ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ପାଇଁ ଭିନ୍ନ ରୂପେ ଏକ ସ୍ମାରକସ୍ଥଳ ତିଆରି କରିବା କଂଗ୍ରେସ ଦାବି କରିଛି କଂଗ୍ରେସ। ଏହାକୁ ନେଇ ବର୍ଷିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ସେ କଂଗ୍ରେସକୁ କଡ଼ା ଭାଷାରେ କରିଛନ୍ତି। ସମାଲୋଚନା। ଶର୍ମିଷ୍ଠା କହିଛନ୍ତି,ଯେତେବେଳେ ତାଙ୍କ ବାପା ପ୍ରଣବ ମୁଖାର୍ଜୀଙ୍କ ୨୦୨୦ରେ ଦେହାନ୍ତ ହୋଇଥିଲା ସେତେବେଳେ କଂଗ୍ରେସ କୌଣସି ଶୋକସଭା ଆୟୋଜନ କରିନଥିଲା। କଂଗ୍ରେସ କାର୍ଯ୍ୟକାରୀ କମିଟି ତରଫରୁ ବୈଠକ ମଧ୍ୟ ଡ଼କା ଯାଇନଥିଲା। ଜଣେ ବରିଷ୍ଠ କଂଗ୍ରେସ ନେତା କହିଥିଲେ ଯେ, ଭାରତର ରାଷ୍ଟ୍ରପତିଙ୍କ ପାଇଁ ଶୋଭ ସଭା ଆୟୋଜିତ ହୁଏ ନାହିଁ। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ନିରାଧାର ବୋଲି କହିଛନ୍ତି ପ୍ରଣବଙ୍କ ଝିଅ।

ଏହାଛଡା ଶର୍ମିଷ୍ଠା କହିଛନ୍ତି, ମୋ ବାପାଙ୍କ ହାତ ଲେଖା ଡାଏରୀ ପଢ଼ିଛି। ଏଥିରେ ଲେଖାଅଛି ଯେତେବେଳେ ଭାରତର ପୂର୍ବତନ ରାଷ୍ଟ୍ରପତି କେ ଆର୍‌ ନାରାୟଣଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ସିଡବ୍ଲୁସି ତରଫରୁ ବୈଠକ ବସିଥିଲା। ମୋ ବାପା ପ୍ରଣବ ମୁଖାର୍ଜୀ ନିଜେ ଶୋକ ବାର୍ତ୍ତା ପ୍ରସ୍ତୁତ କରିଥିଲେ।' ଏହାବ୍ୟତୀତ ସିଆର୍‌ କେସବନଙ୍କ ଏକ ପୋଷ୍ଟକୁ ଦର୍ଶାଇ କଂଗ୍ରେସ ଦଳର ସଦସ୍ୟଙ୍କୁ କେବଳ ଏଥିପାଇଁ ଅଣଦେଖା କରିଥିଲା କାରଣ ସେମାନେ ଗାନ୍ଧି ପରିବାରର ସଦସ୍ୟ ନଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି। ଏହାଛଡା ଶର୍ମିଷ୍ଠା ସିଆର କେଶଭନଙ୍କ ଏକ ପୋଷ୍ଟ ବିଷୟରେ କହିଛନ୍ତି। ଯେଉଁଥିରେ କୁହାଯାଇଥିଲା କଂଗ୍ରେସ ଦଳୀ ଅନ୍ୟ ନେତାଙ୍କୁ କେବଳ ଏଥିପାଇଁ ଅଣଦେବା କଲା କାରଣ  ସେ ଗାନ୍ଧୀ ପରିବାରର ସଦସ୍ୟ ନଥିଲେ।

ଉଲ୍ଲେଖନୀୟ ଯେ,, ୯୨ ବର୍ଷ ବୟସରେ ଡଃ ମନମୋହନ ସିଂହଙ୍କ ଦେହାନ୍ତ ହୋଇଛନ୍ତି। ଡିସେମ୍ବର ୨୭ ତାରିଖରେ ଦିଲ୍ଲୀ ସ୍ଥିତ AIIMSରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶନିବାର ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହୋଇଛି  ଅନ୍ତିମ ସଂସ୍କାର। ମନମୋହନଙ୍କ ଦେହାନ୍ତ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ସମ୍ମାନିତ କରିବା ପାଇଁ ଭିନ୍ନ ରୂପେ ଏକ ସ୍ମାରକ ସ୍ଥଳ ତିଆରି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ତାଙ୍କର ଏହି ଦାବି ପରେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଏଭଳି ପତ୍ରିକ୍ରିୟା ଦେଇଛନ୍ତି।