ଭୁବନେଶ୍ବର, ୦୮/୦୭: ମାତୃ ଦିବସ ଉପଲକ୍ଷେ କବିତା ଆବୃତ୍ତି ପ୍ରତିଯୋଗିତା । ଆସନ୍ତା ମେ’ ୧୦ ତାରିଖ ରବିବାର ‘ମାତୃ ଦିବସ’ରେ ‘ପ୍ରମେୟ’ ଖବର କାଗଜ ତରଫରୁ ଏହି କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିତାରେ ସର୍ତ୍ତାବଳୀ ଅନୁସାରେ ପ୍ରତିଯୋଗୀମାନେ ଭାଗ ନେଇପାରିବେ । ରେଜିଷ୍ଟ୍ରେସନ ଫର୍ମରେ ଛାତ୍ରଛାତ୍ରୀମାନେ ନିଜର ନାମ, ବୟସ, ବିଦ୍ୟାଳୟର ନାମ, ଯୋଗାଯୋଗ ମୋବାଇଲ ନମ୍ବର ଲେଖିବାକୁ ଭୁଲିବେନି ।
ବିଶେଷ ଦ୍ରଷ୍ଟବ୍ୟ: ଇଚ୍ଛୁକ ଛାତ୍ରଛାତ୍ରୀମାନେ ଶନିବାର ତା.୦୯.୦୫.୨୦୨୬ରିଖ ସନ୍ଧ୍ୟା ୫ ଘଟିକା ସୁଦ୍ଧା ରେଜିଷ୍ଟ୍ରେସନ ଫର୍ମକୁ ୭୦୦୮୬୧୪୧୩୩ ନମ୍ବରକୁ ହ୍ୱାଟସ୍ଆପ୍ ମାଧ୍ୟମରେ ପଠାଇବାକୁ ଅନୁରୋଧ । ସ୍ଥାନ ହେଉଛି ପ୍ରମେୟ କାର୍ଯ୍ୟାଳୟ, ଘାଟିକିଆ, ନାକାଗେଟ୍ ନିକଟ, ଭୁବନେଶ୍ୱର ।
ପ୍ରତିଯୋଗିତାର ସର୍ତ୍ତାବଳୀ :
୧. କବିତାଟି ଓଡ଼ିଆରେ ଏବଂ ନିଜସ୍ୱ ରଚିତ ହୋଇଥିବ
୨. ପ୍ରତିଯୋଗୀଙ୍କ ବୟସସୀମା ୧୦ରୁ ୧୮ ବର୍ଷ ମଧ୍ୟରେ ରହିଥିବ
୩. ପ୍ରତିଯୋଗୀ ନିଜେ କବିତା ଆବୃତ୍ତି କରିବେ
୪. କବିତାଗୁଡିକ ୨୦ ଧାଡ଼ି ମଧ୍ୟରେ ସୀମିତ ରହିବ
୫. ଏକ ବିଚାରକମଣ୍ଡଳୀ ଶ୍ରେଷ୍ଠ କବିତା ଚୟନ କରିବେ
୬. ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ