ରାୟଗଡ଼(ଗଜପତି) ୨୬/୧୨: ଗଜପତି ଜିଲ୍ଲା ରାୟଗଡ ବ୍ଲକ ପେକଟ ଗ୍ରାମର ଜନଜାତି ପ୍ରତିଭା ସୁଶ୍ରୀ ଜ୍ୟୋସ୍ନା ରାଣୀ ଶବରଙ୍କୁ ବିଭିନ୍ନ କ୍ଷେତ୍ରରେ ଅସାଧାରଣ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରୁ ଜ୍ୟୋତ୍ସ୍ନା ଶବରଙ୍କ ସମେତ ମୋଟ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଚୟନ ହୋଇଥିବା ୨୦ ଜଣ ପିଲାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ଗଜପତି ଜିଲ୍ଲାର ଜ୍ୟୋତ୍ସ୍ନା ଶବର କ୍ରୀଡ଼ାରେ ସଫଳତା ପାଇଁ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଥିବା ଜଣାପଡିଛି। ତେଣୁ ତାଙ୍କୁ ଶୁକ୍ରବାର ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲାର ଆଦିବାସୀ ଝିଅ ଜ୍ୟୋସ୍ନା ଶବରଙ୍କ ବୟସ ୧୭ ବର୍ଷ ତଥାପି ସେ ଭାରୋ ଉତ୍ତୋଳନରେ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱର ସହ ଗୌରବ ହାସଲ କରିଥିବା ଯୋଗୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ସମ୍ମାନିତ ହୋଇଛନ୍ତି ।

ପ୍ରକାଶ ଯେ, ଜ୍ୟୋସ୍ନା ହେଉଛନ୍ତି ଗଜପତି ଜିଲ୍ଲାର ପେକଟ ଗ୍ରାମର କୀର୍ତନ ଶବରଙ୍କ ଝିଅ l ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ସାରା ଦେଶରୁ କେବଳ ୨୧ ଜଣ ଶିଶୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଜ୍ୟୋସ୍ନା ଏକମାତ୍ର ଓ ଗଜପତି ଜିଲ୍ଲାରୁ ପ୍ରଥମ ଶିଶୁ ଭାବେ ଏହି ସମ୍ମାନ ଲାଭ କରିଛନ୍ତି। ୨୦୧୯ ମସିହାରୁ ସେ ନିୟମିତ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଇନଷ୍ଟିଟ୍ୟୁଟ ଓଫ ସୋସିଏଲ ସାଇନ୍ସରେ ରହି ଶିକ୍ଷାଲାଭ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋ ଉତ୍ତୋଳନରେ ପ୍ରଶିକ୍ଷଣ ଗ୍ରହଣ କରିଆସୁଛନ୍ତି। ଜ୍ୟୋସ୍ନାଙ୍କ ଏହି ସଫଳତାରେ ସମଗ୍ର ଗଜପତି ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ଗର୍ବିତ ଅନୁଭବ କରିବା ସହ ତାଙ୍କୁ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସନ୍ତୋଷ କୁମାର ବାରିକ,ବରିଷ୍ଠ ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କ ସମେତ ସ୍ଥାନୀୟ ବୁଦ୍ଧିଜିବୀ, ସାମାଜସେବି, ପଞ୍ଚାୟତ ପ୍ରତିନିଧି, ବ୍ଲକ ପ୍ରଶାସନ, କ୍ରୀଡ଼ାବିତ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି I ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।