ନୂଆଦିଲ୍ଲୀ,୦୭/୦୫: ବିଶ୍ୱ ଆତଙ୍କବାଦର ଆଡ୍ଡା ସ୍ଥଳୀ ପାକିସ୍ତାନ । ପହଲଗାମ ହମଲାର ଜବାବ ଦିଆ ଯାଇଛି । ପହଲଗାମ ଆକ୍ରମଣ ହମଲାର ଜବାବ ନ୍ୟାୟ ପାଇଁ 'ଅପରେସନ୍ ସିନ୍ଦୂର'  । ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଆକ୍ରମଣ ହୋଇଛି । କେବଳ ଆତଙ୍କୀ ଆଡ୍ଡା ସ୍ଥଳ ଉପରେ ଆକ୍ରମଣ ହୋଇଛି । ୨୫ ମିନିଟରେ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଥିବହା ସ୍ପଷ୍ଟ କରିଛି ଭାରତୀୟ ସେନା । ଜାତୀୟ ନ୍ୟାସନାଲ ମିଡିଆ ସେଣ୍ଟରରେ ପ୍ରସେମିଟ୍ କରି ବୈଦେଶିକ ସଚିବ ବିକ୍ରିମ ମିଶ୍ରି  'ଅପରେସନ୍‌ ସିନ୍ଦୂର' ବାବଦରେ ସୂଚନା ଦେଇଛନ୍ତି  । କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ମଧ୍ୟ ଉପସ୍ଥିତ ରହିଥିଲେ ।

ପ୍ରେସ୍‌ମିଟରେ ବୈଦେଶିକ ସଚିବ ବିକ୍ରିମ ମିଶ୍ରି କହିଛନ୍ତି, ''  ପହଲଗାମ ହମଲା ପାଇଁ ଟିଆରଏଫ ନିଜକୁ ଦାୟୀ କରିଥିଲା । ଲସ୍କର-ଏ-ତୋଏବା ସମ୍ବଦ୍ଧିତ ପାକିସ୍ତାନୀ ଏବଂ ପାକିସ୍ତାନୀ ପ୍ରଶିକ୍ଷୀତ ଆତଙ୍କବାଦୀ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୨୫ ଭାରତୀୟ ଓ ଜଣେ ନେପାଳୀ ନାଗରିକ ରହିଥିଲେ । ପରିବାର ଆଗରେ ପତ୍ନୀ ଆଗରେ ସ୍ବାମୀକୁ ଗୁଳିକରି ମାରିଥିଲେ ଆତଙ୍କୀ । ଏହି ହମଲା ଜମ୍ମୁ କଶ୍ମୀରକୁ ଅଶାନ୍ତ କରିବାକୁ ଏମିତି କରିଥିଲେ ।''

ଜାତୀୟ ନ୍ୟାସନାଲ ମିଡିଆ ସେଣ୍ଟରରେ ପ୍ରେସ୍‌ମିଟ କରି ଦେଶବାସୀଙ୍କ ଆଗରେ ସଠିକ୍ ସ୍ଥାନ ଓ ସମୟର ପୂରା ପ୍ରମାଣ ରଖିଲେ ସେନା ଓ ସରକାର । ଭିଜୁଆଲ ଦେଖାଇ ଆକ୍ରମଣ ହୋଇଥିବା ସ୍ଥାନ ଦେଖାଇଲେ । ପାକିସ୍ତାନ ଭୂଖଣ୍ଡରେ ହୋଇଥିବା ଆକ୍ରମଣ କଥା ବି ସ୍ପଷ୍ଟ କରିଛନ୍ତି । ଏହା ସହିତ ପୂର୍ବରୁ ଭାରତରେ କେଉଁ ଆକ୍ରମଣରେ ସମ୍ପୃକ୍ତି ନେଇ ଜଣାଇଥିଲେ ।

ଅଧିକ ପଢନ୍ତୁ...Operation Sindoor: ସେନାବାହିନୀ ପାଇଁ ଗର୍ବିତ କହିଲେ ରାହୁଲ... 'ଏକତାର ସମୟ' କହିଲା କଂଗ୍ରେସ

କର୍ଣ୍ଣେଲ ସୋଫିଆ କ୍ୟୁରେସି 'ଅପରେସନ୍ ସିନ୍ଦୂର', ବାବଦରେ ଡିଟେଲ୍ସ ଦେଇ କହିଛନ୍ତି, '' ପହଲଗାମ ପୀଡିତଙ୍କୁ ନ୍ୟାୟ ଦେବାକୁ  'ଅପରେସନ୍ ସିନ୍ଦୂର ' ହୋଇଛି । ୯ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରାଯାଇ ଧ୍ୱଂସ କରାଯାଇଛି । ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଆକ୍ରମଣ ହୋଇଛି । କେବଳ ଆତଙ୍କୀ ଆକ୍ରମଣକୁ ସଠିକ୍ ଟାର୍ଗେଟ କରାଯାଇଥିଲା । କୌଣସି ବେସାମରିକ ଅଞ୍ଚଳ ଉପରେ ଆକ୍ରମଣ ହୋଇନାହିଁ । ସୀମାଠୁ ୧୦୦କିମି ଦୂରେ ଜେଇଏମ କ୍ୟାମ୍ପ ଛାରଖାର ହୋଇଛି । କୌଣସି ସାମରିକ ଅନୁଷ୍ଠାନ ଉପରେ ଭାରତ ଆକ୍ରମଣ କରିନାହିଁ । ପିଓକେରେ ୫ଟି ଆତଙ୍କୀ କ୍ୟାମ୍ପ ଛାରଖାର ହୋଇଛି ।''