ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୮୮ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଲେ କର୍ଣ୍ଣାଟକର ପ୍ରସିଦ୍ଧ ଲୋକ ଗାୟିକା ସୁକରୀ ବୋମାଗୌଡ଼ା

Published By : Anindita Ratha | February 14, 2025 1:09 PM

ମୁମ୍ବାଇ,୧୪/୦୨:  ସଙ୍ଗୀତ ଦୁନିଆରୁ ସାମ୍ନାକୁ ଆସିଛି ଦୁଃଖଦ ଖବର। ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କର୍ଣ୍ଣାଟକର  ପ୍ରସିଦ୍ଧ କନ୍ନଡ଼ ଲୋକ ଗାୟିକା ଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ସୁକ୍ରି ବୋମାଗୌଡ଼ା। ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି  । ତେବେ ସେ ବୟସାଧିକ କାରଣରୁ କିଛି ଦିନ ଧରି ଅସୁସ୍ଥ ଥିବା ବେଳେ ଗତକାଲି ନିଜସ୍ବ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଏହି ଦୁଃଥଦ ଘଟଣା ପରେ ସୋସିଆଲ ମିଡ଼ିଆରେ ସୁକରୀ ବୋମାଗୌଡ଼ାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । 


ସୁକ୍ରି ବୋମାଗୌଡା କର୍ଣ୍ଣାଟକ ଆଙ୍କୋଲା ଅଞ୍ଚଳର ହାଲାକ୍କି ବୋକ୍କାଲିଗା ଜନଜାତିର ଥିଲେ। ଲୋକଗୀତ ଜଗତରେ ତାଙ୍କର   ଅବଦାନ ରହିଛି। ସେ ପ୍ରାୟ ୫ ହଜାର ଲୋକଗୀତରେ ନିଜ କଣ୍ଠଦାନ କରିଛନ୍ତି। ତାଙ୍କୁ ହାଲାକ୍କି ସମ୍ପ୍ରଦାୟର ଚଳପ୍ରଚଳ କରୁଥିବା ଜ୍ଞାନକୋଷ ବୋଲି କୁହାଯାଉଥିଲା। ଗୀତ ଗାଇବା ବ୍ୟତୀତ, ସୁକରୀ ଅନେକ ସାମାଜିକ ଆନ୍ଦୋଳନରେ ନିଜର ଉପସ୍ଥିତି ଜାହିର କରିଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ କିଛି ସମୟ ପାଇଁ ମାଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲୋକ ଗାୟିକା ସୁକରୀ ବୋମାଗୌଡା ଜନଜାତି ସଙ୍ଗୀତର ପରମ୍ପରାକୁ  ସଂରକ୍ଷଣ କରି ରଖିବା ପାଇଁ ଜଣାଶୁଣା । ଏହା ବ୍ୟତୀତ, ତାଙ୍କୁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି। ଯଦି ଆମେ ତାଙ୍କ ପୁରସ୍କାର ଉପରେ ନଜର ପକାଇବା, ତେବେ ୨୦୦୬ ମସିହାରେ ସୁକରୀ ବୋମାଗୌଡ଼ାଙ୍କୁ ହାମ୍ପି ବିଶ୍ୱବିଦ୍ୟାଳୟର ନାଦୋଜା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ସେ ପଦ୍ମଶ୍ରୀ ପୁରସ୍କାର ଏବଂ ଜନପଦ ଶ୍ରୀ ସମେତ ଅନେକ ପୁରସ୍କାର ପାଇଛନ୍ତି। କୁହାଯାଏ ଯେ ସୁକରୀ ବୋମାଗୌଡା ତାଙ୍କ ସମ୍ପ୍ରଦାୟରେ ସଚେତନତା ପ୍ରସାର ପାଇଁ ଲୋକଗୀତ ବ୍ୟବହାର କରୁଥିଲେ। ସେ ମଦ ବିକ୍ରୟ ବିରୁଦ୍ଧରେ ଏକ ବଡ଼ ଆନ୍ଦୋଳନର ନେତୃତ୍ୱ ମଧ୍ୟ ନେଇଥିଲେ। ସୁକ୍ରି  ବୋମାଗୌଡ଼ାଙ୍କ ଆକସ୍ମିକ ବିୟୋଗରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବଂ କେନ୍ଦ୍ରମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.