ପ୍ରମୂଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଛଅ ବର୍ଷ ପରେ ବଲିଉଡ୍‌କୁ ଫେରିବେ ପ୍ରିୟଙ୍କା, ‘ଲଭ୍‌ ଆଣ୍ଡ ୱାର୍‌’ ରେ ଆସିବେ ନଜର

Published By : Krishna Priya | August 8, 2025 9:50 AM

ନୂଆଦିଲ୍ଲୀ ୦୮/୦୮: ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଶେଷ ଥର ପାଇଁ ପ୍ରିୟଙ୍କା ବଲିଉଡ୍‌ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ରେ ନଜର ଆସିଥିଲେ। ଏବେ ସେ ଦୀର୍ଘ ୬ ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି। ପ୍ରିୟଙ୍କା ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ମାଧ୍ୟମରେ ପରଦାକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।  ସଞ୍ଜୟଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ ରେ ସେ ନଜର ଆସିବେ। କିନ୍ତୁ ଏଯାବତ୍‌ ଏନେଇ ପ୍ରିୟଙ୍କା କି ସଞ୍ଜୟ ବିଧିବଦ୍ଧ ଭାବେ କିଛି କହିନାହାଁନ୍ତି। ଏଥିରେ ପ୍ରିୟଙ୍କାଙ୍କର ଏକ ଡାନ୍ସ ନମ୍ବର ରହିବ ବୋଲି କୁହାଯାଉଛି। ଏହି ଫିଲ୍ମରେ ଫିଲ୍ମରେ ଲିଡ୍‌ ରୋଲ୍‌ରେ ରଣବୀର କପୁର, ଆଲିଆ ଭଟ୍ଟ   ଓ ଭିକି କୌଶଲ ନଜର ଆସିବେ।

ଏହା ପୂର୍ବରୁ ପ୍ରିୟଙ୍କା ସଞ୍ଜୟଙ୍କ ଫିଲ୍ମ ‘ରାମ ଲୀଲା’ ର ‘ରାମ ଚାହେ ଲୀଲା ଗୀତ’ରେ ଜବରଦସ୍ତ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ। ଏହି ଗୀତଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ତେବେ ୨୦୧୫ ମସିହାରେ ପ୍ରିୟଙ୍କା ଆମେରିକା ଚାଲି ଯାଇଥିଲେ। ଏହାପରେ ସେ ମାତ୍ର ଦୁଇଟି ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ସେ ଶେଷ ଥର ପାଇଁ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ରେ ନଜର ଆସିଥିଲେ। ଏହି ଫିଲ୍ମଟି ୨୦୧୯ ରେ ରିଲିଜ୍‌ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.