ଭୁବନେଶ୍ୱର,୧୯/୧୧: ଡିସେମ୍ବରରେ ୫ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟ ଶାସନ ସଚିବ ଓ ଡିଜିପି  ସମୀକ୍ଷା ବୈଠକ କରିଛନ୍ତି । 

ଡିସେମ୍ବର ୩ ତାରିଖ ଅପରାହ୍ଣ ୨ଟା ୫୫ରେ ଦିଲ୍ଳୀ ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର  ବିମାନରେ ବାହାରିବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ସନ୍ଧ୍ୟା ୫ଟା  ବେଳେ ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ପ୍ରୋଟୋକଲ୍‌ ଅନୂସାରେ ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ, ମେୟର, ମୁଖ୍ୟ ଶାସନ ସଚିବ, ଡିଜିପି  ଓ ଅନ୍ୟ ବରିଷ୍ଠ ଅଧିକାରୀ ସ୍ୱାଗତ କରିବେ । ବିମାନବନ୍ଦରରୁ  ସନ୍ଧ୍ୟା ୫ଟା ୩୦ରେ ବାହାରି ରାଷ୍ଟ୍ରପତି ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାର ସ୍ଥିତ ଏକ ବସ୍ତିକୁ ଯିବେ । ସେଠାରେ ପଣ୍ଡିତ  ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ନୋଚନ କରିବେ । ସେଠାରୁ  ୬ଟା ୧୦ ମିନିଟ୍‌ରେ ବହାରି ୬ଟା ୨୫ରେ ରାଜଭବନରେ  ପହଞ୍ଚିବେ । ରାଜଭବନରେ ରାତ୍ରିଭୋଜନ ଓ ବିଶ୍ରାମ କରିବେ ।   

୪ ତାରିଖ ସକାଳ ୯ଟାରେ ରାଜଭବନରୁ ବାହାରି ବିମାନବନ୍ଦର ଯିବେ । ସେଠାରୁ ବାୟୁସେନାର ହେଲିକପ୍ଟରରେ ପୁରୀ ଯିବେ । ପୁରୀରେ ୯ଟା ୪୫ ମିନିଟ୍‌ରେ ପହଞ୍ଚିବେ । ୧୦ଟା  ୫ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ଗୋପବନ୍ଧୁ ଆୟୁର୍ବେଦିକ୍‌ ମହାବିଦ୍ୟାଳୟରର ୭୫ତମ ବାର୍ଷିକ ଉତ୍ସବରେ  ଯୋଗଦେବେ । ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ୧୨ଟା  ୧୦ରେ ପୁରୀ ରାଜଭବନରେ ପହଞ୍ଚିବେ । ଅପରାହ୍ଣ ୩ଟା  ୪୦ରେ ପୁରୀ ରାଜଭବନରେ ଭାରତୀୟ ନୌସେନା ପକ୍ଷରୁ  ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବ । ୩ଟା ୪୫ରେ ସେ ବ୍ଲ୍ୟୁ  ଫ୍ଲାଗ ବିଚ୍‌ରେ ଭାରତୀୟ ନୌସେନା ଦିବସରେ ଯୋଗ ଦେବେ ।  ରାତିରେ ପୁରୀ ରାଜଭବନରେ ରହିବେ ।  

୫ ତାରିଖ ଦିନ ୧୦ଟା ୫ମିନିଟ୍‌ରେ ପୁରୀରୁ ବାହାରି  ୧୦ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରୁ  ସିଧା ଓୟୁଏଟି କ୍ୟାମ୍ପସ୍‌ ଯିବେ । ୧୨ଟା ୧୦ରୁ ଅପରାହ୍ଣ ୫ଟା  ୧୦ ପର୍ଯ୍ୟନ୍ତ ସେ ରାଜଭବନରେ ବିଶ୍ରାମ ନେବେ । ୫ଟା ୨୦ରେ  ରାଷ୍ଟ୍ରପତି ଭୁବନେଶ୍ୱର କୋର୍ଟ ପରିସରକୁ ଯାଇ ଜୁଡିସିଆଲ୍‌  କମ୍ଲେକ୍ସ ଉଦ୍‌ଘାଟନ କରିବେ । ୬ଟା ୪୦ ସୁଦ୍ଧା ରାଜଭବନ  ଫେରିବେ । ସନ୍ଧ୍ୟା ୭ଟାରୁ ୭ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କୁ  ଭେଟିବେ ।   

୬ ତାରିଖ ସକାଳ ୯ଟା ବେଳେ ରାଜଭବନରୁ ବାହାରି  ବିମାନବନ୍ଦର ଯିବେ । ଯିବା ବେଳେ ଏଜି ଛକରେ ଡ. ବିଆର୍‌  ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେବେ । ୯ଟା ୨୫ରେ  ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ବାହରରି ପଶ୍ଚିମବଙ୍ଗ ସ୍ଥିତ  କଳାଇକୁଣ୍ଡା ଏୟାର ପୋର୍ଟରେ ପହଞ୍ଚିବେ । ସେଠାରୁ ବାୟୁସେନା  ହେଲିକପ୍ଟର ଯେଗେ ମୟୂରଭଞ୍ଜ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ  ଯୋଗଦେବେ । ରାଇରଙ୍ଗପୁର ଗେଷ୍ଟ ହାଉସ୍‌ରେ ରାଷ୍ଟ୍ରପତି  ରାତ୍ରିଯାପନ କରିବେ ।   

୭ ତାରିଖ ସକାଳ ୯ଟା ୧୫ରୁ ୯ଟା ୪୫ ପର୍ଯ୍ୟନ୍ତି ବିଭିନ୍ନ  ଲୋକଙ୍କୁ ଭେଟିବେ । ସେ ଦିନ ବାଙ୍ଗିରିପୋଷି, ବୁଢ଼ାମରା-ଚକୁଳିଆ,-ବାଦମପାହାଡ଼ ରେଳ ଲାଇନ୍‌ର ଶିଳାନ୍ୟାସ  କରିବେ । ଟ୍ରାଇବାଲ୍‌ ରିସର୍ଚ ଡେଭଲ୍‌ପମେଣ୍ଟ ସେଣ୍ଟର, ସବ୍‌  ଡିଭିଜନ୍‌ ହସ୍ପିଟାଲ୍‌ ଓ ଦାଣ୍ଡବୋସ୍‌ ଏୟାରପୋଷ୍ଟର ଭିତ୍ତିପ୍ରସ୍ତର  ସ୍ଥାପନ କରିବେ । ଅପରାହ୍ଣ ୧ଟା ୧୫ରେ ସେ କଳାଇକୁଣ୍ଡା  ଏୟାରପୋର୍ଟରେ ପହଞ୍ଚି ସେଠାରୁ ଦିଲ୍ଳୀ ଫେରିଯିବେ ।