ସୋରଡା ୨୨/୧୨ : ସୋରଡ଼ା କ୍ୟାଥେଲିକ୍ ଚର୍ଚ୍ଚ ପରିସରରେ ସୋମବାର ସନ୍ଧ୍ୟାରେ ପ୍ରି ଖ୍ରୀଷ୍ଠ ମାସ ଦିବସ ମହାସମାରୋହରେ ପାଳନ ହୋଇଛି l ସ୍ଥାନୀୟ ଧାର୍ମିକ ପାଳକୀୟ ପରିଷଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନଗରପାଳ ଶିବ ଶଙ୍କର ପଣ୍ଡା, ଇଓ ଉମେଶ ଚନ୍ଦ୍ର ସାହୁ, କାଉନ ସିଲର ରଜନୀ କାନ୍ତ ମହାପାତ୍ର, ଡାକ୍ତର ତୋଫାନ ନାୟକ, ସମାଜସେବୀ ଧୋବା ବେହେରା, ସୟଦ ସାବୁ, ଅତିଥି ଭାବେ ଯୋଗ ଦେଇଥିଲେ I ଫାଦର ଜୋସେଫ ପାଲିଆ ପା ରାମ୍ବିକଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ I ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଗାନ ପରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଯୀଶୁଙ୍କ ଆଗମନ ପୂର୍ବରୁ ଧରାପୃଷ୍ଠରେ ଆନନ୍ଦର ମାହୋଲ ପୂର୍ବକ ନାଚ ଗୀତର ଆସର ପୂର୍ବକ ଏହି କାର୍ଯ୍ୟକ୍ରମରେ ସବୁ ସମ୍ପ୍ରଦାୟ ଯୋଗ ଦେଇଥିଲେ l କୁନି କୁନି ଶିଶୁ ମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ I ଏହି ସହର ଏକ ସର୍ବ ଧର୍ମକୁ ସମ୍ମାନ ଦେଇ ପ୍ରତିଟି କାର୍ଯ୍ୟକ୍ରମକୁ ମିଳିତ ଭାବରେ ପାଳନ କରିବାର ପରମ୍ପରା ରହିଛି ବୋଲି ଅତିଥି ମାନେ କହିଥିଲେ I ଅଞ୍ଚଳର ସବୁଧର୍ମର ଜନସାଧାରଣ ଏଥିରେ ଯୋଗ ଦେଇଥିଲେ ।