ପାଟନା: ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ବିନା ସର୍ତ୍ତରେ ଜାମିନ ଦେଇଛନ୍ତି କୋର୍ଟ । ଏହା ପୂର୍ବରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଜେଲ୍‌ରୁ ମୁକୁଳିବା ପରେ ପ୍ରଶନ୍ତ କିଶୋର (ପିକେ) ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣାପଡ଼ିଛି । ପାଟନାର ଗାନ୍ଧୀ ମୈଦାନରୁ ତାଙ୍କୁ ପୋଲିସ ଗିରଫ କରିଥିଲା । ବିପିଏସସି ପରୀକ୍ଷା ରଦ୍ଦ କରିବା ଦାବିରେ ସେ ଧାରଣା ଦେଇଥିଲେ । ଜେଲ୍‌ ଯିବା ପରେ ତାଙ୍କୁ କୋର୍ଟ ସସର୍ତ୍ତ ଜାମିନ ଦେବାକୁ କୋର୍ଟ କହିଥିଲେ। କିନ୍ତୁ ସେ ବେଲ୍‌ ନେବାକୁ ମନା କରିବା ସହ ଜେଲ୍‌ରେ ଆମରଣ ଅନଶନ କରିବେ ଚେତାବନୀ ଦେଇଥିଲେ । କିନ୍ତୁ ଏବେ ତାଙ୍କୁ କୋର୍ଟ ବିନା ସର୍ତ୍ତରେ ଜାମିନ୍ ଦେଇଛନ୍ତି ।

ଏହା ପୂର୍ବରୁ ଜାମିନ କାଳୀନ ବଣ୍ଡ ଦେବାକୁ ମନା କରିଦେଇଥିଲେ ପିକେ । ବିପିଏସ୍‌ସି ପରୀକ୍ଷା ରଦ୍ଦ କରିବା ଦାବିରେ ଜେଲରେ ଆମରଣ ଅନଶନ କରିବାକୁ ଜିଦ ଧରି ବସିଥିଲେ । ପାଟନା ପୋଲିସ ଦ୍ବାରା ଗିରଫ ହେବା ପରେ ପରେ ତାଙ୍କୁ ଏକ କୋର୍ଟ ଜାମିନ ଦେଇଥିଲେ ।   ପ୍ରଶାନ୍ତ କିଶୋରଙ୍କ ସମର୍ଥକଙ୍କ ତୀବ୍ର ଆନ୍ଦୋଳନ ପରେ ତାଙ୍କୁ ଜାମିନ ମିଳିଥିଲା କିନ୍ତୁ ସେ ଜେଲ୍‌ରେ ରହି ଆମରଣ ଅନଶନ କରିବାକୁ ଦାବି କରିଥିଲେ । 

 ପାଟନାର ଗାନ୍ଧୀ ମୈଦାନରେ ଗାନ୍ଧୀଙ୍କ ମୂର୍ତ୍ତୀ ତଳେ ଆନ୍ଦୋଳନ କରୁଥିଲେ ପ୍ରଶାନ୍ତ କିଶୋର । ବିହାର ପ୍ରଶାସନିକ ସେବା ପରୀକ୍ଷା ଆଶାୟୀଙ୍କ ସମର୍ଥନରେ ସେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ତାଙ୍କୁ ସେଠାରୁ ଗିରଫ କରିଥିଲା । ଯୁବବର୍ଗଙ୍କ ପାଇଁ ହୋଇଥିବା ଅନ୍ୟାୟ ବିରୋଧରେ ଲଢ଼ିବା ଯଦି ଅପରାଧ ତେବେ ଜେଲ୍‌ ଯିବାକୁ ସେ ପସନ୍ଦ କରିବେ ବୋଲି କହିବା ସହ ଜେଲ୍‌ରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ ପ୍ରଶାନ୍ତ କୁମାର ।