ନୂଆଦିଲ୍ଲୀ : ଗୁରୁବାର ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆଗତ ହେବାକୁ ଯାଉଛି ମହିଳା ସଂରକ୍ଷଣ ବିଲ୍ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀସିଂହ ପାଟିଲ୍ । ସରକାରଙ୍କ ଏଭଳି ଏକ ପଦକ୍ଷେପକୁ ସେ ଦୃଢ଼ଭାବେ ସମର୍ଥନ କରିଛନ୍ତି । ସେ ଚିଠି ମାଧ୍ୟମରେ ଜଣାଇଛନ୍ତି କି, ଏଭଳି ଏକ ନିଷ୍ପତ୍ତ ଭାରତୀୟ ଗଣତନ୍ତ୍ର ପାଇଁ ବୈପ୍ଲବିକ ପଦକ୍ଷେପ ।
Former President Pratibha Patil wrote to Prime Minister Narendra Modi, supporting Women’s Reservation
— ANI (@ANI) April 15, 2026
"I extend my heartfelt appreciation for the initiative for historic implementation of the Nari Shakti Vandan Adhiniyam. This landmark constitutional amendment represents a… pic.twitter.com/RSvkQOfvsg
ଏହାସହ ପ୍ରତିଭା ପାଟିଲ ଚିଠିରେ ଦର୍ଶାଇଛନ୍ତି କି, ଭାରତ ନିରନ୍ତର ଭାବେ ଜାତୀୟ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କର ଅସାଧାରଣ ଅବଦାନ ଦେଖିଛି । ଏହି ଆଇନ୍ ଭାରତୀୟ ମହିଳା ଶକ୍ତିର ଅପାର ସମ୍ଭାବନାକୁ ଆନୁଷ୍ଠାନିକ ଭାବରେ ସ୍ବୀକୃତି ଦିଏ । ଏହାସହ ମହିଳାଙ୍କୁ ଶାସନର ଶୀର୍ଷ ସ୍ତରରେ ନେତୃତ୍ବ ଭୂମିକା ଗ୍ରହଣ କରିବା ପାଇଁ ପଥ ପ୍ରଶସ୍ତ କରେ ।
ଏହାସହ ସେ ପ୍ରକାଶ କରିଛନ୍ତି କି,"ମୁଁ ନିଶ୍ଚିତ ଯେ ଏହି ପ୍ରଗତିଶୀଳ ପଦକ୍ଷେପ ଅଗଣିତ ମହିଳାଙ୍କ, ବିଶେଷକରି ଗ୍ରାମୀଣ ଏବଂ ସୀମାନ୍ତ ସମ୍ପ୍ରଦାୟର ମହିଳାଙ୍କ ଆକାଂକ୍ଷାକୁ ଜାଗ୍ରତ କରିବ ଏବଂ ସେମାନଙ୍କୁ ନେତୃତ୍ୱ ଭୂମିକା ଗ୍ରହଣ କରିବାକୁ ଏବଂ ରାଷ୍ଟ୍ର ନିର୍ମାଣରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାକୁ ଉତ୍ସାହିତ କରିବ।"
ସେପଟେ ଆମେ ଯଦି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀସିଂହ ପାଟିଲଙ୍କ ସମ୍ପର୍କରେ କହିବା ତାହେଲେ ସେ ୟୁପିଏ ସରକାର ସମୟରେ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରିଥିଲେ । ସେ ସେ ଦେଶର ପ୍ରଥମ ଓ ଏବଂ ଦ୍ବାଦଶ ରାଷ୍ଟ୍ରପତି ହୋଇଥିଲେ । ୨୦୦୭-୨୦୧୨ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିଲେ । ୟୁପିଏ ସରକାରରେ ସେ ରାଷ୍ଟ୍ରପତି ରହିଥିବାବେଳେ ତାଙ୍କ ପରେ ସ୍ବର୍ଗତ ପ୍ରଣବ ମୁଖାର୍ଜୀ ହୋଇଥିଲେ ରାଷ୍ଟ୍ରପତି ।
ଏହାସହ ପଢ଼ନ୍ତୁ : ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କୁ ପପ୍ପୁଙ୍କ ଟାର୍ଗେଟ, ବରିଷ୍ଠ ବିଜେପି ନେତାଙ୍କ ଚାଲରେ ଫଶିଲେ ନୀତିଶ କୁମାର