମାନଙ୍କୁ ବଳି ପ୍ରଦାନ କରାଯାଉଛି । ଭବାନୀପାଟଣାର ସୁଲିଆ ଯାତ୍ରାରେ ରାଜରାସ୍ତା ରକ୍ତରଞ୍ଜିତ ହୋଇଯାଉଛି ନିରୀହ ପଶୁପକ୍ଷୀଙ୍କ ରକ୍ତରେ । ଖାଦ୍ୟ ପାଇଁ ହେଉ ବା ବଳି ପାଇଁ ହେଉ, ନିରୀହ ପଶୁପକ୍ଷୀ ଏହାର ଶିକାର ହେଉଛନ୍ତି । ଅତୀତରେ ରାଜା ମହାରାଜାମାନେ ମୃଗୟା ବା ଶିକାର କରି ପଶୁପକ୍ଷୀଙ୍କୁ ହତ୍ୟା କରୁଥିଲେ । ଇଂରେଜ ଶାସକମାନେ ଶିକାର କରି ବହୁ ପଶୁପକ୍ଷୀଙ୍କୁ ନିର୍ବିଚାରରେ ହତ୍ୟା କରୁଥିଲେ । ଆଦିବାସୀମାନେ ବେଣ୍ଟଯାତ୍ରା କରି ଜଙ୍ଗଲରେ ଅବାଧ ଶିକାର କରି ବହୁ ପଶୁପକ୍ଷୀଙ୍କୁ ହତ୍ୟା କରୁଥିଲେ । ଆଜି ମଧ୍ୟ ଏତେ ଆଇନ ପ୍ରଣୟନ ହେବା ସତ୍ତେ୍ୱ ପଶୁପକ୍ଷୀଙ୍କୁ ନିର୍ବିଚାରରେ ହତ୍ୟା କରାଯାଉଛି । ପଶୁପକ୍ଷୀଙ୍କୁ ହତ୍ୟା କରିବାକୁ ଯେପରି ସମଗ୍ର ମଣିଷ ଜାତି ବଦ୍ଧପରିକର ହୋଇଉଠିଛି । ଦାନ୍ତ ପାଇଁ ହାତୀ, ଗଣ୍ଡା ହତ୍ୟା, କାତି ପାଇଁ ବଜ୍ରକାପ୍ତା ହତ୍ୟା, ଚମଡ଼ା ପାଇଁ କୁମ୍ଭୀର ଓ ସିଲ୍‌ ହତ୍ୟା, ମାଂସ ପାଇଁ ଅନ୍ୟାନ୍ୟ ପଶୁପକ୍ଷୀ ହତ୍ୟା ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି । କହିବାକୁ ଗଲେ ମଣିଷର ବର୍ବରତାର ସୀମା ଟପିଗଲାଣି । ଅତୀତରେ ଜୀବହତ୍ୟାକୁ ପ୍ରତିରୋଧ କରିବାକୁ ଭାରତୀୟ ବୈଦିକ ମୁନିଋଷିଗଣ କହିଥିଲେ "ଅହିଂସା ପରମୋ ଧର୍ମ, ଜୀବେ ଦୟା' ଇତ୍ୟାଦି କଥା । ନିଜେ ଭଗବାନ ବିଷ୍ଣୁ ତାଙ୍କର ନବମ ଅବତାରରେ ଜୀବହିଂସାକୁ ବିରୋଧ କରି ପଶୁପକ୍ଷୀ ହତ୍ୟା ବନ୍ଦ କରିଥିଲେ । ‘ନିନ୍ଦସି ଯଜ୍ଞବିଧେର ହହଂ ଶ୍ରୁତିଜାତଂ/ ସଦୟ ହୃଦୟଦର୍ଶିତ ପଶୁଘାତଂ/ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ’ (ଦଶାବତାର- ଜୟଦେବ) । ଭଗବାନ ଶିବଙ୍କର ଅନ୍ୟ ନାମ ପଶୁପତି, ଅର୍ଥାତ୍‌ ପଶୁମାନଙ୍କର ପ୍ରଭୁ ବା ଦେବତା । 

ଭଗବାନ ଶ୍ରୀରାମଙ୍କ ସହିତ ଶାଗୁଣା, ଜଟାୟୁ, ଜୟନ୍ତ କାକ, ଶାଗୁଣା ସମ୍ପାତି, ରାମପକ୍ଷୀ (କୁକୁଡ଼ା) ଇତ୍ୟାଦି ସମ୍ପୃକ୍ତ ଥିବା କଥା ରାମାୟଣରେ ବର୍ଣ୍ଣିତ ହୋଇଛି । ଭଗବାନ ବିଷ୍ଣୁଙ୍କର ମୀନ, କଚ୍ଛପ, ବରାହ, ନୃସିଂହ ଅବତାର ପଶୁମାନଙ୍କ ସହିତ ଜଡ଼ିତ । ପୁନଶ୍ଚ, ପୁରାଣକାରମାନେ ଭଗବାନ ଶ୍ରୀରାମଙ୍କୁ ବାନର ଓ ଭଲ୍ଲୁକମାନଙ୍କ ସହିତ, ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋମାତାଙ୍କ ସହିତ, ନୃସିଂହଙ୍କୁ ସିଂହ ସହିତ, ବିଶ୍ୱାମିତ୍ର, ଯମଦଗ୍ନି ଇତ୍ୟାଦି ଋଷିଙ୍କୁ କାମଧେନୁ (ଗାଈ) ସହିତ, ନନ୍ଦିନୀ (ଗାଈ) ସହିତ ଯୋଡ଼ି ପଶୁପକ୍ଷୀଙ୍କ ସୁରକ୍ଷାର ବାର୍ତ୍ତା ଦେଇଯାଇଛନ୍ତି । ଆମର ବିଭିନ୍ନ ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଗଣେଶ ହାତୀମୁଣ୍ଡଧାରୀ, ନୃସିଂହ ସିଂହମୁଖଧାରୀ, ମହାବୀର ହନୁମାନ ମର୍କଟ, ଭକ୍ତ ଜାମ୍ବବାନ ଭଲ୍ଲୁକ, ହୟଗ୍ରୀବ ଅଶ୍ୱମୁଖଧାରୀ ଇତ୍ୟାଦି । ତା'ଛଡ଼ା ବିଭିନ୍ନ ଦେବଦେବୀଙ୍କର ବାହନ ବିଭିନ୍ନ ପଶୁପକ୍ଷୀ । ତେଣୁ ଦେବତାଙ୍କ ସହିତ ପଶୁପକ୍ଷୀ ମଧ୍ୟ ଉପାସିତ ହୋଇଥାନ୍ତି, ଯାହାକି ପଶୁପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଭିନବ ପରିକଳ୍ପନା କହିଲେ ଅତ୍ୟୁକ୍ତି ହେବନାହିଁ । ଭଗବାନ ଶିବଙ୍କ ବାହନ ବୃଷଭ, ସାପ ଗଳାରେ ଧରିଛନ୍ତି, ଗଣେଶଙ୍କର ମୂଷା, କାର୍ତ୍ତିକଙ୍କର ମୟୂର, ଦୁର୍ଗାଙ୍କର ସିଂହ, ବ୍ରହ୍ମା ଓ ସରସ୍ୱତୀଙ୍କର ହଂସ, ଲକ୍ଷ୍ମୀଙ୍କର ପେଚା, ନାରାୟଣଙ୍କର ଗରୁଡ଼, ଯମଙ୍କର ମଇଁଷି, ଇନ୍ଦ୍ରଙ୍କର ଐରାବତ ହାତୀ, ଉଚ୍ଚୈଶ୍ରବା ଘୋଡ଼ା, ବିଶ୍ୱକର୍ମାଙ୍କର ହାତୀ, ଶ୍ୱେତହସ୍ତୀମାନେ ଲକ୍ଷ୍ମୀଙ୍କର ନନ୍ଦାଭିଷେକ କରିଥିଲେ, ବିଷ୍ଣୁ ଭଗବାନ ସାପ ଉପରେ ଶୋଇଛନ୍ତି (ଶେଷନାଗ) । ଭଗବାନ ରାମ ଗୁଣ୍ଡୁଚିମୂଷାକୁ ଆଉଁସି ଦେଇଥିଲେ (ତା' ପିଠିରେ ଚିହ୍ନ ରହିଛି), କୁକ୍କୁଟ ପକ୍ଷୀ (କୁକୁଡ଼ା)କୁ ଆଶୀର୍ବାଦ କରିଥିଲେ । ତେଣୁ ତାକୁ ରାମପକ୍ଷୀ କୁହାଯାଏ, ବାନରସେନା ଓ ଭଲ୍ଲୁକ ସେନାଙ୍କ ସହାୟତାରେ ରାବଣ ବଧ ଓ ଲଙ୍କା ଜୟ କରିଥିଲେ । ଭଗବାନ ଶ୍ରୀକୃଷ୍ଣ ଗାଈ ଚରାଉଥିଲେ (ଗୋମାତାଙ୍କ ସେବା କରୁଥିଲେ) । ଭରଦ୍ୱାଜ ଋଷି, ବଶିଷ୍ଠ ଓ ଯମଦଗ୍ନି ଇତ୍ୟାଦିଙ୍କ ଆଶ୍ରମରେ କାମଧେନୁ ଥାଇ ସକଳ ଅଭୀଷ୍ଟ ପୂରଣ କରୁଥିଲେ । 

ତେଣୁ ପୁରାଣକାରମାନେ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ତଥା ପୂଜା ଉପାସନା ପାଇଁ ଏହିପରି ସୁନ୍ଦର କଥାମାନ ସୃଷ୍ଟି କରିଯାଇ ଚିରକାଳ ଲାଗି ମାନବ ଜାତିକୁ "ଜୀବେଦୟା'ର ବାର୍ତ୍ତା ଦେଇଯାଇଛନ୍ତି । ଭଗବାନ ନିଜେ ମତ୍ସ୍ୟ, କଚ୍ଛପ, ବରାହ ଇତ୍ୟାଦି ହୋଇଥିଲେ । ମଣିଷ ଆଜି ପଶୁପକ୍ଷୀମାନଙ୍କ ପ୍ରତି ଯେଉଁ କ୍ରୂରତା ଓ ବର୍ବରତା ପ୍ରଦର୍ଶନ କରୁଛି ତାହା ସୀମା ଲଂଘନ କରିସାରିଲାଣି । ଏହାର ବିକଳ୍ପ ଚିନ୍ତା କରାଯାଉ । ପଶୁପକ୍ଷୀ ହତ୍ୟା ବନ୍ଦ ହେଉ । ହିଂସ୍ର ମଣିଷର ଆଚରଣରେ ପରିବର୍ତ୍ତନ ହେଉ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.