ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

କଂଗ୍ରେସ ଉପରେ କାହିଁକି ରାଗିଲେ ଅଭିନେତ୍ରୀ ପ୍ରିତୀ ଜିଣ୍ଟା, ଜାଣନ୍ତୁ ପୂରା ମାମଲା …

Published By : Prameya | February 25, 2025 5:35 PM

ମୁମ୍ବାଇ, ୨୫/୨ : ଅଭିନେତ୍ରୀ ପ୍ରିତୀ ଜିଣ୍ଟାଙ୍କ କଥା ଯଦି ଆମେ କହିବା ତେବେ ନା ହିଁ ଯଥେଷ୍ଟ । ସବୁବେଳେ ତାଙ୍କ ଚରିତ୍ରକୁ ନେଇ ସେ ଏକ୍ସପେରିମେଣ୍ଟ କରିଥାନ୍ତି । ଆଇପିଏଲ୍ ସମୟରେ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏବେ ପୁଣି ଏକ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଯାହାକି କଂଗ୍ରେସକୁ ଟାର୍ଗେଟ କରି । ଆସନ୍ତୁ ଜାଣିବା କ’ଣ ପାଇଁ ସେ ଏଭଳି ଟାର୍ଗେଟ କରିଛନ୍ତି ।

ଅଭିନେତ୍ରୀ ପ୍ରିତୀ ଜିଣ୍ଟା ମଙ୍ଗଳବାର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ‌ସେ ୧୦ବର୍ଷ ପୂର୍ବରୁ ନେଇଥିବା ଲୋନ୍ ବିଷୟରେ ସୁନିଶ୍ଚିତ କରି କଂଗ୍ରେସ ପାର୍ଟି ଉପରେ ବର୍ଷିଛନ୍ତି ଏବଂ ଫେକ୍ ନ୍ୟୁଜକୁ ପ୍ରଚାର କରିବା ଉପରେ ଅଭିଯୋଗ ଲଗାଇଥିବା ନଜର ଆସିଛନ୍ତି । ସେ ଦଳକୁ କହିଛନ୍ତି କି ଏହି କାର୍ଯ୍ୟ ଲାଗି ଲଜ୍ଜ୍ୟା ଆସିବା ଆବଶ୍ୟକ । ଏକ୍ସ ହ୍ୟାଣ୍ଡେଲ୍ କେରଳ କଂଗ୍ରେସ ଏକ ପୋଷ୍ଟ ସେୟାର କରିଛି, ଯେଉଁଥିରେ ଲେଖା ଥିଲା କି , ପ୍ରିତୀ ଜିଣ୍ଟା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ବିଜେପିକୁ ଦେଇଛନ୍ତି ଏବଂ ୧୮କୋଟି ଟଙ୍କା ଛାଡ଼ କରିଛନ୍ତି । ଗତ ସପ୍ତାହରେ ବ୍ୟାଙ୍କକୁ କ୍ଷତି ହୋଇଛି ଏବଂ ଏବେ ଜମାକାରୀ ନିଜ ଟଙ୍କା ଲାଗି ରାସ୍ତା ଉପରକୁ ଆସିଯାଇଛନ୍ତି ।’

କେରଳ କଂଗ୍ରେସର ପୋଷ୍ଟକୁ ରି- ପୋଷ୍ଟ କରିବାକୁ ଯାଇ ପ୍ରିତୀ ଜିଣ୍ଟା କଂଗ୍ରେସକୁ ଭରପୁର ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି କି, ନାହିଁ ମୁଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ନିଜେ ହିଁ ଚଳାଉଛି ଏବଂ ଆପଣଙ୍କ ଫେକ୍ ନ୍ୟୁଜକୁ ଆହୁରି ଉତ୍ସାହିତ କରିବା ଲାଗି ଲଜ୍ଜ୍ୟା ଲାଗିବା ଦରକାର । କେହି ମୋ ଲାଗି କିଛି ବି ଲେଖିନାହାନ୍ତି କିମ୍ବା କୌଣସି ଲୋନ୍ ନେଇନାହାନ୍ତି। ’ ଅଭିନେତ୍ରୀ ନା କୌଣସି ପାର୍ଟି ଦ୍ବାରା ଫେକ୍ ନ୍ୟୁଜକୁ ପ୍ରଚାର କରିବା ଲାଗି ଚିନ୍ତିତ ଦର୍ଶାଇଛନ୍ତି। ସେ ଆଗକୁ ଲେଖିଛନ୍ତି କି, ମୁଁ ଚିନ୍ତିତ ଅଛି କି କୌଣସି ରାଜନୈତିକ ପାର୍ଟି କିମ୍ବା ତାଙ୍କ ପ୍ରତିନିଧି ମୋ ନାଁ ଏବଂ ଫଟୋର ବ୍ୟବହାର କରି ଫେକ୍ ନ୍ୟୁଜକୁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.