ଭୁବନେଶ୍ବର, ୮/୧୦: ସଜେଇ ହୋଇଛି ଜନତା ମୈଦାନ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ମହାକୁମ୍ଭ ।  ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଶୁଭାରମ୍ଭ ହୋଇଛି ।  ଏହାକୁ ନେଇ ରାଜଧାନୀରେ ଉତ୍ସବର ମାହୋଲ ଖେଳିଯାଇଛି ।  ୩ଦିନ ଧରି ଚାଲିବ ଏହି ସମ୍ମିଳନୀ ।  ଯୁବ ସମାବେଶରୁ ଆରମ୍ଭ ହୋଇଛି ସମ୍ମେଳନ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବୀପ ପ୍ରଜ୍ବଳନ କରି ସମ୍ମିଳନୀର ଶୁଭାକମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଉପସ୍ଥିତ ।

ପ୍ରବାସୀ ଭାରତୀୟ ସମ୍ମିଳନୀର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଅଜସ୍ର ସ୍ନେହ ଶ୍ରଦ୍ଧାର ସହ ଏହି ଦିନର  ଅପେକ୍ଷାରେ ଥିଲୁ । ଅପେକ୍ଷାର ଅନ୍ତ ଘଟିଲା । ସମ୍ପର୍କ ଆହୁରି ସୃଦୁଢ ହେବ ।  ଜଗନ୍ନାଥଙ୍କ ମାଟିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ ।  ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ କଲଚୁରାଲ ଆମ୍ବାସାଡର । ଆପଣଙ୍କ ସଫଳତା ଆମକୁ ଖୁସି ଦିଏ । ଓଡିଶାର ସଂସ୍କୃତି ଐତିହ୍ୟ ସ୍ବତନ୍ତ୍ର । ଧଉଳି, ଚିଲିକା ଭଳି ପର୍ଯ୍ୟଟନ ସ୍ଥାନ ବୁଲନ୍ତୁ  ଡଲମା, ରସଗୋଲା ଭଳି ଓଡିଆ ଖାଦ୍ୟର ମଜା ନିଅନ୍ତୁ । ସମ୍ମିଳନୀ ଅବସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି । ସବୁ ଦେଖନ୍ତୁ ଏହା ଦ୍ବାରା ସମ୍ପର୍କ ମଜବୁତ ହେବ ଅତୁଟ ରହିବ ।

ସମ୍ମିଳନୀ ଶୁଭାରମ୍ଭ  ଅବସରରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ। ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ । ଦେଶର ହିତ ପାଇଁ ଯୁବବର୍ଗଙ୍କୁ ଯୋଗଦାନ କରିବାକୁ ହେବ । ଦେଶରେ ଏବେ ୨୦ ନାଗରିକରୁ ୧୩ ଜଣ ଯୁବ । ୧ ଲକ୍ଷ ଯୁବନେତୃତ୍ବ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । କୋଭିଡ ସମୟରେ ଯୁବ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବ ନାହିଁ।

ସେହିପରି ସମ୍ମିଳନୀ ଶୁଭାରମ୍ଭ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜୟ ଜଗନ୍ନାଥ ଅଭିଭାଷଣ ଆରମ୍ଭ କରିଛନ୍ତି । ସେ କହିଛନ୍ତି, ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆମେ ବିକଶିତ ଭାରତ ଅଭିମୁଖେ । କୋଭିଡ ସମୟରେ ଭାରତ ନିଜସ୍ବ ଟିକା ତଆରି କରିଥିଲା  । ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା ।

ଏହି ସମ୍ମିଳନୀ ୩ ଦିନ ଧରି ଚାଲିବ ।  ଆସନ୍ତାକାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏ  ସମ୍ମିଳନୀ  ଓଡ଼ିଶାରେ ଏକାଠି ହୋଇଛନ୍ତି ସାରା ବିଶ୍ୱର ପ୍ରବାସୀ ।  ଏ ମହାକୁମ୍ଭରେ ଯୋଗ ଦେଇଛନ୍ତି ୬୦ ଦେଶର ଅତିଥି । ଆସନ୍ତାକାଲି ଗୋଟିଏ ଛାତ ତଳେ ଏକାଠି ହେବେ ପ୍ରବାସୀ ଭାରତୀୟ । ଭାବର ହେବ ଆଦାନ ପ୍ରଦାନ । ଜନ୍ମଭୂମି ଭାରତର ବିକାଶ ପାଇଁ ହେବ ମାନସ ମନ୍ଥନ ।  ନିବେଶ ଆସିବ । ପର୍ଯ୍ୟଟନ ବଢ଼ିବ । ଦେଶ ବିକାଶରେ ନୂଆ ଉଡ଼ାଣ ଭରିବ ।