ନୂଆଦିଲ୍ଲୀ,୧୬/୦୮: ମଣିଷର ପରିଚୟ ତାର ଧନ କିମ୍ବା କ୍ଷମତା ନୁହେଁ, ତାର ହୃଦୟରୁ ମିଳିଥାଏ । ମନରୁ ଗରିବ ହୋଇଥିଲେ କୁବେର ହେଲେ ବି କାନ୍ଦିବେ । ଶିକ୍ଷାର ମାଧ୍ୟମ ମାତୃଭାଷା ହେବା ଦରକାର..ଉଚ୍ଚରୁ ଉଚ୍ଚ ଶିକ୍ଷା ମାତୃ ଭାଷା ମାଧ୍ୟମରେ ହେବା ଦରକାର..ଏପରି ଚିନ୍ତାଧାର ରଖୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ । ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ପ୍ରବୀଣ ନେତା ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ। ୨୦୧୮ ମସିହା ଅଗଷ୍ଟ ୧୬ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୯୩ ବର୍ଷ ବୟସେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମହାନ୍ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
୧୯୨୪ ଡିସେମ୍ବର ୨୫ରେ ମଧ୍ୟପ୍ରଦେଶ ଗ୍ୱାଲିୟରର ଏକ ବ୍ରାହ୍ମଣ ପରିବାରରେ ଅଟଳବିହାରୀ ବାଜପେୟୀଙ୍କର ଜନ୍ମ । ଛାତ୍ର ଜୀବନ ସମୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୪୨ ମସିହାରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ୨୩ ଦିର କାରାଗାରରେ ରହିଥିଲେ । ଦେଶକୁ ପରମାଣୁ ସକ୍ଷମ କରିବାରେ ଅଟଳ ବିହାରୀ ବାଜପେୟୀଙ୍କର ସବୁଠାରୁ ବଡ଼ ଅବଦାନ ରହିଥିଲା । ଅଟଳବିହାରୀ ବାଜପେୟୀ ୩ ଥର ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦେଶର ଦାୟିତ୍ୱ ଗ୍ରହଣ କରିଥିଲେ। ସାରା ଜୀବନ ଅବିବାହିତ ରହିଥିଲେ ବାଜପେୟୀ କାରଣ ପଚାରିଲେ କୁହନ୍ତି, ମୁଁ ଏତେ ବ୍ୟସ୍ତ ରୁହେ କି ଭଲି ଗଲି । ୪ ରାଜ୍ୟ ଉତ୍ତରପ୍ରଦେଶ, ମଦ୍ୟପ୍ରଦେଶ, ନୂଆଦିଲ୍ଲୀ ଓ ଗୁଜରାଟରୁ ୬ ଲୋକସଭା କ୍ଷେତ୍ରରୁ ଜିତିଥିବା ଏକମାତ୍ର ନେତା ଥିଲେ । ୪୭ ବର୍ଷ ଯାଏ ସାଂସଦ ୧୧ ଥର ଲୋକସଭା ୨ ଥର ରାଜ୍ୟସଭାରୁ ନିର୍ବାଚିତ ହୋଇଥିଲେ । ସଂଯୁକ୍ତ ରାଷ୍ଟ୍ର ମହାସଭାରେ ହିନ୍ଦୀରେ ଭାଷଣ ଦେଇଥିବା ପ୍ରଥମ ଭାରତୀୟ ରାଜନେତା ଥିଲେ । ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ଭାରତ ରାଜସ୍ଥାନର ପୋଖରାନରେ ଅପରେସନ୍ ଶକ୍ତି ନାମକ ଏକ ସଫଳ ପରମାଣୁ ପରୀକ୍ଷଣ କରିଥିଲା ।
ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ- ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ । ଭାରତ ପ୍ରତି ତାଙ୍କ ଅବଦାନକୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ 'ସଦୈବ ଅଟଳ' ନିକଟରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି । ଏହା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉପସ୍ଥିତ ଥିଲେ ।
#WATCH | Delhi | President Droupadi Murmu, PM Modi and other senior leaders attend the prayer meeting at 'Sadaiv Atal', the memorial of former PM Atal Bihari Vajpayee, on his death anniversary
— ANI (@ANI) August 16, 2025
(Video source: DD) pic.twitter.com/iT2zqi0k77
#WATCH | Delhi | President Droupadi Murmu, PM Modi and other senior leaders attend the prayer meeting at 'Sadaiv Atal', the memorial of former PM Atal Bihari Vajpayee, on his death anniversary
— ANI (@ANI) August 16, 2025
(Video source: DD) pic.twitter.com/iT2zqi0k77