ଭୁବନେଶ୍ବର,୧।୧ : ରାଜ୍ୟ ସରକାର ୩ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି  । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧୯୯୩ ବ୍ୟାଚ୍‌ର ୩ ଜଣ ଆଇପିଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଆଇପିଏସ୍ ବିନୟତୋଷ ମିଶ୍ର, ଆଇପିଏସ୍‌ ଆର.ପି. କୋଚେ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ ନାଥଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

 ସେହିପରି  ମଙ୍ଗଳବାର ରାଜ୍ୟ ସରକାର ୮ ଜଣ ଆଇପିଏସଙ୍କୁ ପଦୋନ୍ନତି ଦେଇଛନ୍ତି।  ୩ ଜଣ ଆଇପିଏସଙ୍କୁ ଡିଆଇଜି ପାହ୍ୟା, ଆଉ ୩ ଜଣ ଆଇପିଏସଙ୍କୁ ଆଇଜି ପାହ୍ୟା ଓ ୨ ଜଣ ଆଇପିଏସଙ୍କୁ ଏଡିଜି ପାହ୍ୟାରେ ପଦୋନ୍ନତି ଦେଇଛନ୍ତି।  

ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ  ଡିଆଇଜି ଭାବେ  ପଦୋନ୍ନତି  ମିଳିଛି । ସେହିପରି ଆଇପିଏସ ବନ୍ଥୋ ଯୁଗଳ କିଶୋର କୁମାର ଓ ବାଟୁଲା ଗଙ୍ଗାଧରଙ୍କୁ ଡିଆଇଜି ପାହ୍ୟା ମିଳିଛି।  ଆଇପିଏସ ଅଶ୍ବୀନି କୁମାର, ନିତି ଶେଖର ଓ ସାର୍ଥକ ଷଡଙ୍ଗୀଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଆଇପିଏସ ୟତିନ୍ଦ୍ର କୋୟଲ ଓ ଆଇପିଏସ ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟା ଦିଆଯିବା ନେଇ ବିଜ୍ଞପ୍ତିରେ  ପ୍ରକାଶ ପାଇଥିଲା।