କେନ୍ଦୁଝର ୨୬/୧୧: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଏସପି ସ୍ପଞ୍ଜ ଆଇରନ କାରଖାନାରେ ଶ୍ରମିକ ଶୋଷଣ ପ୍ରତିବାଦ। ଆନ୍ଦୋଳନକୁ ଓହ୍ଲାଇଲେ ଶହ ଶହ ଶ୍ରମିକ ଏବଂ ଏମଏସପି ମଜଦୂର ସଙ୍ଘର ସଦସ୍ୟ। ହକ୍ ଦାବିରେ ଆଜି ସକାଳୁ ସକାଳୁ କାରଖାନାର ମୁଖ୍ୟ ଫାଟକ ସାମ୍ନାରେ ବସି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରୀ ରଖିଛନ୍ତି। ସେମାନଙ୍କ ଦାବି ରହିଛି ଅଣଓଡ଼ିଆଙ୍କୁ କମ୍ପାନୀରୁ ବିଦା କରାଯାଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉ।

​​​​​​​

ତେବେ ସଦର ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ତେବେ ଗତ ୩୦ ଦିନ ଧରି ଶ୍ରମିକମାନେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିଲେ। ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ନହେବାରୁ ବାଧ୍ୟ ହୋଇ ଫାଟକ ସାମ୍ନାରେ ଧାରଣା ଦେଇଛନ୍ତି।