କଟକ ୨୦/୦୭: କଟକ ଜଗତପୁର ଛକ ନିକଟରେ ଅଘଟଣ । ଚିଙ୍ଗୁଡ଼ି ମାଛ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ଟ୍ରକ ଡ଼୍ରାଇଭର । ତେବେ ଖୋର୍ଦ୍ଧା ଜିଲ୍ଲା ଚାନ୍ଦପୁରଠାରୁ ଚିଙ୍ଗୁଡ଼ି ମାଛ ବୋଝଇ ଟ୍ରକ ଭଦ୍ରକ ଚାନ୍ଦବାଲି ଯାଉଥିବା ବେଳେ ଜଗତପୁର ଛକ ପାଖରେ ନିଆଁ ଲାଗିଯାଇଥିଲା।
ଟ୍ରକର ଡ୍ରାଇଭର କ୍ୟାବିନ ତଳେ ଥିବା ଇଞ୍ଜିନରେ ସଟ ସର୍କିଟ ହେଇ ନିଆଁ ଲାଗିଥିଲା।ଗାଡିକୁ ରୋକି ଚାଳକ ଅଗ୍ନିଶମକୁ ଖବର ଦେଇଥିଲେ। ଏନେଇ ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀ ଗୋଟିଏ ଦମକଳ ଗାଡି ନେଇ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ପାଇଁ ଟ୍ରକଟି ଆଗକୁ ଚାଲି ପାରିନଥିବା ଯୋଗୁଁ ଗାଡ଼ିରେ ଥିବା ଚିଙ୍ଗୁଡ଼ିକୁ ଅନ୍ୟ ଗାଡ଼ିରେ ସ୍ଥାନାନ୍ତର କରାଯାଇଛି ।