ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ

Published By : Harapriya Sethi | April 20, 2025 1:42 PM

ଭୁବନେଶ୍ୱର, ୨୦/୦୪: ଉଗ୍ର ହେଉଛି ପ୍ରତିବାଦ । ୧୮ ଘଣ୍ଟା ହେଲାଣି ପଡିଛି ମୃତଦେହ । ଜିଦ୍‌ରେ ଅଟଳ ଗ୍ରାମବାସୀ । ରାଉରକେଲା ବନ୍ଧମୁଣ୍ଡାରେ ଆରଏସ୍‌ପି ପକ୍ଷରୁ ଚାଲିଥିବା ରେଳଲାଇନକୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁ ଘଟଣାରେ ବଢୁଛି ଉତ୍ତେଜନା । ବନ୍ଧମୁଣ୍ଡା ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନକାରୀ  ।

ଶନିବାର ବନ୍ଧୁମୁଣ୍ଡା ଦୁମେତାରେ ପୋଲିସ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଖଣ୍ଡ ଯୁଦ୍ଧ ହୋଇଥିଲା । ରେଳ ଲାଇନକୁ ବିରୋଧ କରି ବିକ୍ଷୋଭ ବେଳେ ଯୁବକ ଇତୁଆ ଏକ୍କା ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ବଢିବାରେ ଲାଗିଛି ଉତ୍ତେଜନା । ୧୮ ଘଣ୍ଟାରୁ ଅଧିକ ବିତିଲାଣି ମୃତଦେହ ନେଉନାହାନ୍ତି ପରିବାର ଲୋକ ଓ ଗାଁ ଲୋକ ।ଲୋକଙ୍କ ଦାବି ଷ୍ଟିଲ ପ୍ଲାଣ୍ଟ ଜମି ବଦଳରେ ବିସ୍ଥାପିତଙ୍କୁ ଚାକିରି ମିଳୁ, ଷ୍ଟିଲ ପ୍ଲାଣ୍ଟ ବ୍ୟବହାର କରୁନଥିବା ଜମି ଆଦିବାସୀଙ୍କୁ ଫେରାଇ ଦିଆଯାଉ । ଏଥିସହ କ୍ଷତିପୂରଣ ଦାବି କରି ରାତି ସାରା ଖୋଲା ଆକାଶ ତଳେ ମୃତଦେହ ନିକଟରେ ଜଗିଛନ୍ତି ସ୍ଥାନୀୟ ଲୋକେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.