ଭୁବନେଶ୍ବର,୩୧।୧୨ : ଆଇପିଏସ ସ୍ତରରେ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ୮ ଆଇପିଏସଙ୍କୁ ଏହି ପଦୋନ୍ନତି ମିଳିଛି।  ୩ ଜଣ ଆଇପିଏସଙ୍କୁ ଡିଆଇଜି ପାହ୍ୟା, ଆଉ ୩ ଜଣ ଆଇପିଏସଙ୍କୁ ଆଇଜି ପାହ୍ୟା ଓ ୨ ଜଣ ଆଇପିଏସଙ୍କୁ ଏଡିଜି ପାହ୍ୟାରେ ପଦୋନ୍ନତି ଦିଆଯାଇଛି। ସାଧାରଣ ପ୍ରଶାସନ  ପକ୍ଷରୁ  ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ  ଡିଆଇଜି ଭାବେ  ପଦୋନ୍ନତି  ମିଳିଛି । ସେହିପରି ଆଇପିଏସ ବନ୍ଥୋ ଯୁଗଳ କିଶୋର କୁମାର ଓ ବାଟୁଲା ଗଙ୍ଗାଧରଙ୍କୁ ଡିଆଇଜି ପାହ୍ୟା ମିଳିଛି।  ଆଇପିଏସ ଅଶ୍ବୀନି କୁମାର, ନିତି ଶେଖର ଓ ସାର୍ଥକ ଷଡଙ୍ଗୀଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଆଇପିଏସ ୟତିନ୍ଦ୍ର କୋୟଲ ଓ ଆଇପିଏସ ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟା ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।