ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୮୩ ବର୍ଷ ବୟସରେ ପ୍ରସିଦ୍ଧ ଗାୟକ ପ୍ରତୁଲ ମୁଖୋପାଧ୍ୟାୟଙ୍କ ପରଲୋକ

Published By : Anindita Ratha | February 15, 2025 3:12 PM

ମୁମ୍ବାଇ,୧୫/୦୨:  ସଂଙ୍ଗୀତ ଦୁନିଆରୁ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ବଙ୍ଗାଳି ଗାୟକ ଏବଂ କମ୍ପୋଜର ପ୍ରତୁଲ ମୁଖୋପାଧ୍ୟାୟଙ୍କ ପରଲୋକ। ୮୩ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ତାଙ୍କକ ଦେହାନ୍ତରେ ସମଗ୍ର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ପରିବାରଠାରୁ ପ୍ରଶଂସକ ପର୍ଯ୍ୟନ୍ତ, ସମସ୍ତେ ପ୍ରତୁଲ ମୁଖୋପାଧ୍ୟାୟଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-  ୮୮ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଲେ କର୍ଣ୍ଣାଟକର ପ୍ରସିଦ୍ଧ ଲୋକ ଗାୟିକା ସୁକରୀ ବୋମାଗୌଡ଼ା

ସୂଚନା ମୁତାବକ,  ପ୍ରତୁଲ ମୁଖୋପାଧ୍ୟାୟ ଅନେକ ଦିନ ଧରି ଅସୁସ୍ଥ ଥିଲେ। ପ୍ରତୁଲଙ୍କୁ କୋଲକାତାର SSKM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଥିଲା। କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ହସ୍ପିଟାଲ ଯାଇ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ହେଲେ ଆଜି ଅର୍ଥାତ ଶନିବାର ସକାଳେ ସେ SSKM ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅନେକ ଦିନ ଧରି ଅସୁସ୍ଥତା ହେତୁ, ପ୍ରତୁଲ ମୁଖୋପାଧ୍ୟାୟ  ଦୁର୍ବଳ ହେବା ସହ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଥିଲେ। ପ୍ରକାଶ ଥାଉକି, ପ୍ରତୁଲ ବେଙ୍ଗଲ ସଙ୍ଗୀତ ଜଗତର ସବୁଠାରୁ ପ୍ରସିଦ୍ଧ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ଅବିଭକ୍ତ ପୂର୍ବ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ ପଶ୍ଚିମବଙ୍ଗକୁ ଚାଲିଯାଇଥିଲେ । ସେ ଗୀତ ଗାଇବା ଠାରୁ ଆରମ୍ଭ କରି ଲେଖା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.