ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

କାର୍ଯ୍ୟକାଳର ପ୍ରଥମ ଦିନରେ ମିଛ କହିଲେ ଡୋନାଲ୍ଡ ଟ୍ରମ୍ପ : ୨୦ଟି ମିଥ୍ୟା କହି ଥିବା ଅଭିଯୋଗ

Published By : Prameya | January 21, 2025 5:45 PM

ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁଆରୀ ( ସୋମବାର) ଆମେରିକୀୟ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ଶପଥ ନେଇଛନ୍ତି। ଏହା ପୂର୍ବରୁ ସେ ୨୦୧୭ରୁ ୨୦୨୧ ଯାଏ ୪୫ତମ ରାଷ୍ଟ୍ରପତି ଭାବେ ରହି ସାରିଛନ୍ତି। ସୋମବାର ଶପଥ ଗ୍ରହଣ କରିବା ପରେ ଟ୍ରମ୍ପ ଦୁଇଟି ଭାଷଣ ଦେଇ ଥିଲେ। ଆମେରିକା ମିଡ଼ିଆ ଦାବି କରୁଛି କି, ଏହି ଦୁଇ ଭାଷଣ ଓ ମିଡ଼ିଆ ସହ କଥାବାର୍ତ୍ତା କ୍ରମରେ ନିଜର ଦ୍ୱିତୀୟ ପାଳିର ପ୍ରଥମ ଦିନ ଟ୍ରମ୍ପ ୨୦ରୁ ଅଧିକ ମିଛ କହିଛନ୍ତି। ଆମେରିକୀୟ ମିଡ଼ିଆ ଏବେ ଏହି କଥା ପାଇଁ ଫ୍ୟାକ୍ଟ ଚେକ୍‌ କରୁଛି କି, ପ୍ରେସିଡେଣ୍ଟ ଟ୍ରମ୍ପ କେବେ କେବେ ଓ କେଉଁ କେଉଁ ମିଛ ସବୁ କହିଛନ୍ତି।  

ୱାଶିଂଟନ ପୋଷ୍ଟର ଏକ ରିପୋର୍ଟରେ କୁହାଯାଇଛି କି, ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ମୋଟ ୩୦,୫୭୩ଟି ମିଛ ବା ଅସତ୍ୟ ଓ ବିଭ୍ରାନ୍ତିକର ଦାବି କରି ଥିଲେ ଏବଂ ଏବେ ଏହା ଉପରେ ପ୍ରଶ୍ନ ପଚରା ଯାଉଛି କି ,ଟ୍ରମ୍ପ କଣ ଏହି କାର୍ଯ୍ୟକାଳରେ ଗତ କାର୍ଯ୍ୟକାଳର ମିଛ କହିବାର ରେକର୍ଡ ଭାଙ୍ଗି ଦେବେ। ସିଏନଏନ ମୁତାବିକ , ରାଷ୍ଟ୍ରପତି ଟ୍ରମ୍ପ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନ ୨୦ଟି ମିଛ କହିଛନ୍ତି। ଏହି ମିଥ୍ୟା ଅର୍ଥବ୍ୟବସ୍ଥା , ମାଇଗ୍ରେସନ, ବିଦେଶୀ ମାମଲା , ଇଲେକ୍ଟ୍ରୋନିକ ଗାଡ଼ି ଓ ୨୦୨୦ର ନିର୍ବାଚନ ସହ ସମ୍ୱନ୍ଧିତ।

ୱାଶିଂଟନ ପୋଷ୍ଟ ନିଜର ରିପୋର୍ଟରେ ଏହା ମଧ୍ୟ କହିଛି କି, ଗତ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ଡୋନାଲ୍ଡ ଟ୍ରମ୍ପ୪୯୨ ସଦିଗ୍ଧ ଦାବି ବା ମିଥ୍ୟା ଅଥବା ଅସତ୍ୟ ଓ ବିଭ୍ରାନ୍ତିକର ଦାବି କରି ଥିଲେ। ଆମେରିକାର ମିଡ଼ିଆ ଟ୍ରମ୍ପଙ୍କ ବିଷୟରେ ବାରମ୍ୱାର ମିଛ କହିବାର ଅଭ୍ୟାସକୁ ଚିହ୍ନଟ କରି ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଟ୍ରୁଥ୍‌-ଓ ମିଟର ଆରମ୍ଭ କରି ଥିଲା। ଏଇଥି ପାଇଁ କି, ରାଷ୍ଟ୍ରପତିଙ୍କର ମିଥ୍ୟା ଓ ଭୁଲ ଦାବିର ସଂଖ୍ୟାକୁ ଗଣତି କରାଯାଇ ପାରିବ। ଏବେ ଯଦି ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳର ଟପ୍‌ ୫ ମିଛ କହିଛନ୍ତି , ଯାହା ଏହି ପ୍ରକାରର –

୧- ବାଇଡେନଙ୍କ କାର୍ଯ୍ୟକାଳରେ ଉଚ୍ଚ ମୁଦ୍ରାସ୍ଫିତି – ଟ୍ରମ୍ପ ଶପଥ ନେବା କ୍ଷଣି ପୂର୍ବତନ ଜୋ ବାଇଡେନ ସରକାର ଉପରେ ହମଲା କରିଥିଲେ। ତାଙ୍କ କାର୍ଯ୍ୟକାଳରେ ଆମେରିକାରେ ମହଙ୍ଗା ଦର ଆକାଶ ଛୁଆଁ ହୋଇଥିବା କହିଥିଲେ। 

୨- ପନାମା କେନାଲକୁ ପରିଚାଳନା କରୁଛି ଚାଇନା – ଟ୍ରମ୍ପ ପାନାମା କେନାଲକୁ ଫେରେଇ ନେବାକୁ ଇଚ୍ଛା ପ୍ରକାଶ କରି ନିଜର ପ୍ରଥମ ଭାଷଣରେ ଦାବି କରିଛନ୍ତି କି ଚୀନ ଏହାର ପରିଚାଳନା କରୁଛି। ସେପଟେ ପାନାମା କେନାଲର ଅଧିକାରୀମାନେ ଏହି ଦାବିକୁ ଖଣ୍ଡନ କରିଛନ୍ତି ଏବଂ ଚୀନ ଏହାକୁ ଅପରେସନ କରୁନଥିବା କହିଛନ୍ତି। 

୩- ଇଭି ଜନାଦେଶ ରଦ୍ଦ କରିଦେବେ – ଟ୍ରମ୍ପ କହିଥିଲେ କି ତାଙ୍କ ସରକାର ଇଲେକ୍ଟ୍ରିକ୍‌ଗାଡ଼ିର ଅନିବାର୍ଯ୍ୟତା ଥିବା ଇଭି ଜନାଦେଶ ରଦ୍ଦ କରି ଦେବେ। ଏଥିରେ ଅଟୋ ଉଦ୍ୟୋଗ ବଞ୍ଚି ଯିବ, ଏହାକି ଆମେରିକାରେ ଏହି ଆଦେଶ ଏବେ ଜାରି ହୋଇ ନାହିଁ।

୪-ଜନ୍ମସିଦ୍ଧ ନାଗରିକତା ଅଧିକାରର ଏକା ଦେଶ ଆମେରିକା –ଟ୍ରମ୍ପ ଓବଲ ଅଫିସରେ କହିଥିଲେ କି , ଆମେରିକା ବିଶ୍ୱର ଗୋଟିଏ ଦେଶ , ଯାହା ପାଖରେ ଜନ୍ମସିଦ୍ଧ ନାଗରିକତା ଅଛି। ସିଏନଏନ ଓ ଆହୁରି ଅନେକ ଆଉଟଲେଟ୍‌ସ ଏହି ଦାବିକୁ ଖାରଜ କରିଛି ଏବଂ କହିଛି କି ପାଖାପାଖି ୩ ଡର୍ଜନ ଦେଶ ନିଜ ମାଟିରେ ଜନ୍ମ ହୋଇଥିବା ଲୋକଙ୍କୁ ସ୍ୱତଃ ନାଗରିକତା ପ୍ରଦାନ କରିଥାଏ। ଯେଉଁଥିରେ ଆମେରିକାର ପଡୋଶୀ କାନାଡା ଓ ମେକ୍ସିକୋ ଓ ଅଧିକାଂଶ ଦକ୍ଷିଣ ଆମେରିକୀୟ ଦେଶ ଅଛନ୍ତି।

ଚୀନ ଉପରେ ଟ୍ରମ୍ପ ଟାରିଫ୍‌ – ଟ୍ରମ୍ପ ଆଉ ଏକ ମିଛ ଦାବି କରି କହିଛନ୍ତି କି ,ତାଙ୍କର ପୂର୍ବର କାର୍ଯ୍ୟକାଳ ବେଳେ ଆମେରିକା ଚୀନ ଉପରେ ଟାରିଫ୍‌ (ଶୁଳ୍କ) ବଢାଇ ଏହା ଠାରୁ ଶହ ଶହ ବିଲିୟନ ଡଲାର ଆଦାୟ କରିଛି। ସିଏନଏନ ଏହି ତଥ୍ୟର ଯାଞ୍ଚ କରିଛି ଏବଂ କହିଛି କି ଏହି ଶୁଳ୍କର ପେମେଣ୍ଟ ଚୀନ ନୁହେଁ ବରଂ ଆମେରିକୀୟ ଆମଦାନୀକାରୀ (ଇମ୍ପୋଟର) କରିଛନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ଟ୍ରମ୍ପଙ୍କ ଟାରିଫ୍‌ର ମାଡ ଅଧିକାଂଶ ଭାବେ ଆମେରିକୀୟଙ୍କ ଉପରେ ପଡ଼଼ିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.