ନୂଆଦିଲ୍ଲୀ, ୧୫/୦୮:  ଆସନ୍ତା ସର୍ବଭାରତୀୟ ବୁଚି ବାବୁ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ମହାରାଷ୍ଟ୍ର ଦଳ ଘୋଷଣା ହୋଇଛି । ଏହି ଦଳରେ ମୁମ୍ବାଇ ଓପନର ପୃଥ୍ୱୀ ଶ’ ସ୍ଥାନ ପାଇଛନ୍ତି । ବିସିସିଆଇ ଘରୋଇ କ୍ରିକେଟ୍‌ ସିଜନ ୨୦୨୫-୨୬  ପୂର୍ବରୁ ସେ ମୁମ୍ବାଇ ଛାଡ଼ି ମହାରାଷ୍ଟ୍ରରୁ ଖେଳିବାକୁ ନିଷ୍ପତ୍ତି  ନେଇଥିଲେ । ଗତ ସିଜନରେ ଫିଟ୍‌ନେସ୍‌ ଓ ବିଶୃଙ୍ଖଳିତ ବ୍ୟବହାର ପାଇଁ  ତାଙ୍କୁ ମୁମ୍ବାଇ ଦଳରୁ ବାଦ୍‌ ଦିଆଯାଇଥିଲା । ଏହାପରେ ସେ ମୁମ୍ବାଇ ଦଳ  ଛାଡ଼ିବାକୁ ମନସ୍ଥ କରିଥିଲେ । ମହାରାଷ୍ଟ୍ର ପକ୍ଷରୁ ନୂଆ ଆରମ୍ଭ କରିବା  ପାଇଁ ପୃଥ୍ୱୀ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଅନ୍ୟ ପଟରେ ଋତୁରାଜ  ଗାଏକୱାଡ୍‌ ଏବଂ ୱିକେଟ୍‌ କିପର ବ୍ୟାଟର ସୌରଭ ନୱାଲେଙ୍କୁ ମଧ୍ୟ  ଦଳରେ ସାମିଲ କରାଯାଇଛି। ଉଭୟ ଗୋଟିଏ ମ୍ୟାଚ୍‌  ଖେଳିବା ପରେ ପଶ୍ଚିମାଞ୍ଚଳ ଦଳରେ ଯୋଗଦେଇ ଦୁଲୀପ  ଟ୍ରଫି ଖେଳିବେ । ଅଙ୍କିତ ବାୱନେ ଅଧିନାୟକ ନିଯୁକ୍ତ  ହୋଇଛନ୍ତି । ଆସନ୍ତା ୧୮ରୁ ବୁଚି ବାବୁ କ୍ରିକେଟ୍‌ ଆରମ୍ଭ  ହୋଇ ସେପ୍ଟେମ୍ବର ୯ତାରିଖରେ ଶେଷ ହେବ । 

ମହାରାଷ୍ଟ୍ର ଦଳ: ଅଙ୍କିତ ବାୱନେ (ଅଧିନାୟକ), ଋତୁରାଜ ଗାଏକୱାଡ୍‌,  ପୃଥ୍ୱୀ ଶ’, ସିଦେ୍ଧଶ ବୀର, ସଚିନ ଧାସ୍‌, ଆର୍ସିନ କୁଲକର୍ଣ୍ଣୀ, ହର୍ଷଲ କାଟେ, ସିଦ୍ଧାର୍ଥ ମାହତ୍ରେ, ସୌରଭ ନୱାଲେ, ମନ୍ଦାର ଭଣ୍ଡାରୀ, ରାମକ୍ରିଷ୍ଣ  ଘୋଷ, ମୁକେଶ ଚୌଧୁରୀ, ପ୍ରଦୀପ ଦାଢ଼େ, ଭିକି ଓସ୍ତୱାଲ, ହିତେଶ  ୱାଲୁଞ୍ଜ, ପ୍ରଶାନ୍ତ ସୋଲାଙ୍କି, ରାଜବର୍ଦ୍ଧନ ହଙ୍ଗରେଗକର ।