କଟକ,୦୮/୧୧: କଟକ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି କି? ବାଲିଯାତ୍ରାର କିଛି ଦୃଶ୍ୟ ଓ ନିଜର ସ୍ମୃତି ଯଦି ବାଣ୍ଟିବାକୁ ଚାହୁଁଛନ୍ତି ଆମେ ସାଜିବୁ ମାଧ୍ୟମ । ଆମକୁ ବାଲିଯାତ୍ରାର ଅନୁଭୂତି, ଭିଡ଼ ଭିତରର ଦୃଶ୍ୟ ଭିଡିଓ, ଫଟୋ କିମ୍ବା ଲେଖା ମାଧ୍ୟମରେ ପଠାନ୍ତୁ ।
ଆମେ ଆପଣଙ୍କ ଫଟୋ ଓ ଭିଡିଓକୁ ପ୍ରମେୟ ଡିଜିଟାଲ୍ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବୁ । ପ୍ରମେୟ ଡିଜିଟାଲ୍ ସାଇତିବ ଆପଣଙ୍କ ବାଲିଯାତ୍ରାର ଅଭୁଲା ସ୍ମୃତି । ପ୍ରମେୟ ଓଡ଼ିଆ, ପ୍ରମେୟ ଇଂଲିଶ ଡିଜିଟାଲ୍ର ୟୁଟ୍ୟୁବ୍ ଚ୍ୟାନେଲ୍, ଫେସ୍ବୁକ୍ ପେଜ୍ ସହ ୱେବ୍ସାଇଟ୍ରେ ଆମେ ସେୟାର କରିବୁ ଆପଣଙ୍କ ପ୍ରିୟ ସ୍ମୃତି । ଆପଣ ଆମକୁ ନିଜେ ସୁଟ୍ କରିଥବା ମୌଳିକ ଭିଡିଓ ହିଁ ପଠାଇବେ । ଭିଡିଓରେ କୌଣସି ମ୍ୟୁଜିକ୍ ବ୍ୟବହାର କରିବେ ନାହିଁ କି ଏଡିଟିଂ କରିବେ ନାହିଁ ।
ସର୍ବାଧିକ ୫୦ ଏମ୍ବିର ଭିଜୁଆଲ୍ ପଠାଇବେ । ଏକାଧିକ ଫଟୋ କିମ୍ବା ଲେଖା ମଧ୍ୟ ପଠାଇପାରିବେ । ପ୍ରମେୟ ଓଡ଼ିଆ ଓ ଇଂଲିଶ ୱେବ୍ସାଇଟକୁ ଯାଇ ଆପଣ ଅପ୍ଲୋଡ୍ କରିପାରିବେ କିମ୍ବା ହ୍ୱାଟସ୍ ଆପ୍ ନମ୍ବର ୯୯୩୭୮୫୮୬୦୦ରେ ମଧ୍ୟ ପଠାଇ ପାରିବେ । ଭିଡିଓ, ଫଟୋ ଓ ଲେଖା ପଠାଇବା ପରେ ଏହା ପ୍ରମେୟ ଡିଜିଟାଲ୍ର ହିଁ ସତ୍ତ୍ୱ ହେବ । ଭଲ ଫଟୋ, ଲେଖା, ଭିଡିଓକୁ ତର୍ଜମା କରି ବିଚାରକମଣ୍ଡଳୀ ଯାହାକୁ ଚୟନ କରିବେ ସେହି ପ୍ରେରକଙ୍କୁ ପୁରସ୍କୃତ କରାଯିବ । prameya.com, prameyanews.com, https://www.prameya.com/balijatra/ ଭିଜିଟ୍ କରନ୍ତୁ । ମେନ୍ ପେଜରେ ଅପ୍ଲୋଡ୍ କରନ୍ତୁ ସମୃଦ୍ଧ ବାଲିଯାତ୍ରାର ସ୍ମୃତି ।