ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

BRICSକୁ ଧମକ, WHOକୁ ଗୁଡବାୟ... ଆମେରିକାରେ ନୋ ଥାର୍ଡ ଜେଣ୍ଡର, ଶପଥ ନେବା ପରେ ଏଭଳି ଧଡ଼ାଧଡ଼ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

Published By : Rasmita Pradhan | January 21, 2025 11:55 AM

ନୂଆଦିଲ୍ଲୀ, ୨୧/୦୧ : BRICSକୁ ଧମକ, WHOକୁ ଗୁଡବାୟ... ଆମେରିକାରେ ନୋ ଥାର୍ଡ ଜେଣ୍ଡର, କେବଳ ସ୍ତ୍ରୀ ଏବଂ ପୁରୁଷ। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏଭଳି ଧଡ଼ାଧଡ଼ ନିର୍ଦ୍ଦେଶ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଅନ୍ତରାଷ୍ଟ୍ରୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ସେ ଶପଥ ଗ୍ରହଣ କରିବା ପରେ ତାଙ୍କ ସମ୍ଵୋଧନରେ ଆସନ୍ତା ୪ ବର୍ଷର ଭିଜନ ବିଷୟରେ କହିଛନ୍ତି। କେବଳ ସେତିକି ନୁହେଁ ଜାନୁଆରୀ ୨୦କୁ ଆମେରିକାର ମୁକ୍ତି ଦିବସ ଭାବେ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଆମେରିକାରେ ଏବେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି। ଆମେରିକା ପୁଣିଥରେ ପୂର୍ବାପେକ୍ଷା ଅଧିକ ସମୃଦ୍ଧ ଓ ଶକ୍ତିଶାଳୀ ହେବ ଏବଂ ବିଶ୍ୱରେ ଏହାର ସମ୍ମାନ ବଢ଼ିବ। ଆମେ ଏଭଳି ଆମେରିକା ଗଢିବା... ଯାହାର ଫାଇଦା ଅନ୍ୟ ଦେଶ ଉଠାଇପାରିବେ ନାହିଁ। ତେବେ ଜାଣନ୍ତୁ ଟ୍ରମ୍ପଙ୍କର ସେହି ୧୦ ବଡ଼ ନିଷ୍ପତ୍ତି ବିଷୟରେ...

WHOକୁ ଗୁଡବାୟ

ରାଷ୍ଟ୍ରପରି ଡୋନାଲ୍ଡ ଟ୍ରମ୍ପ ଆମେରିକାରୁ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନକୁ ବାହାର କରି ଦେଇଛନ୍ତି। ଏବେ ଆମେରିକା WHOର ସଦସ୍ୟ ନାହିଁ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ। ଆମେରିକା ଠାରୁ ମିଳୁଥିବା ଫଣ୍ଡିଂ ବନ୍ଦ ହୋଇଯିବ। ଏହାର ପ୍ରଭାବ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ବହୁ ଯୋଜନା ଉପରେ ପଡ଼ିବ। ୨୦୨୦ରେ କରୋନା ମହାମାରୀ ସମୟରେ WHOର ଆଭିମୁଖ୍ୟକୁ ନେଇ ଟ୍ରମ୍ପ ଗଭୀର ସମାଲୋଚନା କରିଛନ୍ତି। ସେହିପରି ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ପ୍ୟାରିସ ବୁଝାମଣାରୁ ସେ ପ୍ରତ୍ୟାହାର କରିନେଇଛନ୍ତି। 

BRICSକୁ ଧମକ

ଶପଥ ନେବା ପରେ ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଏହି ଦେଶ ଗୁଡ଼ିକ ଆମେରିକା ବିରୋଧି ନୀତି ଆଣିବେ ତେବେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଏହା ପୂର୍ବରୁ ବ୍ରିକ୍ସ ତରଫରୁ ଜାରି ହୋଇଥିବା କରେନ୍ସିକୁ ଟ୍ରମ୍ପ ବିରୋଧ କରିଥିଲେ। ତେବେ ଟ୍ରମ୍ପଙ୍କ ଏହି ଘୋଷଣା ପରେ ବ୍ରାଜିଲ୍, ଋଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ସହ ଆମେରିକାର ତିକ୍ତତା ବଢିପାରେ। 

ଏହି ଖବରଟିକୁ ପଢନ୍ତୁ-ଟ୍ରମ୍ପଙ୍କ ଶପଥ ଉତ୍ସବ; ହିଜ୍ଜାବୁଲାହ ସମର୍ଥକ ମୁସଲିମ ହୁସାମ ଅଲ-ହୁସେନିକୁ ଦିଆଯାଇଥିଲା ବାଦ

ଟିକଟକ୍‌କୁ ଜୀବନଦାନ

କାର୍ଯ୍ୟଭାର ସମ୍ଭାଳିବା ପରେ ଟ୍ରମ୍ପ ଚୀନ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରିଛନ୍ତି। ସେ ସର୍ଟ ସେୟାରିଂ ଭିଡିଓ ପ୍ଲାଟଫର୍ମ ଟିକଟକ୍‌କୁ ୭୫ ଦିନର ମହଲତ ଦେଇଛନ୍ତି। ଏହି ମଧ୍ୟରେ ଟିକଟକ ଆମେରିକୀ ନିୟମ ପାଳନ କରିବା ପାଇଁ ଜରୁରୀ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏହି ସମୟ ଅବଧି ମଧ୍ୟରେ ଟିକଟକ୍ ହୋଷ୍ଟ୍ କରୁଥିବା ପ୍ଲାଟଫର୍ମ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। 

ଋଷ ୟୁକ୍ରେନ ଯୁଦ୍ଧ

ପ୍ରାୟ ୨ ବର୍ଷ ଧରି ଚାଲିଥିବା ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ବୁଝାମଣା ପାଇଁ ଚେଷ୍ଟା କରୁଛୁ। ଯଦି ମୁଁ ରାଷ୍ଟ୍ରପତି ଥାନ୍ତି ତାହେଲେ କ୍ଷୁଦ୍ଧ ହେବାକୁ ଦେଇ ନଥାନ୍ତି। 

ଆମକୁ ଗ୍ରୀନଲ୍ୟାଣ୍ଡ ଦରକାର

ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର କବ୍‌ଜାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଟ୍ରମ୍ପ କହିଛନ୍ତି ଯେ, ଗ୍ରୀନଲ୍ୟାଣ୍ଡ ଏକ ସୁନ୍ଦର ସ୍ଥାନ। ଅନ୍ତରାଷ୍ଟ୍ରୀୟ ସୁରକ୍ଷା ପାଇଁ ଆମର ଗ୍ରୀନଲ୍ୟାଣ୍ଡ ଆବଶ୍ୟକ। ମୋର ବିଶ୍ଵାସ ରହିଛି ଯେ, ଡେନମାର୍କ ଏଥିରେ ସହଯୋଗ କରିବ। ଗ୍ରୀନଲ୍ୟାଣ୍ଡର ଲୋକ ମଧ୍ୟ ଡେନମାର୍କ ଶାସନରେ ଖୁସି ନାହାଁନ୍ତି। ଟ୍ରମ୍ପଙ୍କ ଏହି ଘୋଷଣା ପରେ ୟୁରୋପ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢିଛି। 

କାନାଡା-ମେକ୍ସିକୋ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ !

କାନାଡା-ମେକ୍ସିକୋ ଉପରେ ଟ୍ରମ୍ପ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଏହି ଦୁଇ ଦେଶ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇ ପାରନ୍ତି। ଏହି ନିଷ୍ପତ୍ତି ପାଖାପାଖି ୧୦ ଦିନ ପରେ ଫେବୃଆରୀ ୧ରେ ଲାଗୁ ହୋଇପାରେ। ଏହି ନିଷ୍ପତ୍ତି ପରେ ଆମେରିକା ଆସୁଥିବା ଜିନିଷ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ ଲାଗିବ। ଆମେରିକା ସହ ପଡୋଶୀଙ୍କ ଟ୍ରେଡ୍ ୱାର୍ ଆରମ୍ଭ ହେବ। 

ନୋ ଥାର୍ଡ ଜେଣ୍ଡର

ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଦେଶରେ ତୃତୀୟ ଲିଙ୍ଗୀକୁ ଅବୈଧ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ କେବଳ ଦୁଇଟି ଲିଙ୍ଗୀ ରହିବେ। ପୁଲିଙ୍ଗ ଏବଂ ସ୍ତ୍ରୀ ଲିଙ୍ଗ। ଦେଶରେ ତୃତୀୟ ଲିଙ୍ଗୀଙ୍କୁ ମିଳୁଥିବା ସମସ୍ତ ସୁବିଧା ବନ୍ଦ କରିଦିଆଯିବ। 

ଜାନୁଆରୀ ୬ ତାରିଖ ଦୋଷୀଙ୍କୁ କ୍ଷମା

୨୦୨୧ ଜାନୁଆରୀ ୬ରେ କ୍ୟାପିଟାଲ ହିଲ୍‌ରେ ଚଢିଥିବା ରିପବ୍ଲିକାନ ପାର୍ଟିର ୧୫୦୦ କାର୍ଯ୍ୟକର୍ତ୍ତାଙ୍କୁ ଟ୍ରମ୍ପ କ୍ଷମା କରିଛନ୍ତି। ଏବେ ସେମାନଙ୍କ ବିରୋଧରେ କୌଣସି ମକୋଦ୍ଦମା ଚାଲିବ ନାହିଁ। ୨୦୨୦ରେ ଯେତେବେଳେ ଟ୍ରମ୍ପ ହାରିଯାଇଥିଲେ, ସେତେବେଳେ ୱାଶିଂଟନରେ ହିଂସା ହୋଇଥିଲା। 

ମେକ୍ସିକୋ ସୀମାରେ ଏମରଜେନ୍ସି

ଟ୍ରମ୍ପ ଦକ୍ଷିଣ ସୀମାରେ ଜରୁରି ପରିସ୍ଥିତି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ମେକ୍ସିକୋ ସୀମାକୁ ଲାଗିଥିବା ଆମେରିକାର ଦକ୍ଷିଣ ସୀମାକୁ ଅଧିକ ସୈନ୍ୟ ପଠାଯିବ । ଅବୈଧ ପ୍ରବେଶ ରୋକିବାକୁ ଏଭଳି ପଦକ୍ଷେପ ନିଆଯିବ । ଅନୁପ୍ରବେଶକାରୀ ଯେଉଁଠାରୁ ଆସିଥିଲେ ସେଠାରେ ସେମାନଙ୍କୁ ଛଡାଯିବ । ମେକ୍ସିକୋ ଉପସାଗରକୁ ଆମେରିକା ଉପସାଗର ନାମରେ ନାମିତ କରାଯିବ । 

   



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.