ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଓୟୁଏଟି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ, ସନ୍ଧ୍ୟାରେ ଜୁଡିସିଆଲ କମ୍ପେ୍ଲକ୍ସର କରିବେ ଉଦ୍‌ଘାଟନ

Published By : Prameya | December 5, 2024 8:28 AM

ଭୁବନେଶ୍ୱର,୦୫/୧୨: ନୌସେନା ଦିବସରେ ଯୋଗଦେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଭୁବନେଶ୍ୱର ଫେରିବେ । ଏଠାରେ ବିଶ୍ୱସ୍ତରୀୟ ଜୁଡିସିଆଲ କମ୍ପେ୍ଲକ୍ସର ଉଦ୍‌ଘାଟନ କରିବେ । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ । 

କାର୍ଯ୍ୟସୂଚୀ ମୁତାବକ, ରାଷ୍ଟ୍ରପତି ଗୁରୁବାର ୧୦ଟା ୫ ମିନିଟ୍‌ରେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରୁ  ବାୟୁସେନାର ହେଲିକପ୍ଟରରେ ଭୁବନେଶ୍ୱର ଅଭିମୁଖେ  ବାହାରିବେ । ସାଢ଼େ ୧୦ଟାରେ ବିଜୁ ପଟ୍ଟନାୟକ  ଅନ୍ତଜାର୍ତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ  ସେ ସିଧା ଓୟୁଏଟି କ୍ୟାମ୍ପସକୁ ଯିବେ । ଓୟୁଏଟିର  ୪୦ତମ ସମାରୋହରେ ମୁଖ୍ୟ ଅତିଥି ଭାବେ  ଯୋଗଦେବେ । ରାଷ୍ଟ୍ରପତି ସେଠାରେ ଦେଢ଼ ଘଣ୍ଟା ବିତାଇବେ । ମଧ୍ୟାହ୍ନ ୧୨ଟାରେ ରାଜଭବନକୁ ଯିବେ ।  ସେଠାରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ ।  ସନ୍ଧ୍ୟା ୫ଟା ୧୦ ମିନିଟ୍‌ରେ ରାଷ୍ଟ୍ରପତିଙ୍କ କାରକେଡ୍‌ କଳ୍ପନା ଛକ ନିକଟସ୍ଥ ଜୁଡିସିଆଲ୍‌ କମ୍ପେ୍ଲକ୍ସ ଆଡ଼କୁ ମୁହାଁଇବ । ସେଠାରେ କମ୍ପେ୍ଲକ୍ସର ଉଦ୍‌ଘାଟନ କରିବେ । ଉଦ୍‌ଘାଟନୀ ସମାରୋହରେ ରାଜ୍ୟପାଳ ରଘୁବର  ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହାଇକୋର୍ଟ  ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଓ  ହାଇକୋର୍ଟ (ଆଡମିନିଷ୍ଟ୍ରେଟିଭ୍‌) ଜଷ୍ଟିସ୍‌ ସଙ୍ଗମ ସାହୁ  ଅତିଥି ଭାବେ ଯୋଗଦେବେ । ଏହାପରେ ବିଜେବି  କଲେଜ ଖେଳପଡି଼ଆରେ ଆୟୋଜିତ ହେବାକୁ ଥିବା  ଉଦ୍‌ଘାଟନୀ ସଭାରେ ଉଦ୍‌ବୋଧନ ଦେବେ ।  

ସନ୍ଧ୍ୟା ସାଢ଼େ ୬ଟା ବେଳେ ସେଠାରୁ  ରାଜଭବନକୁ ଫେରିବେ । ସେଠାରେ ରାତ୍ରିଯାପନ  କରିବେ । ଶୁକ୍ରବାର ସକାଳୁ ରାଜଭବନରେ ଜଳଖିଆ ଖାଇବା ପରେ ରାଷ୍ଟ୍ରପତି ଏଜି ଛକସ୍ଥିତ  ବି. ଆର୍‌ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ  କରିବେ । ସେଠାରୁ ସେ ବିମାନ ବନ୍ଦର ଯାଇ ୯ଟା  ୩୫ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ  ପଶ୍ଚିମବଙ୍ଗର କଲାଇକୁଣ୍ଡା ଏୟାରପୋର୍ଟ ଯିବେ ।  ସେଠାରୁ ବାୟୁସେନାର ହେଲିକପ୍ଟରରେ ବସି  ମୟୂରଭଞ୍ଜର ରଙ୍ଗମାଟିଆ ହେଲିପ୍ୟାଡ୍‌ରେ ଓହ୍ଲାଇ  ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.