ନୂଆଦିଲ୍ଲୀ,୦୬/୦୧: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି)ର ୯ମ ସଂସ୍କରଣ ପ୍ରସାରିତ ହେବ । ସକାଳ ୧୦ଟାରେ ସାରା ଦେଶର ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ମୋଦି ସିଧାସଳଖ ଆଲୋଚନା କରିବେ । ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବା ଲାଗି ପ୍ରେରିତ କରିବା ଲାଗି ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ।
ଏହାକୁ ଡିଡି ନ୍ୟାସନାଲ, ଡିଡି ନ୍ୟୁଜ୍ ଏବଂ ଡିଡି ଇଣ୍ଡିଆ ଚ୍ୟାନେଲ ସହ ଅଲ୍ ଇଣ୍ଡିଆ ରେଡିଓରେ ସିଧା ପ୍ରସାରଣ କରାଯିବ । ଏହା ବ୍ୟତୀତ ଶିକ୍ଷା ମନ୍ତ୍ରଣାଳୟର ୟୁଟ୍ୟୁବ ଚ୍ୟାନେଲ, ଫେସ୍ବୁକ୍ ଲାଇଭ ଏବଂ ମାଇଗଭଡଟ୍ଇନ୍ ପୋର୍ଟାଲରେ ବି ପିଲାମାନେ ଅନ୍ଲାଇନ ଏହାକୁ ଦେଖିପାରିବେ । ଚଳିତ ବର୍ଷ ଏଥିରେ ଭାଗ ନେବାକୁ ୬.୬୭ କୋଟି ଜଣ ନାଁ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ୪.୫ କୋଟି ଛାତ୍ରଛାତ୍ରୀ ରହିଛନ୍ତି।
ଆହୁରି ପଢ଼ନ୍ତୁ:- ମୁଖ୍ୟମନ୍ତ୍ରୀଙ୍କ ବ୍ଲୁପ୍ରିଣ୍ଟ, ରେଖା ଗୁପ୍ତା କହିଲେ କେମିତି କମାଇ ହେବ ଦିଲ୍ଲୀ ପ୍ରଦୂଷଣ