ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପ୍ରବାସୀ ଭାରତୀୟ ଦିବସ: ପୁରୀରେ ୫୧ ହୋଟେଲରେ ରହିବେ ଅତିଥି, ୧୬୦୦ ରୁମ୍‌ ବୁକ୍‌

Published By : Prameya | December 12, 2024 2:53 PM

ପୁରୀ,୧୨/୧୨: ଆସନ୍ତା  ମାସ ୭, ୮ ଓ ୯ ତାରିଖରେ ପ୍ରବାସୀ  ଭାରତୀୟ ଦିବସ ପାଳନ କରିବାକୁ  ଯାଉଛନ୍ତି ସରକାର । ଏହି ସମୟରେ  ପୁରୀକୁ ପ୍ରବାସୀ ଭାରତୀୟଙ୍କ ଆଗମନ  ବହୁ ସଂଖ୍ୟାରେ ହେବ । ଏହାକୁ  ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ  ପକ୍ଷରୁ ପ୍ରଭାସୀ ଭାରତୀୟ ଅତିଥିଙ୍କୁ  ସ୍ୱାଗତ କରିବା ସହ ପୁରୀର ସଂସ୍କୃତି,  ଐତିହ୍ୟ ଓ ପର୍ଯ୍ୟଟନ ସହ ପରିଚିତ  କରାଇବାର ସୁବନ୍ଦୋବସ୍ତ କରାଯାଇଛି । ଏହି ଅତିଥିମାନଙ୍କୁ ହୋଟେଲରେ  ରହଣି ସହ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ  ସ୍ଥଳକୁ ବୁଲାଇ ନେବା ନିମନ୍ତେ ଯୋଜନା  ପ୍ରସ୍ତୁତ କରିଛି ପ୍ରଶାସନ। 

ଏନେଇ  ଜିଲ୍ଲା ପ୍ରଶାସନର ଏକ ପ୍ରସ୍ତୁତି ବୈଠକ  ବୁଧବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର  ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏନେଇ ଜିଲ୍ଲାପାଳ କହିଛନ୍ତି,  ପୁରୀକୁ ଆସିବାକୁ ଥିବା ଅତିଥିମାନଙ୍କୁ  ଭବ୍ୟ ସ୍ୱାଗତ କରିବା ନିମନ୍ତେ ପ୍ରଶାସନିକ  ସମସ୍ତ ବିଭାଗ ଭିତରେ କାର୍ଯ୍ୟ ବଣ୍ଟନ  ହୋଇଛି । ସମସ୍ତେ ସମସ୍ତଙ୍କ ଦାୟିତ୍ୱ  ନିର୍ବାହ କରିବେ । ଅତିଥିମାନଙ୍କୁ ମୁଖ୍ୟତଃ  ଶ୍ରୀମନ୍ଦିର, କୋଣାର୍କ, ରାମଚଣ୍ଡୀ,  ସାତପଡ଼ା, ରଘୁରାଜପୁର ପ୍ରଭୃତି  ପର୍ଯ୍ୟଟନ ଓ ଐତିହ୍ୟସ୍ଥଳ ବୁଲିବାର  ବନ୍ଦୋବସ୍ତ କରାଯାଇଛି । ଅତିଥିମାନଙ୍କ  ପୁରୀରେ ରହଣି ନିମନ୍ତେ ୫୧ଟି  ହୋଟେଲରେ ୧୬୦୦ ରୁମ୍‌ ବୁକ୍‌  କରାଯାଉଛି । ସ୍ଲଟ୍‌ ବୁକିଂ ଓ ଅନ୍ୟାନ୍ୟ  ଅନୁସଙ୍ଗିକ ସୁବିଧା କରିବାକୁ ପର୍ଯ୍ୟଟନ  ବିଭାଗ ସହ ଓଟିଡିସି ଦାୟିତ୍ୱ ଦିଆଯାଇଛି ।  ଭୁବନେଶ୍ୱର ସମେତ ପୁରୀରେ ଏହି  ସମୟରେ ଆଦିବାସୀ ମେଳା ଓ ପଲ୍ଲଶ୍ରୀ  ମେଳା କରାଯିବ । ଏଠାରେ ସେମାନେ  ରାଜ୍ୟର ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନର  ସ୍ଥିତିକୁ ଅନୁଭବ କରିବେ । ଯେପରି  ଭଲ ଅନୁଭୂତି ନେଇ ସେମାନେ ଯିବେ  ସେଥିନିମନ୍ତେ ନିର୍ଦ୍ଧାରିତ ସମୟ ସୀମା  ଭିତରେ ସମସ୍ତ ପ୍ରସ୍ତୁତି କରାଯିବ ।

ଏନେଇ ପୁରୀ ପର୍ଯ୍ୟଟନ  କାର୍ଯ୍ୟାଳୟ ସହକାରୀ ନିର୍ଦ୍ଦେଶକ  ସରୋଜ ପ୍ରଧାନ କହିଛନ୍ତି, ପ୍ରବାସୀ  ଭାରତୀୟଙ୍କ ରହଣି ନିମନ୍ତେ ପୁରୀ,  ଭୁବନେଶ୍ୱର ଓ କଟକରେ ମୋଟ  ୩୫୦୦ ରୁମ୍‌ ବୁକ୍‌ କରି ରଖାଯାଇଛି ।  ବୈଦେଶିକ ମନ୍ତ୍ରଣାଳୟକୁ ଏହି ରୁମ୍‌ରେ  ବୁକିଂ ଦାୟିତ୍ୱକୁ ଦେଇଦିଆଯାଇଛି ।  ଅତିଥିମାନେ ବୈଦେଶିକ ମନ୍ତ୍ରଣାଳୟ  ଜରିଆରେ ରୁମ୍‌ ବୁକ୍‌ କରିବା ପରେ ଆସି  ରହିବେ । ସେମାନଙ୍କ ବୁଲିବା ଦାୟିତ୍ୱ  ସ୍ଥାନୀୟ ପ୍ରଶାସନ କରିବ । ବିଶେଷ ଭାବେ  ଅଳ୍ପ ସମୟ ଭିତରେ ପୁରୀ ଶ୍ରୀମନ୍ଦିର,  ବ୍ଲୁ ଫ୍ଲାଗ୍‌ ବିଚ୍‌, କୋଣାର୍କ, ରାମଚଣ୍ଡୀ  ବିଚ୍‌, ସାତପଡ଼ା, ରଘୁରାଜପୁର ପ୍ରଭୃତି  ସ୍ଥାନ ଯେପରି ପ୍ରବାସୀ ଭାରତୀୟମାନେ  ବୁଲି ପାରିବେ ସେଥିନିମନ୍ତେ ପଦକ୍ଷେପ  ନିଆଯାଉଛି ।

 ଏହି ସମୟରେ ପ୍ରବାସୀ  ଭାରତୀୟଙ୍କୁ ଆମୋଦିତ କରିବାକୁ  ପୁରୀ ବେଳାଭୂମିର ବିଭିନ୍ନ ସ୍ଥାନରେ  ପଲିଶ୍ରୀମେଳା, ବେଳାଭୂମି ମହୋତ୍ସବ, ବୋଟିଂ ପ୍ରତିଯୋଗିତା, କାଇଟ୍‌ ଫେଷ୍ଟିଭାଲ୍‌  ପ୍ରଭୃତିର ଆୟୋଜନ କରାଯିବ । ପ୍ରବାସୀ  ଭାରତୀୟମାନେ ଯେପରି ପୁରୀ ତଥା  ଆମ ରାଜ୍ୟର ପର୍ଯ୍ୟଟନ ଏବଂ ଐତିହ୍ୟ  ଭିତ୍ତିଭୂମିର ଉତ୍ତମ ଅନୁଭୂତି ନେଇ  ଫେରିବେ ତାହା ଉପରେ ସତର୍କ ଦୃଷ୍ଟି  ଦିଆଯିବ । ସେମାନେ ଭଲ ଅନୁଭୂତି  ନେଇ ଗଲେ ଏହା ପରବର୍ତ୍ତୀ ସମୟରେ  ପୁରୀ ତଥା ଓଡ଼ିଶାରେ ବିଦେଶୀ  ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିରେ ବେଶ  ସହାୟକ ହେବ ବୋଲି ଆଶା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.