ନୀଳଗିରି, ୧୨।୪ : ବାଲେଶ୍ଵର ସବଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। କଏଦୀ ଜଣକ ହେଲେ ଶ୍ରୀକାନ୍ତ ନାୟକ। ୨୦୨୧ ମସିହାରେ ହତ୍ୟା ମାମଲାରେ ଔପଦା ଅଞ୍ଚଳର ଥିବା ଶ୍ରୀକାନ୍ତ ନାୟକ ଛାତିରେ ଯନ୍ତ୍ରଣା ହେବାରୁ ଅସୁସ୍ଥ ହୋଇପଡିଥିଲେ।ତାଙ୍କୁ ଜେଲ ରେ ଥିବା କର୍ମଚାରୀ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେ ଗତ ୨୦୨୧ ମସିହାରେ ହତ୍ୟା ମାମଲା ରେ ପ୍ରଥମେ ବାଲେଶ୍ଵର ଜିଲ୍ଲା କାରାଗାରରେ ଥିବା ବେଳେ ଗତ ୮/୧୦/୨୫ ତାରିଖରେ ବାଲେଶ୍ଵରରୁ ନୀଳଗିରି ସବ୍ ଜେଲ କୁ ଆସିଥିଲେ।ତେବେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ଜେଲର ଏନେଇ ଏକ ମାମଲା ରୁଜୁ କରି ମୃତକଙ୍କ ପରିବାରଙ୍କୁ ଖବର ଦେଇଛନ୍ତି। ମାଜିଷ୍ଟେଟଙ୍କ ଉପସ୍ଥିତିରେ ତଦନ୍ତ ପରେ ଯାଇ ପୋଷ୍ଟ ମୋଟମ କରାଯିବ ବୋଲି ଜେଲର କହିଛନ୍ତି।