ପ୍ରମୂଖ ଖବର
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ସର୍ବଭାରତୀୟ ବୁଚି ବାବୁ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ: ମହାରାଷ୍ଟ୍ର ଦଳରେ ପୃଥ୍ୱୀ, ଗାଏକୱାଡଙ୍କୁ ମିଳିଲା ସ୍ଥାନ

Published By : Manoj | August 15, 2025 2:39 PM

ନୂଆଦିଲ୍ଲୀ, ୧୫/୦୮:  ଆସନ୍ତା ସର୍ବଭାରତୀୟ ବୁଚି ବାବୁ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ମହାରାଷ୍ଟ୍ର ଦଳ ଘୋଷଣା ହୋଇଛି । ଏହି ଦଳରେ ମୁମ୍ବାଇ ଓପନର ପୃଥ୍ୱୀ ଶ’ ସ୍ଥାନ ପାଇଛନ୍ତି । ବିସିସିଆଇ ଘରୋଇ କ୍ରିକେଟ୍‌ ସିଜନ ୨୦୨୫-୨୬  ପୂର୍ବରୁ ସେ ମୁମ୍ବାଇ ଛାଡ଼ି ମହାରାଷ୍ଟ୍ରରୁ ଖେଳିବାକୁ ନିଷ୍ପତ୍ତି  ନେଇଥିଲେ । ଗତ ସିଜନରେ ଫିଟ୍‌ନେସ୍‌ ଓ ବିଶୃଙ୍ଖଳିତ ବ୍ୟବହାର ପାଇଁ  ତାଙ୍କୁ ମୁମ୍ବାଇ ଦଳରୁ ବାଦ୍‌ ଦିଆଯାଇଥିଲା । ଏହାପରେ ସେ ମୁମ୍ବାଇ ଦଳ  ଛାଡ଼ିବାକୁ ମନସ୍ଥ କରିଥିଲେ । ମହାରାଷ୍ଟ୍ର ପକ୍ଷରୁ ନୂଆ ଆରମ୍ଭ କରିବା  ପାଇଁ ପୃଥ୍ୱୀ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଅନ୍ୟ ପଟରେ ଋତୁରାଜ  ଗାଏକୱାଡ୍‌ ଏବଂ ୱିକେଟ୍‌ କିପର ବ୍ୟାଟର ସୌରଭ ନୱାଲେଙ୍କୁ ମଧ୍ୟ  ଦଳରେ ସାମିଲ କରାଯାଇଛି। ଉଭୟ ଗୋଟିଏ ମ୍ୟାଚ୍‌  ଖେଳିବା ପରେ ପଶ୍ଚିମାଞ୍ଚଳ ଦଳରେ ଯୋଗଦେଇ ଦୁଲୀପ  ଟ୍ରଫି ଖେଳିବେ । ଅଙ୍କିତ ବାୱନେ ଅଧିନାୟକ ନିଯୁକ୍ତ  ହୋଇଛନ୍ତି । ଆସନ୍ତା ୧୮ରୁ ବୁଚି ବାବୁ କ୍ରିକେଟ୍‌ ଆରମ୍ଭ  ହୋଇ ସେପ୍ଟେମ୍ବର ୯ତାରିଖରେ ଶେଷ ହେବ । 

ମହାରାଷ୍ଟ୍ର ଦଳ: ଅଙ୍କିତ ବାୱନେ (ଅଧିନାୟକ), ଋତୁରାଜ ଗାଏକୱାଡ୍‌,  ପୃଥ୍ୱୀ ଶ’, ସିଦେ୍ଧଶ ବୀର, ସଚିନ ଧାସ୍‌, ଆର୍ସିନ କୁଲକର୍ଣ୍ଣୀ, ହର୍ଷଲ କାଟେ, ସିଦ୍ଧାର୍ଥ ମାହତ୍ରେ, ସୌରଭ ନୱାଲେ, ମନ୍ଦାର ଭଣ୍ଡାରୀ, ରାମକ୍ରିଷ୍ଣ  ଘୋଷ, ମୁକେଶ ଚୌଧୁରୀ, ପ୍ରଦୀପ ଦାଢ଼େ, ଭିକି ଓସ୍ତୱାଲ, ହିତେଶ  ୱାଲୁଞ୍ଜ, ପ୍ରଶାନ୍ତ ସୋଲାଙ୍କି, ରାଜବର୍ଦ୍ଧନ ହଙ୍ଗରେଗକର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.