କଟକ, ୨୯।୧୨ :   ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଜେଡି  ବିଧାୟକ ପ୍ରଣବ ପ୍ରକାଶ ଦାସ । ନିଜର ବ୍ୟକ୍ତି ଗତ କାରଣ ନେଇ ସେ ଇସ୍ତଫା ଦେଇଥିବା କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ରବିବାର ବସିଥିବା ଓସିଏର ସାଧାରଣ ପରିଷଦ ବୈଠକରେ ବବି ଦାସଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଥିବା କହିଛନ୍ତି ସମ୍ପାଦକ। ତେବେ ବବିଙ୍କ ଇସ୍ତଫା ପରେ ଉପସଭାପତି ଥିବା ପଙ୍କଜ ଲୋଚନ ଦାସ ଅସ୍ଥାୟୀ ସଭାପତି ଭାବରେ କାର୍ଯ୍ୟ କରିବେ। ଆଗାମୀ ୪୫ ଦିନ ଭିତରେ ନୂତନ ସଭାପତି ପାଇଁ ନିର୍ବାଚନ କରାଯିବ ବୋଲି ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି।

ଗତ ୨୦୨୨ ନଭେମ୍ବରରେ ହୋଇଥିବା ନିର୍ବାଚନରେ ବବି  ଓସିଏ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ବବିଙ୍କ କାର୍ଯ୍ୟକାଳ ଆଗାମୀ ୨୦୨୫ ନଭେମ୍ୱରରେ ଶେଷ ହୋଇଥାନ୍ତା ହେଲେ ତାହା ପୂର୍ବରୁ ବବି ଦାସ ଇସ୍ତଫା ଦେଇଛନ୍ତି। ତେବେ ଆଗାମୀ ଦିନ ରେ ବାରବାଟି ରେ କ୍ରିକେଟ ମ୍ୟାଚ୍  ଥିବାରୁ ସେଥି ପ୍ରତି ଗୁରୁତ୍ବ ଦିଆଯାଇଛି।ମ୍ୟାଚ୍ ଶେଷ ପରେ ସଭାପତି ପଦ ପାଇଁ ନିର୍ବାଚନ କରାଯିବ ବୋଲି କହିଛନ୍ତି  ଓସିଏ ସମ୍ପାଦକ ସଞ୍ଜୟ ବେହେରା।