ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୨୪ ରେ ବାଙ୍ଗିରିପୋଷି ଆସିବେ ରାଷ୍ଟ୍ରପତି, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ୩ ନୂତନ ରେଳପଥ

Published By : Suraj Kumar | October 16, 2024 5:22 PM

ବାଙ୍ଗିରିପୋଷି,୧୬/୧୦(ଆ.ପ୍ର): ୨୪ରେ ବାଙ୍ଗିରିପୋଷି ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନୋଟି ନୂତନ ରେଳପଥ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିନେଇ ତତ୍ପର ହୋଇ ଉଠିଛି ରେଳ ବିଭାଗ ସହ ପ୍ରଶାସନ ।

ଗତ କିଛିଦିନ ପୂର୍ବରୁ ଦକ୍ଷିଣ-ପୂର୍ବ ରେଳବାଇ ଜିଏମ ଅନିଲ କୁମାର ମିଶ୍ର ବାଙ୍ଗିରିପୋଷି ଗସ୍ତ କରିଥିଲେ।  ପୁଣି ବୁଧବାର ଏକ ସ୍ଵତନ୍ତ୍ର ଟ୍ରେନ ଯୋଗେ ବାଙ୍ଗିରିପୋଷି ଗସ୍ତରେ ଆସି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ। ରାଷ୍ଟ୍ରପତି ୨୩ ତାରିଖ ପରିବର୍ତ୍ତେ ୨୪ ତାରିଖ ବାଙ୍ଗିରିପୋଷି ଆସିବେ ବୋଲି ସେ ସୂଚନା ଦେଇଥିଲେ। 

ସେହିପରି ଓଡ଼ିଶା ଏଡ଼ିଜି ଦୟାଲ ଗଙ୍ଗୱାର ମଧ୍ୟ ବାଙ୍ଗିରିପୋଷି ପହଞ୍ଚି ନିର୍ମାଣଧିନ ହେଲିପ୍ୟାଡ ନିରୀକ୍ଷଣ କରିଥିଲେ। କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସାଙ୍ଗରେ ଉପସ୍ଥିତ ଥିବା ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଙ୍କ ସହ ଆଲୋଚନା କରିଥିଲେ। 

ସେହିପରି ଷ୍ଟେସନ ନିକଟସ୍ଥ ମିନି ଷ୍ଟାଡିୟମ ଠାରେ ହେବାକୁ ଥିବା କାର୍ଯ୍ୟକ୍ରମର ଆୟୋଜନ ସ୍ଥାନ, ପାର୍କିଂ ବ୍ୟବସ୍ଥା, ଯାନବାହାନ ଓ ଭିଡ ନିୟନ୍ତ୍ରଣ କିପରି ସୁରୁଖୁରୁ ରେ ହୋଇ ପାରିବ ସହ ଶାନ୍ତିଶୃଙ୍ଖଳା ଓ ଅତିଥି ମାନଙ୍କର ସୁରକ୍ଷା ସଂପର୍କରେ ଜିଲ୍ଲାପାଳ,ଏସପି ଏବଂ ରେଳବିଭାଗର ଏଡିଆରଏମ ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳି ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦା ମଧ୍ୟ ଉପସ୍ଥିତ ରହିଥିଲେ । 

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଓ ରାଜ୍ୟସଭା ଦୁଇ ସାଂସଦ, କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଳାର ଲୋକସଭା ସାଂସଦ , ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା ମାନଙ୍କ ସହ ବହୁ ବରିଷ୍ଠ ଅଧିକାରୀ, ନେତା ତଥା ରେଳବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.